PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସାମ-ଅରୁଣାଚଳ ସୀମାରେ ଫାୟାରିଂ , ୨ ମୃତ ଓ ୩ ନିଖୋଜ
  • ||
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ଅଭିନେତ୍ରୀ ଭାନୁଶ୍ରୀଙ୍କୁ ଟ୍ୱିଟ୍‌ରେ ବ୍ଲକ୍ କଲେ ଅଲ୍ଲୁ ଅର୍ଜୁନ, ସେୟାର କଲେ ସ୍କ୍ରିନସଟ୍

news18

ନୂଆଦିଲ୍ଲୀ ୨୦/୦୩ : ଟଲିଉଡ୍ ହେଉ କିମ୍ବା ବଲିଉଡ୍, ସିନେମା ଜଗତରେ ପ୍ରାୟତଃ ନୂଆ ଅଭିନେତା-ଅଭିନେତ୍ରୀଙ୍କ ଏଣ୍ଟ୍ରି ହୋଇଥାଏ। ସେମାନଙ୍କ ମଧ୍ୟରୁ କେତେକ ନିଜ କାର୍ଯ୍ୟ ଆଧାରରେ ଇଣ୍ଡଷ୍ଟ୍ରିରେ ଏକ ସ୍ଥାନ ସୃଷ୍ଟି କରିବାରେ ସଫଳ ହୁଅନ୍ତି, ଆଉ କେହି ଅଦୃଶ୍ୟ ହୋଇଯାଆନ୍ତି। ଏହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଭାନୁଶ୍ରୀ ମେହେରା। ଯିଏକି ତାଙ୍କର ପ୍ରଥମ ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ସହ କାମ କରିଥିଲେ। କିନ୍ତୁ ଫିଲ୍ମଟି ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରିନନଥିଲା, ଯାହା ପରେ ଅଭିନେତ୍ରୀ ଇଣ୍ଡଷ୍ଟ୍ରିରୁ ଗାୟବ ହୋଇଗଲେ।

ଭାନୁଶ୍ରୀ ଏବଂ ଅଲୁ ଅର୍ଜୁନ ୨୦୧୦ ରେ ଫିଲ୍ମ ‘ଭାରୁଦୁ’ରେ ଏକାଠି କାମ କରିଥିଲେ। ଏଥିରେ ଭାନୁଶ୍ରୀ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମଟି ସିନେମାଘରେ ଭଲ ପ୍ରଦର୍ଶନ କରିନଥିଲା। ତେବେ ଦୀର୍ଘ ଦିନ ପରେ ବର୍ତ୍ତମାନ ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ସ୍କ୍ରିନ ସଟ୍ ସେୟାର କରିଛନ୍ତି, ଯାହା ଖୁବ୍ ଭାଇରାଲ ହେଉଛି। ଏହାକୁ ସେୟାର କରି ସେ ସୂଚନା ଦେଇଛନ୍ତି ଯେ ଅଲ୍ଲୁ ଅର୍ଜୁନ୍ ତାଙ୍କୁ ଟ୍ୱିଟରରେ ବ୍ଲକ୍ କରିଛନ୍ତି।

Allu Arjun blocked her actress Bhanushree on Twitter

ଅଭିନେତ୍ରୀଙ୍କ ଟ୍ୱିଟ୍ ଦେଖିବା ପରେ ୟୁଜର୍ସ ଏଥିରେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ଜଣେ ଲେଖିଛନ୍ତି, ‘ଅଲୁ ଅର୍ଜୁନ୍ ଜଣେ ଷ୍ଟାର୍ ଏବଂ ସେ ଛୋଟ କଳାକାରଙ୍କୁ ପସନ୍ଦ କରନ୍ତି ନାହିଁ।’ ଏଥି ସହିତ ଅଭିନେତାଙ୍କର କିଛି ପ୍ରଶଂସକ ମଧ୍ୟ ଭାନୁଶ୍ରୀଙ୍କ ଉପରେ କ୍ରୋଧ ପ୍ରକାଶ କରିଛନ୍ତି। ଏହା ପରେ ଭାନୁଶ୍ରୀ ଟ୍ୱିଟରରେ ଆଉ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ ଅଭିନେତା ତାଙ୍କୁ ଟ୍ୱିଟରରୁ ଅନବ୍ଲକ୍ କରିଛନ୍ତି। ସେ ଲେଖିଛନ୍ତି, ‘ମୋ କ୍ୟାରିୟରର ବିଫଳତା ପାଇଁ ମୁଁ କେବେ ବି ଅଲୁଙ୍କୁ ଦାୟୀ କରି ନାହିଁ। ସଂଘର୍ଷ ସହିତ ମୁଁ ହସିବା ସିଖିଛି ଏବଂ ଆଗକୁ ବଢିଛି।‘ ପରେ ସେ ଅଭିନେତାଙ୍କୁ ଧନ୍ୟବାଦ ବି ଦେଇଛନ୍ତି ଯେ ସେ ଏହାକୁ ବ୍ୟକ୍ତିଗତ ଭାବରେ ନେଇ ନାହାଁନ୍ତି।

ସମ୍ବନ୍ଧିତ ଖବର