PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

୨୦୨୪ରେ ବହୁଳ ମାତ୍ରାରେ ନିର୍ବାଚିତ ହୋଇ ରାଷ୍ଟ୍ରପତି ହେବେ ଡୋନାଲ୍ଡ ଟ୍ରମ୍ପ : ଏଲନ ମସ୍କ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଏକ ବଡ ଦାବି କରିଛନ୍ତି ଟେସଲା ଏବଂ ଟ୍ୱିଟରର ସିଇଓ ବିଲିୟନେୟାର ଏଲନ୍ ମସ୍କ । ଟ୍ୱିଟରର ନୂଆ ବସ୍ କହିଛନ୍ତି ଯେ ଯଦି ଡୋନାଲ୍ଡ ଟ୍ରମ୍ପଙ୍କ ଗିରଫ ହୋଇଯାଏ, ତେବେ ସେ ୨୦୨୪ରେ ଏକ ବଡ ବିଜୟ ସହିତ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚିତ ହୋଇପାରିବେ । ଟ୍ରମ୍ପଙ୍କୁ ଶୀଘ୍ର ଗିରଫ କରାଯାଇପାରେ ବିବୃତ୍ତି ଆସିବା ପରେ ଏଲନ ମସ୍କ ଏଭଳି ବିବୃତ୍ତି ଦେଇଛନ୍ତି ।

ନ୍ୟୁଜ୍ ଏଜେନ୍ସି ଏପି (AP) ରିପୋର୍ଟ ଅନୁଯାୟୀ, ଶନିବାର ସୋସିଆଲ ମିଡିଆରେ ଟ୍ରମ୍ପ ଦାବି କରିଛନ୍ତି ଯେ ତାଙ୍କୁ ମଙ୍ଗଳବାର ଗିରଫ କରାଯାଇପାରେ । ଟ୍ରମ୍ପ ତାଙ୍କ ସୋସିଆଲ ନେଟୱାର୍କ ଟ୍ରୁଥରେ ଏକ ପୋଷ୍ଟରେ କହିଛନ୍ତି ଯେ ତାଙ୍କୁ ଶୀଘ୍ର ଗିରଫ କରାଯାଇପାରେ । ମାନହଟ୍ଟନ ଜିଲ୍ଲା ଓକିଲ କାର୍ଯ୍ୟାଳୟ ଆଣିଥିବା ଏକ ମାମଲାରେ ତାଙ୍କୁ ମଙ୍ଗଳବାର ଗିରଫ କରାଯିବ ବୋଲି ଟ୍ରମ୍ପ କହିଛନ୍ତି । ଏହା ପରେ ମସ୍କ ଏହି ଖବର ଉପରେ ନିଜର ପ୍ରତିକ୍ରିୟା ଦେଇଥିଲେ ।

ମସ୍କ ଟ୍ୱିଟ୍ କରି କହିଛନ୍ତି ଯେ, ‘ଯଦି ଏପରି ଘଟେ, ଟ୍ରମ୍ପ ଏକ ବହୁଳ ବିଜୟ ସହିତ ପୁନର୍ବାର ନିର୍ବାଚିତ ହେବେ ।ସୂଚନାଥାଉକି, ଏହା ପୂର୍ବରୁ ଟ୍ରମ୍ପ ତାଙ୍କ ସମର୍ଥକଙ୍କୁ ଗିରଫ ଭୟରେ ବିରୋଧ କରିବାକୁ କହିଥିଲେ । ତେବେ ସମ୍ଭାବ୍ୟ ଗିରଫ ବିଷୟରେ ସେ କିପରି ଜାଣିଲେ ଟ୍ରମ୍ପ ସୋସିଆଲ ମିଡିଆରେ କୌଣସି ସୂଚନା ଦେଇନାହାନ୍ତି ।

ସମ୍ବନ୍ଧିତ ଖବର