PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଅଲ୍‌ ଓଡ଼ିଶା ର‌୍ୟାଙ୍କିଙ୍ଗ୍‌ ବ୍ୟାଡମିଣ୍ଟନ, ଫାଇନାଲ୍‌ ଲାଇନ ଅପ୍‌ ଚୂଡ଼ାନ୍ତ

Saina Nehwal during Indian Open Badminton at Shreefort Sports Complex in New Delhi on Wednesday. EXPRESS PHOTO BY PRAVEEN KHANNA 29 03 2017.

ଭୁବନେଶ୍ୱର, ୯ ।୨ (ବ୍ୟୁରୋ): ସହିଦନଗର ‘ସାଇ ରିଜିଓନାଲ ବ୍ୟାଡମିଣ୍ଟନ ଏକାଡେମୀ’ରେ ରାଜ୍ୟ ସେକ୍ରେଟାରିଏଟ୍‌ ଆସୋସିଏସନ୍‌ ଆନୁକୂଲ୍ୟରେ ଚାଲିଥିବା ଅଲ୍‌ ଓଡ଼ିଶା ର‌୍ୟାଙ୍କିଙ୍ଗ୍‌ ବ୍ୟାଡମିଣ୍ଟନର ବିଭିନ୍ନ ବୟସ ବର୍ଗରେ ଫାଇନାଲ୍‌ ଲାଇନ ଅପ୍‌ ଚୂଡ଼ାନ୍ତ ହୋଇଛି ।
୧୭ ବର୍ଷରୁ କମ୍‌ ବାଳକ ବର୍ଗର ପ୍ରଥମ ସେମିରେ ସମ୍ବଲପୁରର ନନ୍ଦିଶ ପୋଦ୍ଦାର ୨-୦ ଗେମ୍‌ରେ ଭୁବନେଶ୍ୱରର ଅଭିଜିତ ମହାରଣାଙ୍କୁ ଏବଂ ଦ୍ୱିତୀୟ ସେମିରେ ଅନୁଗୁଳର ଆୟୁଷ ଦାସ ୨-୧ରେ ଭୁବନେଶ୍ୱରର ଅମ୍ରିତ ମହାନ୍ତିଙ୍କୁ ପରାଜିତ କରି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ମହିଳା ସିଙ୍ଗଲ୍ସ ପ୍ରଥମ ସେମିରେ ସୁନ୍ଦରଗଡ଼ର କ୍ରିଷ୍ଣିକା ବିରୋକ ୨-୦ରେ ସମ୍ବଲପୁରର ଶ୍ରେୟା ବିଶ୍ୱାଳଙ୍କୁ ଏବଂ ଦ୍ୱିତୀୟ ସେମିରେ ସମ୍ବଲପୁରର ପ୍ରଶଂସା ଦାସ ୨-୦ରେ ଭୁବନେଶ୍ୱରର ହର୍ଷିତା ରାଉତଙ୍କୁ ପରାଜିତ କରି ଫାଇନାଲକୁ ଉନ୍ନୀତ ହୋଇଛନ୍ତି ।
୧୯ ବର୍ଷରୁ କମ୍‌ ବାକଳ ବର୍ଗର ପ୍ରଥମ ସେମିରେ ମୟୂରଭଞ୍ଜର ଆୟୁଷ ପଟ୍ଟନାୟକ ୨-୧ରେ ଅନୁଗୁଳର ଆୟୁଷ ଦାସଙ୍କୁ ଏବଂ ଦ୍ୱିତୀୟ ସେମିରେ ନନ୍ଦିଶ ୨-୦ରେ ରିତିକ ଆରୋରାଙ୍କୁ ପରାଜିତ କରି ଫାଇନାଲରେ ପ୍ରବେଶ କରିଛନ୍ତି । ୧୭ ବର୍ଷରୁ କମ୍‌ ବାଳକ ଡବଲ୍ସରେ ୟଶରାଜ ବିଶ୍ୱାଳ ଓ ପ୍ରିୟାଂଶୁ ମହାନ୍ତି ଯୋଡ଼ି ସ୍ୱସ୍ତିକ ସ୍ୱାଇଁ ଓ ବିଭୁତି ରାୟ ଯୋଡ଼ିଙ୍କୁ ଏବଂ ଅନିର୍ବାଣ ସାମନ୍ତ ଓ ଗୋପାଳ ଶ୍ରୀଚନ୍ଦନ ଯୋଡ଼ି ସୌରଭ ଓ ଶିବଦତ୍ତ ଯୋଡ଼ିଙ୍କୁ ପରାସ୍ତ କରି ସେମି ଫାଇନାଲ୍‌କୁ ଯାଇଛନ୍ତି । ସେମିରେ ପ୍ରବେଶ କରିଥିବା ଅନ୍ୟ ଦୁଇଟି ଯୋଡ଼ି ହେଲେ ମହମ୍ମଦ ସାହିଲ-ଚୟନ ସାହାରିଆ ଏବଂ ଅଭିଜିତ ମହାରଣା ଓ ଅମ୍ରିତ ମହାନ୍ତି ଯୋଡ଼ି ।
ପୁରୁଷ ଡବଲ୍ସ ବର୍ଗର ପ୍ରଥମ ସେମିରେ ଅଜିତ କୁମାର ମହାନ୍ତି ଓ ପ୍ରମୋଦ କୁମାର ରଣା ଯୋଡ଼ି ୨-୦ରେ ଅଭିଷେକ ପଟ୍ଟନାୟକ ଓ ବିକ୍ରାନ୍ତ ଜାନିଙ୍କୁ ଏବଂ ଦ୍ୱିତୀୟ ସେମିରେ ଜ୍ଞାନଚାନ୍ଦ ଓ ମାନସ ରଞ୍ଜନ ରାଉତରାୟ ୨-୧ ଗେମ୍‌ରେ ଆୟୁଷ ପଟ୍ଟନାୟକ ଓ ଅବିନାଶ ମହାନ୍ତି ଯୋଡ଼ିଙ୍କୁ ପରାଜିତ କରିଥିଲେ । ମହିଳା ଡବଲ୍ସ ପ୍ରଥମ ସେମି କ୍ରିଷ୍ଣିକା-ଆକାଂକ୍ଷା କିରେ ଓ ଅପରାଜିତା ପତି ଓ ହର୍ଷିତା ଯୋଡ଼ିଙ୍କୁ ଏବଂ ଦ୍ୱିତୀୟ ସେମି ଲକ୍ଷ୍ମୀପ୍ରିୟା-ଗାୟତ୍ରୀ ଓ ନନ୍ଦିନୀ-ଜୟଶ୍ରୀ ଯୋଡ଼ି ମଧ୍ୟରେ ଅନୁଷ୍ଠିତ ହେବ । ଆସନ୍ତାକାଲି ସମସ୍ତ ବର୍ଗର ଫାଇନାଲ୍‌ ଖେଳାଯିବା ସହ ସନ୍ଧ୍ୟାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ ।

ସମ୍ବନ୍ଧିତ ଖବର