କଳାହାଣ୍ଡି,୧୯/୦୫: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଭୁବନେଶ୍ବର ଶବରଙ୍କ ଘରେ ଚଢାଉ। ଏକକାଳୀୟ କଳାହାଣ୍ଡିର ୬ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ ।

ଆହୁରି ପଢନ୍ତୁ-Inspiring women story : ମାଟ୍ରିକ ପାସ୍ କଲେ ୨ ଗୃହିଣୀ, ଆଗକୁ ପଢ଼ିବେ ଯୁକ୍ତ-୨, ଶିଖିବେ କମ୍ପ୍ୟୁଟର...

ଆଜି ସକାଳୁ ଭବାନୀପାଟଣାର ଆର୍ ଆଣ୍ଡ ବି ଡିଭିଜନର AEE ଅର୍ଥାତ୍ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ସବରଙ୍କ ଘରେ ଅଧିକ ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଚଢାଉ ହୋଇଛି। ଭବାନୀପାଟଣାର ଗୋସାଣିମୁଣ୍ଡାରେ ଥିବା ଦୁଇ ମହଲା ବିଶିଷ୍ଟ କୋଠା, କିଟପଦରରେ ତାଙ୍କର ଫାର୍ମ ହାଉସ,ଦୁଆରସୁନିରେ ଥିବା ନିର୍ମାଣାଧୀନ କୋଠା, କାର୍ଯ୍ୟାଳୟ, ସରକାରୀ ଆବାସିକ ବାସସ୍ଥାନ ଓ କୋକସରା, କୁସୁମଖୁଣ୍ଟିର ନିଜ ଗ୍ରାମରେ ଥିବା ଦୁଇ ମହଲା ବିଶିଷ୍ଟ କୋଠାରେ ଚଢାଉ ଜାରି ରହିଛି। ଚଢାଉ ସମୟରେ ୬ ଜଣ ଡିଏସ୍ପି, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ଉପସ୍ଥିତ ରହିଛନ୍ତି ।