PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବ ନିର୍ବାଚିତ ସମବାୟ ସଭାପତି, ଦିନ ୧୨ଟାରେ ନବୀନ ନିବାସରେ ସାକ୍ଷାତ

ଭୁବନେଶ୍ୱର,୨୦/୦୩: ରାଜ୍ୟର ୧୫ ଶୀର୍ଷ ସମବାୟ ସଂସ୍ଥା(ଆପେକ୍ସ କୋଅପରେଟିଭ୍‌)ରେ ବିଜେଡି ସମର୍ଥିତ ସମସ୍ତ ସଭାପତି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସମସ୍ତ ନବ ନିର୍ବାଚିତ ସଭାପତିମାନଙ୍କୁ ରାଜ୍ୟସଭା ସାଂସଦ ତଥା ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଶୁଭେଚ୍ଛା ଜଣାଇଛନ୍ତି ।

ସେହିପରି ସୋମବାର ଦିନ ୧୨ଟା ବେଳେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ଶୀର୍ଷ ସମବାୟ ସଂସ୍ଥାର ସଭାପତି ସାକ୍ଷାତ କରିବେ ବୋଲି ଓଡ଼ିଶା ଅର୍ବାନ ସମବାୟ ବ୍ୟାଙ୍କ ସଂଘ ତଥା କ୍ରେଡିଟ୍‌ କୋଅପରେଟିଭ୍‌ ସୋସାଇଟିଜ୍‌ ଲିମିଟେଡ୍‌ ସଭାପତି ମହେନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।

ବିଶିଷ୍ଟ ସମବାୟବିତ୍‌ ଟି ପ୍ରସାଦ ଦୋରା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ(ଓଏସ୍‌ସିବି)ର ସଭାପତି ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ଓଡ଼ିଶା ରାଜ୍ୟ ସମବାୟ ମାର୍କେଟିଂ ଫେଡେରେସନ୍‌(ଓଏସସିଏମଏଫ୍‌) ସଭାପତି ଭାବେ କବିତା ମଞ୍ଜରୀ ପରିଡ଼ା ନିର୍ବାଚିତ ହୋଇଛନ୍ତି । ସେହିପରି ଓଡ଼ିଶା ରାଜ୍ୟ ସମବାୟ ଗୃହ ନିଗମ ଲିମିଟେଡ୍‌(ଓଏସସିଏଚସି)ର ସଭାପତି ଭାବେ ବିଶ୍ୱରଞ୍ଜନ ମହାନ୍ତି ନିର୍ବାଚିତ ହୋଇଛନ୍ତି । ଓଡ଼ିଶା ଖାଉଟୀ ସମବାୟ ମହାସଂଘ ଲିମିଟେଡ୍‌(ଓସିସିଏଫ୍‌)ସଭାପତି ହୋଇଛନ୍ତି ପ୍ରତାପ ଚନ୍ଦ୍ର ଧଳ ।

ଅପରପକ୍ଷେ ବୟନିକା ସଭାପତି ଭାବେ ପ୍ରକାଶ ଚନ୍ଦ୍ର ମେହେର, ସେରିଫେଡ୍‌ ସଭାପତି ଭାବେ ଭାଗୀରଥି ନନ୍ଦ ମନୋନୀତ ହୋଇଛନ୍ତି । ଉତ୍କଳିକା ସଭାପତି ଭାବେ ଦେବସ୍ମିତା ସାହୁ, ଫିସଫେଡ ସଭାପତି ଭାବେ ସସ୍ମିତା ରାଉତ, ଓପୋଲୋଫେଡ୍‌ ସଭାପତି ଭାବେ ଭୋଳେଶ୍ୱର ସ୍ୱାଇଁ, ଓମଫେଡ୍‌ ସଭାପତି ଭାବେ କିଶୋର ଚନ୍ଦ୍ର ପ୍ରଧାନୀ, ଓଡ଼ିଶା ସମବାୟ କତା ନିଗମ ଲିମିଟେଡ୍‌ ସଭାପତି ଭାବେ ଗୋପିନାଥ ମିଶ୍ର, ଓଡ଼ିଶା ଅନୁସୂଚିତ ଜନଜାତି ଉନ୍ନୟନ ସମବାୟ ନିଗମ(ଡିଡିସିସି)ର ସଭାପତି ଭାବେ ଚମେଲି ଓରାମ ଏବଂ ଓଡ଼ିଶା ମହିଳା ବିକାଶ ସମବାୟ ନିଗମ ଲିମିଟେଡ୍‌ ସଭାପତି ଭାବେ ସ୍ୱାଧୀନବାଳା ଦାସ ନିର୍ବାଚିତ ହୋଇଛନ୍ତି । ତେବେ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଆର୍ଥିକ ସମବାୟ ନିଗମର ସଭାପତି ଭାବେ ଆଶିଷ କୁମାର ମହାନ୍ତି ନିର୍ବାଚିତ ହୋଇଛନ୍ତି ।