ନୂଆଦିଲ୍ଲୀ ୧୫/୦୭: ‘ତୁମ୍ବାର୍ଡ’ ଫ୍ରାଞ୍ଚାଇଜିରେ ସାମିଲ ହୋଇଛନ୍ତି ଆଲ୍‌ଫା ଗର୍ଲ ଆଲିୟା । ‘ତୁମ୍ବାର୍ଡ-୨’ରେ ସୋହୁମ ଶାହ ଓ ନୱାଜୁଦ୍ଦିନ ସିଦ୍ଦିକିଙ୍କ ସହ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ । ଦମ୍‌ଦାର ଅଭିନୟ ଓ ବିଭିନ୍ନ ପ୍ରକାର ଭୂମିକା ଚୟନରେ ନିର୍ଭୀକତା ପାଇଁ ପରିଚିତ ଆଲିୟାଙ୍କ ଏଣ୍ଟ୍ରି ଫିଲ୍ମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ । ପରଦାରେ ନିଖୁଣ ପ୍ରଦର୍ଶନ ତାଙ୍କୁ ଏ ପିଢ଼ିର ସବୁଠୁ ଲୋକପ୍ରିୟ କଳାକାର ଭାବେ ପରିଚିତି ଦେଇଛି ।

‘ତୁମ୍ବାର୍ଡ’ ଟିମ୍‌ରେ ଯୋଗ ଦେବା ପରେ ଆଲିୟା ଗଣମାଧ୍ୟମକୁ କହିଛନ୍ତି, ପ୍ରଥମ ଥର ଫିଲ୍ମ ଦେଖିବା ପରଠୁ ଏହା ମୋ ସହିତ ରହିଛି । ଖୁବ୍ କମ୍ ଫିଲ୍ମ ଏଭଳି ଦୁନିଆ ସୃଷ୍ଟି କରନ୍ତି, ଯାହା ସହ ମନ ଆପଣାଛାଏଁ ଯୋଡ଼ି ହୋଇଯାଏ । ଏବେ ଏହି ଦୁନିଆର ଅଂଶ ହେବା ମୋ ପାଇଁ ସ୍ୱତନ୍ତ୍ର ଅନୁଭବ । ସୋହୁମ ଓ ନୱାଜଙ୍କ ସହ କାମ କରିବାକୁ ମୁଁ ଖୁବ୍ ଉତ୍ସାହିତ । ଏ ଦୁହେଁ ମୋର ଅନ୍ୟତମ ସବୁଠୁ ପ୍ରିୟ କଳାକାର । ଭାରତରେ ଦ୍ରୁତ ଲୋକପ୍ରିୟ ହେଉଥିବା ଲୋକକଥା ରୋମାଞ୍ଚକୁ ନୂଆ ପରିଚୟ ଦେଇଛି ‘ତୁମ୍ବାର୍ଡ’ । ଦୀର୍ଘ ବର୍ଷ ହେଲା ଏହା ଲୋକଙ୍କ ଧ୍ୟାନ ଆକର୍ଷଣ କରିଆସିଛି । ଆଦେଶ ପ୍ରସାଦଙ୍କ ନିର୍ଦ୍ଦେଶିତ ‘ତୁମ୍ବାର୍ଡ-୨’ ଆସନ୍ତା ବର୍ଷ ଡିସେମ୍ବର ୩ରେ ମୁକ୍ତିଲାଭ କରିବ ।

ଆହୁରି ପଢ଼ନ୍ତୁ...Shah Rukh Khan: ଶାହାରୁଖଙ୍କୁ ଆଶ୍ବସ୍ତି,'ମନ୍ନତ'ରେ ନୂଆ ନିର୍ମାଣ ଯାଚିକାକୁ ସୁପ୍ରିମକୋର୍ଟଙ୍କ ଖାରଜ