ନୂଆଦିଲ୍ଲୀ : ନୋବେଲ୍ ପୁରସ୍କାର ବିଜେତା ଅମର୍ତ୍ତ୍ୟ ପଶ୍ଚିମ ବଙ୍ଗରେ ଏସଆଇଆର ପ୍ରକ୍ରିୟାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ, ଏହି କାର୍ଯ୍ୟ ତରବରରେ କରାଯାଉଛି ଏବଂ ଏଥିରେ ଗଣତାନ୍ତ୍ରିକ ଅଂଶଗ୍ରହଣକୁ ବିପଦରେ ପକାଇ ପାରେ। ବିଶେଷକରି ଯେବେ କିଛି ମାସରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ୯୨ ବର୍ଷିୟ ଅର୍ଥନୀତିଜ୍ଞ ବୋଷ୍ଟନରୁ ପିଟିଆଇକୁ ଦେଇଥିବା ସାକ୍ଷାତକାରରେ ନିର୍ବାଚନୀ ଭୋଟର ତାଲିକାର ସଂଶୋଧନର ଗଣତାନ୍ତ୍ରିକ ମହତ୍ତ୍ୱ ଉପରେ ବିଚାର ସେୟାର କରି ଥିଲେ। ସେ କହିଥିଲେ ଯେ, ଏମିତି ପ୍ରକ୍ରିୟାକୁ ସାବଧାନୀ ଓ ପର୍ଯ୍ୟାପ୍ତ ସମୟ ସହ କରାଯିବା ଉଚିତ୍। ବଙ୍ଗଳାରେ ଏହି ସର୍ତ୍ତ ଗାଏବ ଅଛି।
ଏହା ସହ ମଧ୍ୟ ପଢନ୍ତୁ : ନଭି ମୁମ୍ବାଇ ଅଧିକାରୀଙ୍କୁ ହାଇକୋର୍ଟଙ୍କ ଚେତାବନୀ; ପ୍ରଦୂଷଣ ରୋକି ନ ପାରିଲେ ଦରମା ବନ୍ଦ
ସେନ କହିଛନ୍ତି – ଭୋଟର ତାଲିକାର ଗହନ ଓ ସାବଧାନୀପୂର୍ବକ ସଂଶୋଧନ, ପର୍ଯ୍ୟାପ୍ତ ସମୟ ଦେଇ କରାଯାଏ ତ ଏହା ଏକ ଭଲ ଗଣତାନ୍ତ୍ରିକ ପ୍ରକ୍ରିୟା ହୋଇପାରେ। କିନ୍ତୁ ପଶ୍ଚିମବଙ୍ଗରେ ଏବେ ଯାହା ହେଉଛି , ତାହା ଏମିତି ନୁହେଁ।
ଅମର୍ତ୍ତ୍ୟ ସେନ କହିଥିଲେ – ଏସଆଇଆରକୁ ବହୁତ ତରବରରେ କରାଯାଉଛି, ଯେଉଁଥିରେ ମତାଧିକାର ଲୋକଙ୍କୁ କାଗଜପତ୍ର ଜମା କରିବା ଓ ଆଗାମୀ ବିଧାନସଭା ନିର୍ବାଚନରେ ଭୋଟ ଦେବାର ନିଜର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ପର୍ଯ୍ୟାପ୍ତ ଅବସର ମିଳି ପାରୁ ନାହିଁ। ଏହି ଭୋଟରଙ୍କ ସହ ଅନ୍ୟାୟ ଏବଂ ଭାରତୀୟ ଗଣତନ୍ତ୍ର ସହ ମଧ୍ୟ ଅନ୍ୟାୟ । ସେନ୍ ନିଜର ବ୍ୟକ୍ତିଗତ ଅନୁଭବ ସେୟାର କରି କହି ଥିଲେ ଯେ, ଶାନ୍ତି ନିକେତନରୁ ଭୋଟ ଦେବାର ତାଙ୍କର ଅଧିକାର ଉପରେ ପ୍ରଶ୍ନ ଉଠା ଯାଇଛି, ଯେଉଁଠି ତାଙ୍କର ନାମ, ଠିକଣା ଓ ଅନ୍ୟ ବିବରଣୀ ସରକାରୀ ରେକର୍ଡରେ ରହିଛି। ସେ କହି ଥିଲେ ଯେ,ନିର୍ବାଚନ କମିଶନର ଅଧିକାରୀମାନେ ତାଙ୍କର ମୃତକ ମାଆ ଅମିତା ସେନାଙ୍କ ବୟସ ବିଷୟରେ ମଧ୍ୟ ପ୍ରଶ୍ନ କରି ଥିଲେ ,ଯାହାକି ତାଙ୍କର ମାଆଙ୍କ ଡିଟେଲ ମଧ୍ୟ ଅଫିସିଆଲି ରେକର୍ଡରେ ଉପଲବ୍ଧ ଥିଲା।
ନୋବେଲ ବିଜେତା କହି ଥିଲେ ଯେ, ଗ୍ରାମୀଣ ଭାରତରେ ଜନ୍ମିତ ଅନେକ ନାଗରିକଙ୍କ ପରି ତାଙ୍କର ଜନ୍ମ ପ୍ରମାଣ ପତ୍ର ନାହିଁ ଏବଂ ଭୋଟର ହେବାକୁ ଅତିରିକ୍ତ କାଗଜପତ୍ର କାର୍ଯ୍ୟାନୁଷ୍ଠାନ କରିବାକୁ ପଡ଼ିବ। ହେଲେ ମୋ ମାମଲାରେ ସମସ୍ୟା ସମାଧାନ ହୋଇ ଯାଇଛି, କିନ୍ତୁ ମୁଁ ସେହି ନାଗରିକଙ୍କ ପାଇଁ ଚିନ୍ତିତ ଯାହାଙ୍କ ପାଖରେ ମୋ ଭଳି ସାହାଯ୍ୟ ନାହିଁ । ସେନ କହିଛନ୍ତି , ମୁଁ କହି ପାରିବି ଯେ, ମୋତେ କିଛି ମାତ୍ରାରେ ମୋ ବନ୍ଧୁଙ୍କ ଠାରୁ ସାହାଯ୍ୟ ମିଳି ଯାଇଛି, କିନ୍ତୁ ଯେଉଁ ଲୋକଙ୍କ ଏତେ ବିଶ୍ୱସ୍ତ ବନ୍ଧୁ ନାହାନ୍ତି , ତାଙ୍କ ପାଇଁ କଣ ହେବ ? ମୋର ବନ୍ଧୁମାନେ ମୋତେ ନିର୍ବାଚନ କମିଶନର କଠୋର ଦ୍ୱାର ଦେଇ ଯିବାରେ ସାହାଯ୍ୟ କରିଛନ୍ତି।
କହି ରଖୁଛି ଯେ, ତାଙ୍କୁ ନିର୍ବାଚନ କମିଶନ ପକ୍ଷରୁ ଅସଙ୍ଗତି (ତାଙ୍କର ଓ ତାଙ୍କ ମାଆଙ୍କ ବୟସରେ ଅନ୍ତର)ର ଆଧାରରେ ଶୁଣାଣି ପାଇଁ ଡକା ଯାଇ ଥିଲା। ଯେବେ ତାଙ୍କୁ ପଚରା ଗଲା ଯେ, କାହିଁକି ଏସଆଇଆରରୁ କୌଣସି ରାଜନୀତିକ ଦଳକୁ ଫାଇଦା ହୋଇପାରେ , ତ ସେନ କହିଥିଲେ ଯେ, ନିଶ୍ଚିତ ରୂପେ କହିପାରିବେ ନାହିଁ, କିନ୍ତୁ ଗଣତାନ୍ତ୍ରିକ ଅଖଣ୍ଡତା ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ।