ମୁମ୍ୱାଇ : ସାଉଥ୍ର ସୁପରଷ୍ଟାର ଆକ୍ଟର ଅଲ୍ଲୁ ଅର୍ଜୁନଙ୍କର ଫିଲ୍ମ ପୁଷ୍ପା-୨ ବକ୍ସ ଅଫିସରେ ରେକର୍ଡ ସ୍ତରର ଆୟ କରୁଛି। ଫିଲ୍ମ ପାଇଁ ଆକ୍ଟର ୨୦୨୦ରୁ ହିଁ ସମର୍ପିତ ହୋଇ କାମ କରୁଛନ୍ତି। ପ୍ରଥମେ ତ ୨୦୨୧ ମସିହାରେ ସୁକୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ପୁଷ୍ପା-ଦ ରାଇଜ’ ରିଲିଜ୍ ହୋଇଥିଲା, ଏବଂ ଏହାପରେ ୨୦୨୪ ମସିହାରେ ପୁଷ୍ପା- ଦ ରୁଲ୍ ରିଲିଜ ହୋଇଛି।ଏହା ସତ୍ତ୍ୱେ ଅଲ୍ଲୁ ଅର୍ଜୁନ ଦ୍ୱିତୀୟ ଫିଲ୍ମ ପାଇଁ ହଁ କରି ଦେଇଥିଲେ, ସେ ପ୍ରଥମେ ପୁଷ୍ପା-୧ ଓ ପୁଷ୍ପା-୨ ଉପରେ ଫୋକସ କରିଥିଲେ ଏବଂ ଫିଲ୍ମ ରିଲିଜ ପରେ ତାଙ୍କର ସେହି ନିଷ୍ଠା ହିଁ ବକ୍ସ ଅଫିସରେ ନଜର ବି ଆସିଛି।
ବହୁତ ବଡ଼ ଅଲ୍ଲୁ ଅର୍ଜୁନଙ୍କର ଆଗାମୀ ପ୍ରୋଜେକ୍ଟ –
କିନ୍ତୁ ଏବେ ଅଲ୍ଲୁ ଅର୍ଜୁନ ପୁଷ୍ପା ଜୋନରୁ ବାହାରକୁ ଆସି ଦ୍ୱିତୀୟ ପ୍ରୋଜେକ୍ଟ ଉପରେ କାମ କରିବାକୁ ଚାହାନ୍ତି। ପ୍ରଡ୍ୟୁସର ନାଗା ବାମସି ଅଲ୍ଲୁ ଅର୍ଜୁନଙ୍କ ଅପକମିଂ ପ୍ରୋଜେକ୍ଟ ବିଷୟରେ ଆଲୋଚନା କରି କହିଛନ୍ତି , ଆକ୍ଟରଙ୍କର ଆଗାମୀ ଫିଲ୍ମ ତ୍ରିବିକ୍ରମ ଶ୍ରୀନିବାସଙ୍କ ସହ ହେବ। ବର୍ଷ ୨୦୨୫ରେ ଫିଲ୍ମର ସୁଟିଂ ଆରମ୍ଭ କରିଦିଆ ଯିବ, କିନ୍ତୁ ଏହା ପୂର୍ବରୁ ଆକ୍ଟର ନିଜର ବଡ଼ି ଲାଙ୍ଗୁଏଜ୍ ଓ ଏକ୍ସେଣ୍ଟ ଉପରେ କାମ କରିବେ। କହି ରଖୁଛୁ କି, ପୁଷ୍ପା-୨ ଓ ପୁଷ୍ପା-୧ ବେଳେ ଅଲ୍ଲୁ ଅର୍ଜୁନ ଗୋଟିଏ ପ୍ରକାରର ଏକ୍ସେଣ୍ଟ ଓ ବଡ଼ି ଲାଙ୍ଗୁଏଜ୍ ଉପରେ ଫୋକସ କରିଛନ୍ତି, କିନ୍ତୁ ଏବେ ମୁଭ୍ ଅନ୍ କରିବାର ସମୟ।
ସୁଟିଂ ପୂର୍ବରୁ କରିବାକୁ ହେବ କଡ଼ା ପରିଶ୍ରମ –
ଯେବେ ଅଲ୍ଲୁ ଅର୍ଜୁନଙ୍କ ବିଷୟରେ ପ୍ରଶ୍ନ କରାଗଲା ତ ବାମସି କହିଛନ୍ତି , ଆମେ ସ୍କ୍ରିପ୍ଟିଂର କାମ ପାଖାପାଖି ଶେଷ କରି ସାରିଛୁ। ଥରେ ବନି ( ଅଲ୍ଲୁ ଅର୍ଜୁନ) ଫ୍ରି ହୋଇ ଗଲେ ,ସେ ତ୍ରିବିକ୍ରମଙ୍କ ସହ ଫିଲ୍ମର ପ୍ରସ୍ତୁତି ବିଷୟରେ ଆଲୋଚନା ପାଇଁ ସାକ୍ଷାତ କରିବେ। ଏଥିପାଇଁ ତାଙ୍କୁ ନିଜର ବଡ଼ି ଲାଙ୍ଗୁଏଜ୍ ଓ ତେଲୁଗୁ ଆକ୍ସେଣ୍ଟ ଉପରେ ଖୁବ୍ କାମ କରିବାକୁ ହେବ। ଏବେ ବହୁତ ଗୁଡ଼ିଏ କାମ କରାଯିବା ବାକି ଅଛି। ତାଙ୍କୁ ଅତି କମ୍ରେ ୩ମାସ ଯାଏ ପରିଶ୍ରମ କରିବାକୁ ହେବ ଏବଂ ଏହାପରେ ଆମେ ଗରମରେ ଯାଇ କେଉଁଠି ସୁଟିଂ ଆରମ୍ଭ କରି ପାରିବେ। ଆମକୁ ଲାଗୁଛି କି ଫିଲ୍ମକୁ ସଂପୂର୍ଣ୍ଣ କରିବାରେ ପାଖାପାଖି ୨ବର୍ଷର ସମୟ ଲାଗିଯିବ , କାରଣ ଏଥିରେ ବହୁତ ଗୁଡ଼ିଓ ଭିଏଫଏକ୍ସର କାମ ହେବ , ଖାଲି ଏତିକି ନୁହେଁ ଆମେ ଏଥିପାଇଁ ଏକ ସ୍ପେଶାଲ ସେଟ୍ କରିବାକୁ ପଡ଼ିବ।
ଫିଲ୍ମର ଟାଇଟଲ ଏବେ ସ୍ଥିର ହୋଇ ନାହିଁ। ଫିଲ୍ମ ୨୦୨୩ରେ ଘୋଷଣା କରାଯାଇଥିଲା , କିନ୍ତୁ ପୁଷ୍ପା-୨ କାରଣରୁ ଏହା ଉପରେ କାମ ହୋଇ ପାରି ନଥିଲା। ଫିଲ୍ମର ଆନାଉନ୍ସମେଣ୍ଟ ଭିଡ଼ିଓରେ କେବଳ ଗୋଟିଏ ଲାଇନ ଲେଖା ଯାଇଛି- ଅବକି ବାର କୁଛ ବଡା ହୋଗା। ଅଲ୍ଲୁ ଅର୍ଜୁନଙ୍କର ଗତ ଫିଲ୍ମରେ ତାଙ୍କର ଲେବଲ ଓ ତାଙ୍କର ଭାଲ୍ୟୁ ଖୁବ୍ ବଢାଇ ଦେଇଛନ୍ତି। ଏବେ ପ୍ରଶଂସକ ତାଙ୍କର ଆଗାମୀ ଫିଲ୍ମର ଖୁବ୍ ଅପେକ୍ଷା କରିଛନ୍ତି , ଏଥିରେ ମେକର୍ସଙ୍କୁ ମଧ୍ୟ କାହାଣୀ ଉପରେ ଆହୁରି ପରିଶ୍ରମ କରିବାକୁ ହେବ। ୱାର୍କ ଫ୍ରଣ୍ଟର କଥା ଯଦି କହିବା ତ, ଏବେ ଅଲ୍ଲୁ ଅର୍ଜୁନଙ୍କର ପୁଷ୍ପା-୨ ବକ୍ସ ଅଫିସରେ ଧମାକାଦାର ବିଜନେସ୍ କରୁଛି।