ନୂଆଦିଲ୍ଲୀ ୨୮/୦୩: ବିବାହିତ ପୁରୁଷ ଯଦି କୌଣସି ପ୍ରାପ୍ତ ବୟସ୍କ ମହିଳାଙ୍କ ସହ ତାଙ୍କ ସହମତିରେ ଲିଭ୍-ଇନ୍‌ରେ ରହିବେ ତେବେ ତାହା ଅପରାଧ ନୁହେଁ। ନିକଟରେ ଏମିତି ରାୟ ଦେଇଥିଲେ ଆହ୍ଲାବାଦ ହାଇକୋର୍ଟ । ବିଚାରପତି ଜେ.ଜେ ମୁନିର ଓ ବିଚାରପତି ତରୁଣ ସାକ୍ସେନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ ଯେ ନୈତିକତା ଓ ଆଇନ ଭିନ୍ନ ଭିନ୍ନ । ନିଷ୍ପତ୍ତି ନୈତିକତାରେ ନୁହେଁ, ଆଇନ ଅନୁସାରେ ହୋଇଥାଏ । ଏବେ ଏହି ଟିପ୍ପଣୀ ଉପରେ ୟୁଟର୍ଣ୍ଣ ମାରିଛନ୍ତି ନିଜେ ହାଇକୋର୍ଟ।

ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଛାଡପତ୍ର ନ ନେଇ ଅନ୍ୟ ମହିଳାଙ୍କ ସହିତ ଲିଭ୍-ଇନ୍ ସମ୍ପର୍କରେ ରହୁଥିବା ଜଣେ ବିବାହିତ ପୁରୁଷ ଆଇନଗତ ଭାବରେ ବୈଧ ନୁହେଁ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଆଇନଗତ ଛାଡପତ୍ର ବିନା ଅନ୍ୟ ସାଥୀଙ୍କ ସହିତ ରହିବା ସାମାଜିକ ନୈତିକତା ଏବଂ ବୈବାହିକ ଆଇନ ବିରୁଦ୍ଧରେ।

ଆହୁରି ପଢ଼ନ୍ତୁ...ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ରାୟ, ବିବାହିତ ପୁରୁଷ ଲିଭ୍-ଇନ୍‌ରେ ରହିବା ଅପରାଧ ନୁହେଁ