PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ଆମାଜନ ସେଲରେ ବମ୍ପର ଅଫର, ଶସ୍ତାରେ କିଣିପାରିବେ ଏହି ସବୁ ସ୍ମାର୍ଟଫୋନ୍

ନୂଆଦିଲ୍ଲୀ ୧୯/୩: ନୂଆ ସ୍ମାର୍ଟଫୋନ୍ କିଣିବା ପାଇଁ ଯୋଜନା କରୁଛନ୍ତି କି ? ତେବେ ଆପଣ ଆମାଜନରେ ଚାଲିଥିବା ସେଲର ଫାଇଦା ଉଠାଇ ପାରିବେ . ଇ-କମର୍ସ ପ୍ଲାଟଫର୍ମରେ ସ୍ମାର୍ଟଫୋନ୍ ସମର ସେଲ୍ ଚାଲିଛି । ଆମାଜନ ସେଲରେ ଅନେକ ବ୍ରାଣ୍ଡ୍ସର ସ୍ମାର୍ଟଫୋନରେ ଆକର୍ଷକ ଡିଲ୍ ମିଳୁଛି । ଏଥିରେ ଡିସ୍କାଉଣ୍ଟ ବ୍ୟତୀତ ଆଇସିଆଇସିଆଇ ବ୍ୟାଙ୍କ କାର୍ଡରେ ରିହାତି ମଧ୍ୟ ମିଳୁଛି ।

ଆମାଜନ ସେଲରୁ ଆପଣ ସାମସଙ୍ଗ, ଓପୋ, ଆଇକ୍ୟୁ, ରିୟଲମି ଏବଂ ଅନ୍ୟ ବ୍ରାଣ୍ଡ୍ସର ସ୍ମାର୍ଟଫୋନ୍ ଶସ୍ତାରେ କିଣିପାରିବେ । ୧୬ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଆମାଜନ ସେଲ ୧୯ ମାର୍ଚ୍ଚରେ ସମାପ୍ତ ହେବ । ଆସନ୍ତୁ ଜାଣିବା ଏଥିରେ ମିଳୁଥିବା ଅଫର୍ସ ସମ୍ପର୍କରେ…

ଯଦି ଆପଣ ଏକ ବଜେଟ୍ ଫୋନ୍ କିଣିବାକୁ ଚାହୁଁଛନ୍ତି ତେବେ ସାମସଙ୍ଗ ଗାଲାକ୍ସି ଏମ୦୪ କିଣିପାରିବେ । ଡିସ୍କାଉଣ୍ଟ ପରେ ଏହି ଫୋନ୍ ୭,୪୯୯ ଟଙ୍କାରେ ମିଳୁଛି । ସେହିଭଳି ରେଡମି ଏ୧ରେ ମଧ୍ୟ ଆକର୍ଷକ ଅଫର ରହିଛି । ଏହି ହ୍ୟାଣ୍ଡସେଟକୁ ଆପଣ ମାତ୍ର ୫,୮୯୯ ଟଙ୍କାରେ ଆମାଜନରୁ କିଣିପାରିବେ । Realme Narzo 50i Prime କୁ ଆପଣ ସେଲରୁ ୭,୭୯୯ ଟଙ୍କାରେ କିଣିପାରିବେ । ସେହିଭଳି ରେଡମି ୧୦ଏକୁ ଆପଣ ୭,୮୪୯ ଟଙ୍କାରେ ଆମାଜନ ସେଲରୁ କିଣିପାରିବେ । ଯଦିଓ Realme 50A Prime କୁ ଡିସ୍କାଉଣ୍ଟ ପରେ ଆପଣ ୯,୨୪୯ ଟଙ୍କାରେ ଇ-କମର୍ସ ପ୍ଲାଟଫର୍ମରୁ କିଣିପାରିବେ ।

ମିଡ୍ ରେଞ୍ଜ ସେଗମେଣ୍ଟରେ OnePlus Nord CE 2 Lite 5G ଶସ୍ତାରେ ମିଳିବ । ଏହି ଫୋନ୍ ୧୮,୯୯୯ ଟଙ୍କାରେ ମିଳୁଛି । Samsung Galaxy M33 5G କୁ ଆପଣ ୧୩,୯୯୯ ଟଙ୍କାରେ ଆମାଜନରୁ କିଣିପାରିବେ । ସେହିଭଳି iQOO Z6 Lite 5G କୁ ଆପଣ ୧୪,୪୯୯ ଟଙ୍କାର ଇ-କମର୍ସ ପ୍ଲାଟଫର୍ମରୁ କିଣିପାରିବେ । ନିକଟରେ ଲଞ୍ଚ୍ ହୋଇଥିବା Redmi Note 12 ରେ ମଧ୍ୟ ଅଫର ରହିଛି । ଏହି ହ୍ୟାଣ୍ଡସେଟକୁ ଆପଣ ଡିସ୍କାଉଣ୍ଟ ପରେ ୧୬,୯୯୯ ଟଙ୍କାରେ କିଣିପାରିବେ ।