ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବ୍ରହ୍ମପୁର ମେୟର୍ ସଂଘମିତ୍ରା ଦଳାଇଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍ ଅଭିଯୋଗ, ବିଇଏମସିର ପୂର୍ବତନ ନିର୍ବାହୀଯନ୍ତ୍ରୀଙ୍କ ବିରୋଧରେ ମାମଲା

Published By : Prameya | November 2, 2024 10:50 AM

ବ୍ରହ୍ମପୁର ୦୨/୧୧: ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇଙ୍କୁ ମୋବାଇଲରେ କଲ କରି ଧମକ।  ତାଙ୍କୁ ଧମକ ଦେବା ସହିତ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ମେୟର ସଂଘମିତ୍ରା ଦଳେଇ ଟାଉନ ଥାନାରେ ଏତଲା ଦେବା ସହ ଏକ ମାମଲା ରୁଜୁ ହୋଇଛି। 

ଗତ ୨୯ ତାରିଖ ମଙ୍ଗଳବାର ଦିନ ଅପରାହ୍ନ ପ୍ରାୟ ୪ଟା ୫୦ମିନିଟ ସମୟରେ ମେୟର ନିଜ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ ୯୦୭୮୦୯୦୨୫୨ ନମ୍ବରରୁ ତାଙ୍କ ଫୋନକୁ ଏକ କଲ ଆସିଥିଲା । ଉକ୍ତ କଲଟି ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ. ଲଳିତ ମୋହନ ଦାସଙ୍କର ବୋଲି ଜଣାପଡ଼ିଥିଲା । ଦୀର୍ଘବର୍ଷ ଧରି ସେ ବ୍ରହ୍ମପୁର ମହାନଗର ନିଗରେ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ଦାୟିତ୍ବରେ ରହିଥିଲେ। କିଛି ଦିନ ପୂର୍ବେ ତାଙ୍କୁ ମହାନଗର ନିଗମ କାଉନସିଲ ବୈଠକରେ ସେ ଯେଉଁ ଯୋଜନାରେ ନିୟୋଜିତ ହୋଇଥିଲେ ତାହା ବନ୍ଦ ହୋଇଯିବାରୁ ତାଙ୍କୁ ଦାୟିତ୍ଵ ରୁ ମୁକ୍ତ କରାଯିବା ସହ ରିଲିଭ କରି ଦିଆଯାଇଥିଲା। ତେବେ ହଠାତ ମେୟରଙ୍କ ପ୍ରତି ବ୍ୟବହାର ସମସ୍ତଙ୍କୁ ଚକିତ କରିଛି । ଥରେ ଫୋନ କଲ କାଟିବା ପରେ ପୁଣି ଥରେ କଲ କରି ମେୟରଙ୍କୁ ଗାଳିଗୁଲଜ କରିବା ସହିତ ଧମକ ମକ ଦେଇଥିବା ଟାଉନ ଥାନାରେ ମେୟର  ଦଳେଇ ଦେଇଥିବା ଏତଲାରେ ସ୍ପଷ୍ଟ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.