PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଛାତ୍ରଙ୍କୁ ମାଡ଼ ମାରିବା ଅଭିଯୋଗ, ବିଦ୍ୟାଳୟର ପାଚିକା ଦେଉଥିଲେ ନିର୍ଯାତନା

ବୌଦ୍ଧ, ୧୯/୧୧ :   ବୌଦ୍ଧ କାଲେଶ୍ୱର ଆବାସିକ ବିଦ୍ୟାଳୟରେ ଛାତ୍ରଙ୍କୁ  ନିର୍ଯାତନା । ମାଡ଼ ମାରିଲେ ଶିକ୍ଷକ ଓ ପାଚିକା । ନିର୍ଯାତନା ସହି ନପାରି ସ୍କୁଲ ଛାଡ଼ି ପଳାଇ ଆସିଲେ ୫ ଜଣ ଛାତ୍ର । ମାଡ଼ ମାରିଥିବା ନେଇ ଅଭିଯୋଗ କଲେ ଛାତ୍ର । ବୌଦ୍ଧ ବସଷ୍ଟାଣ୍ଡ ରୁ ୫ ଜଣ ଛାତ୍ରଙ୍କୁ ଉଦ୍ଧାର କଲା ପୋଲିସ୍ ।  ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ  କାଲେଶ୍ୱର୍ ଆବାସିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନେ ଛାତ୍ରାବାସରେ ରହି ପଢ଼ୁଥିବା ବେଳେ ଏବେ ସେହି ବିଦ୍ୟାଳୟ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ ।

ଅଭିଯୋଗ ଅନୁଯାୟୀ ଗତ ରାତିରେ ଛାତ୍ରାବାସରେ ଛାତ୍ରମାନେ ଶୋଇଥିବା ବେଳେ ସେହି ବିଦ୍ୟାଳୟର କାର୍ଯ୍ୟ କରୁଥିବାର ପାଚିକା ଆସି ପିଲାଙ୍କୁ ଅକଥନୀୟ ନିର୍ଯାତନା ଦେଇଥିଲେ । ଏଥିସହ ବିଭିନ୍ନ ସମୟରେ ସ୍କୁଲର ଶିକ୍ଷକ ମଧ୍ୟ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରୁଥିବା ଅଭିଯୋଗ କରିଛନ୍ତି । ଆଜି ସକାଳୁ ଛାତ୍ର ମାନେ ଭୟରେ ବିଦ୍ୟାଳୟରୁ ଖସି ଚାଲିଆସିଥିଲେ । ୫ କିଲୋମିଟର ଚାଲି ଚାଲି  ଆସି ବସ୍ ଷ୍ଟାଣ୍ଡରେ କାନ୍ଦୁଥିବା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ପୋଲିସକୁ ଏ ନେଇ ଖବର ଦେବାରୁ ବୌଦ୍ଧ ପୋଲିସ୍ ଆସି ୫ ଜଣ ଛାତ୍ର ଙ୍କୁ ଉଦ୍ଧାର କରିଛି । ତେବେ ଛାତ୍ର ମାନଙ୍କର ବୟସ ୧୦ ବର୍ଷ ମଧ୍ୟରେ ଥିବା ବେଳେ ଏମାନଙ୍କୁ ଏ ପ୍ରକାର ମାଡ଼ ମାରିଥିବା ଅଭିଯୋଗ ନେଇ ସ୍କୁଲ ର କର୍ତ୍ତୃପକ୍ଷ ଙ୍କୁ ଯୋଗାଯୋଗ କରିଥିଲେ । ସ୍କୁଲ କର୍ତ୍ତୃପକ୍ଷ  ଅନୁପସ୍ଥିତ ଥିବାରୁ ଏମାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।