PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଆମପାଣି ବସଷ୍ଟାଣ୍ଡରେ ଅଘଟଣ, ବସ୍‌ରୁ ଓହ୍ଲାଇବା ପରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

କୋକସରା, ୨୩/୦୯ : ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ ସ୍ୱାମୀ ଓ ସ୍ତ୍ରୀ। ହେଲେ ଶୁକ୍ରବାର ଘରକୁ ଫେରିବା ସମୟରେ ବସ୍‌ରୁ ଓହ୍ଲାଇବା ପରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। କୋକସରା ବ୍ଲକ ଆମପାଣି ବସଷ୍ଟାଣ୍ଡରେ ଆଜି ସକାଳେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଜୁନାଗଡ଼ ବ୍ଲକ ଦାସିଗା ତାଳପଦର ଜଳଧର ନିଆଲ (୫୫) ତାଙ୍କ ସ୍ତ୍ରୀ ସୁଶିଳା ନିଆଲଙ୍କ ସହ ଗତ ଦେଢ଼ ମାସ ତଳେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ। ଆଜି ଉଭୟ ସ୍ଵାମୀ-ସ୍ତ୍ରୀ ସଂଗୀତା ନାମକ ଏକ ଯାତ୍ରୀବାହୀ ବସ୍‌ରେ ଘରକୁ ଫେରୁଥିଲେ। ହେଲେ ବସ୍‌ଟି ସିନାପାଲି ଯାଉଥିବା ବେଳେ ଆମପାଣି ବସଷ୍ଟାଣ୍ଡରେ ତାଙ୍କୁ ଓହ୍ଲାଇ ଦେଇଥିଲା। ଏହି ସମୟରେ ଜଳଧର ଅସୁସ୍ଥ ହୋଇ ପଡ଼ିଥିଲେ। ଏହାପରେ ରାସ୍ତା କଡ଼ରେ ତାଙ୍କର ମୃତ୍ୟୁ ହୋଇଥିଲା। ଶବଟି ବସଷ୍ଟାଣ୍ଡରେ ଦୀର୍ଘ ସମୟ ଧରି ପଡି ରହିବା ପରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଆମପାଣି ପୁଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି। ତେବେ କିଛି ଦିନ ହେବ ଜଳଧରଙ୍କୁ ଜ୍ୱର ହେଉଥିବା ନେଇ ତାଙ୍କ ସ୍ତ୍ରୀ କହିଛନ୍ତି।