PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

‘ପୁଷ୍ପା’ଙ୍କ ଝିଅ ଫିଲ୍ମରେ କରିବେ ଡେବ୍ୟୁ, ଜାଣନ୍ତୁ କେବେ ଆସିବ ଫିଲ୍ମ

ନୂଆଦିଲ୍ଲୀ, ୨୪/୯ : ସାଉଥ୍ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଝିଅ ଏବେ ବଡ଼ ପରଦାରେ ଆସିବାକୁ ପ୍ରସ୍ତୁତି ଜାରି ରଖିଛନ୍ତି । ଫିଲ୍ମଟି ନଭେମ୍ବର ୪ତାରିଖରେ ହଲରେ ରିଲିଜ ହେବାରେ ଅଛି । ଏହା ତେଲୁଗୁ ସହ ହିନ୍ଦୀ, ତାମିଲ, ମାଲାୟଲମ ଏବଂ କନ୍ନଡ଼ରେ ଆସିବ । ତେଲୁଗୁରେ ଚଳିତ ବର୍ଷର ସବୁଠାରୁ ବଡ଼ ଫିଲ୍ମ କୁହାଯାଉଥିବା ଶକୁନ୍ତଲମରେ ଅଲ୍ଲୁ ଅର୍ଜୁନଙ୍କ ପାଞ୍ଚ ବର୍ଷର ଝିଅ ନଜର ଆସିବେ ।

ଅଲ୍ଲୁ ଅରହା ଫିଲ୍ମରେ ରାଜା ଦୁଷ୍ମନ୍ତ ଏବଂ ଶକୁନ୍ତଳାଙ୍କ ପୁଅ ରାଜକୁମାର ଭରତଙ୍କ ଚରିତ୍ରରେ ପରଦାରେ ନଜର ଆସିବେ । ବଲିଉଡ଼ ଫିଲ୍ମ ନିର୍ମାତାମାନେ ଭାରତୀୟ ସଂସ୍କୃତିକୁ ଛାଡ଼ି ବିଦେଶୀ ସଂସ୍କୃତି ପଛରେ ପଡ଼ିଛନ୍ତି କିନ୍ତୁ ସାଉଥ ସିନେମା କେବଳ ଆମ ସଂସ୍କୃତି ନୁହେଁ ବରଂ ମହାନ ସାହିତ୍ୟକୁ ବି ବାରମ୍ବାର ପରଦାରେ ଦେଖାଉଛନ୍ତି ।

ଚଳିତ ମାସ ୩୦ତାରିଖରେ ରିଲିଜ ହେଉଥିବା ମଣି ରତ୍ନମଙ୍କ ପନ୍ନିୟନ ସେଲ୍ବନ ପରେ ୪ନଭେମ୍ବରରେ ନିର୍ଦ୍ଦେଶକ ଗୁଣଶେଖରଙ୍କ ଫିଲ୍ମ ଶକୁନ୍ତଲମ ରିଲିଜ ଲାଗି ପ୍ରସ୍ତୁତ ହେଉଛି । ଫିଲ୍ମ ପୁଷ୍ପାରେ ନିଜ ନୃତ୍ୟର ଯାଦୁରେ ଦର୍ଶକଙ୍କୁ ଝୁମାଇଥିବା ସାମନ୍ଥା ରଥ ପ୍ରଭୁ ଶକୁନ୍ତଲା ଭୂମିକାରେ ନଜର ଆସିବେ । ଫିଲ୍ମ ଶକୁନ୍ତଲମରେ ସଂସ୍କୃତର ମହାନ କବି କାଳିଦାସଙ୍କ ଏହି ନାମରେ ଲେଖାଯାଇଥିବା କାଳଜୟୀ ନାଟକକୁ ପରଦାରେ ଦେଖାଯାଇଛି ।