ମାଲକାନଗିରି, ୮।୬ (ଆପ୍ର): ଅମଲା ମାନଙ୍କ ଆନ୍ଦୋଳନ ଆଜି ଅଷ୍ଟମ ଦିବସରେ ପହଁଚିଛି। ନିଜର ହକ ପାଇଁ ଦୀର୍ଘ ୮ ଦିନ ହେଲା ସମୂହ ଛୁଟିନେଇ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଗଣ ଧାରଣାରେ ବସିଥିବା ଅମଲା ମାନେ ଆଜି ଅଭିନବ ଉପାୟରେ ପ୍ରତିବାଦ ଜଣାଇଛନ୍ତି। କଲମ ବଦଳରେ ଅମଲାମାନେ ହାତରେ ଝାଡୁ ଧରି ଆଜି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସଫେଇ କରି ପ୍ରତିବାଦ ଜଣାଇଛନ୍ତି ।
ଗ୍ରେଡ୍ ପେ'' ଓ ଦରମା ବୃଦ୍ଧି ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରଖିଛନ୍ତି ଅମଲା ।ମାଲକାନଗିରି ଜିଲ୍ଲାର ପ୍ରାୟ୪୦୦ ଅମଲା ମାନେ ଗତ ୧ ତାରିଖ ରୁ ସାମୁହିକ ଛୁଟି ନେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ଦେଇଛନ୍ତି । ଯାହା ଫଳରେ ଜିଲ୍ଲାର ସମସ୍ଥ କାର୍ଯ୍ୟଳୟରେ ଉନ୍ନୟନମୂଳକ କାର୍ଯ୍ୟ ରେ ବାଧା ସୃଷ୍ଟି ହୋଇଛି। ଟ୍ରେନଦୁର୍ଘଟଣାରେ ଆହତ ଙ୍କ ଚିକିତ୍ସା ନିମନ୍ତେ ଗତ ୬ ତାରିଖ ଦିନ ଧାରଣା ସ୍ଥଳ ରେ ଅମଲା ମାନଙ୍କ ପକ୍ଷରୁ ରକ୍ତଦାନ ଶିବିର କରାଯାଇ ୪୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଗୁରୁବାର ଧାରଣା କାରୀ ଅମଲାମାନେ ଜିଲ୍ଲା ହସ୍ପିଟାଲ ପରିସରରେ ପଡିଥିବା ଅଳିଆ ଆବର୍ଜନାକୁ ସଫା କରି ଯାହାକୁ ନେଇ ଏଭଳି ଅଭିନବ ପ୍ରତିବାଦ ଜଣାଇଛନ୍ତି । ମାଲକାନଗିରି ଜିଲ୍ଲା ମିଳିତ ଅମଲା ମଞ୍ଚପକ୍ଷରୁ ଦାବି ପୂରଣ ପାଇଁ କେବଳ ଆନ୍ଦୋଳନ କି ଧାରଣା ରେ ନ ବସି ବିଭିନ୍ନ ସାମାଜିକ କାର୍ଯ୍ୟ ମାଧ୍ୟମରେ ଅଭିନବ ଉପାୟରେ ସରକାରଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରୁଛନ୍ତି।
ଆହୁରି ପଢନ୍ତୁ : ଟ୍ରେନ ଦୁର୍ଘଟଣାରେ ଆହତଙ୍କ ପାଇଁ ରକ୍ତଦାନ ଶିବିର କଲେ ମିଳିତ ଅମଲା ମଞ୍ଚ,୪୩ ୟୁନିଟ ରକ୍ତ ସଂଗ୍ରହ