ନୂଆଦିଲ୍ଲୀ, ୧/୧ : ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଏଲନ ବର୍ଡରଙ୍କ ବୟାନକୁ ନେଇ ଚର୍ଚ୍ଚା । ସ୍ଟିଭ ସ୍ମିଥଙ୍କୁ ନେଇ ଦେଲେ ବଡ଼ ବୟାନ । ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ସ୍ଟିଭ ସ୍ମିଥଙ୍କ ତୁଳନା ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ସହ କରିଛନ୍ତି । ପ୍ରକାଶ ଯେ, ପଣ୍ଟିଂଙ୍କୁ ବିଶ୍ବ କ୍ରିକେଟର ମହାନ ବ୍ୟାଟର କୁହାଯାଏ । ଏଭଳି ସ୍ଥଳେ ଅଷ୍ଟ୍ରେଲିଆର କ୍ରିକେଟର ଭେଟରାନ ଖେଳାଳୀ ଏଲନ ବର୍ଡ଼ର କହିଛନ୍ତି କି, ମୋତେ ଲାଗୁଛି କି ସ୍ଟିଭ ସ୍ମିଥବି ରିକି ପଣ୍ଟିଂଙ୍କ ଭଳି ମହାନ ବ୍ୟାଟର ଅଟନ୍ତି, ଯେଭଳି ମୁଁ ଖେଳୁଥିବା ଦେଖିଛି । ଅଷ୍ଟ୍ରେଲିଆ ନ୍ୟୁଜପେପର The Courier-Mail ରେ ଦେଇଥିବା ଏକ ସାକ୍ଷାତକାରରେ ବର୍ଡ଼ର ସ୍ମିଥଙ୍କ ବିଷୟରେ କହିଛନ୍ତି କି ସ୍ଟିଭ ସ୍ମିଥ ବି ସେହି ଲିଷ୍ଟରେ ଅଛନ୍ତି ଯେଉଁ ଲିଷ୍ଟରେ ପଣ୍ଟିଂ ଅଛନ୍ତି । ସ୍ମିଥ ସାବ୍ୟସ୍ତ କରିଛନ୍ତି କି ସେ ଅଲ ଟାଇମ୍ ଗ୍ରେଟ୍ ଅଟନ୍ତି ।
ପ୍ରକାଶ ଯେ, ସ୍ଟିଭ ସ୍ମିଥ ସିଡନୀ ଟେଷ୍ଟ ମ୍ୟାଚରେ ୩୮କରିବାରେ ସଫଳ ରହିବେ ତ ସେ ଟେଷ୍ଟରେ ୧୦୦୦୦ରନ ପୂରା କରିବା ବ୍ୟାଟର ହୋଇଯିବେ । ସେହିଭଳି ସ୍ମିଥ ୧୦୦୦୦ଟେଷ୍ଟ ରନ୍ ପୂରା କରିବାରେ ଚତୁର୍ଥ ଅଷ୍ଟ୍ରେଲିଆ ବ୍ୟାଟର ହୋଇଯିବେ । ତାଙ୍କ ଆଗରୁ ଏଭଳି ମାଇଲଖୁଣ୍ଟ ରିକି ପଣ୍ଟିଂ(୧୩,୩୭୮), ବର୍ଡ଼ର (୧୧,୧୭୪) ଏବଂ ସ୍ଟିଭ(୧୦,୯୨୭) ଅଟନ୍ତି । ଏଭଳି ସ୍ଥଳରେ ସ୍ମିଥ ଇତିହାସ ରଚିବାର ନିକଟ ଅଛନ୍ତି ।
ସିଡନୀ ଟେଷ୍ଟ ପୂର୍ବରୁ ଏଲନ ବର୍ଡ଼ର ସ୍ମିଥଙ୍କୁ ନେଇ କହିଛନ୍ତି କି, ମୁଁ ତାଙ୍କ ଲାଗି ବହୁତ ଖୁସି ଅଛି । ସିଡନୀରେ ବହୁ ଦର୍ଶକ ହେବେ । ଲ୍ୟାକେଷ୍ଟର ପାର୍କ ଭଳି ନୁହେଁ , ଯେଉଁଠାରେ ମୁଁ ଗାଭାସ୍କରଙ୍କୁ ପଛରେ ଛାଡ଼ିଥିଲି, ସେଠାରେ ସେତେବେଳେ ପ୍ରାୟ ୫୦ଲୋକ ଥିଲେ ।