ନୂଆଦିଲ୍ଲୀ,୦୭/୦୮: ଆମେରିକାର ଜର୍ଜିଆରେ ଥିବା ସେନା ଘାଟିରେ ଗୁଳିକାଣ୍ଡ। ଯେଉଁଥିରେ ୫ ଜଣ ସୈନ୍ୟକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି।ଯାହାପରେ ସେହି ଅଞ୍ଚଳକୁ ସିଲ୍ କରାଯାଇଥିବା ସୂଚନା ମିଳିଛି।
ଜର୍ଜିଆରେ ଥିବା ଫୋର୍ଟ ଷ୍ଟୁଆର୍ଟ ହେଉଛି ଆମେରିକୀୟ ସେନାର ସବୁଠାରୁ ବଡ଼ ଘାଟି। ସେନା ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ଆଞ୍ଜେଲ ଟମକୋ କହିଛନ୍ତି ଯେ, ଗୁଳିକାଣ୍ଡ ଘଟଣା ପରେ ଆହତମାନଙ୍କୁ ହସ୍ପିଟାଲ ପଠାଯାଇଛି। ଆକ୍ରମଣକାରୀଙ୍କ ପରିଚୟ ମିଳିନାହିଁ। ସେନା ସେମାନଙ୍କୁ ଖୋଜୁଛି। ଫୋର୍ଟ ଷ୍ଟିୱାର୍ଟ ଆର୍ମି ବେସରେ ହଜାର ହଜାର ସୈନିକ ସେମାନଙ୍କ ପରିବାର ସହିତ ରୁହନ୍ତି। ଆର୍ମି ସୁପରିଣ୍ଟେଣ୍ଡେଣ୍ଟ ବ୍ରାଏନ୍ ପେରିଙ୍କ ଅନୁଯାୟୀ, ଆକ୍ରମଣକାରୀମାନେ ଆର୍ମର୍ଡ ବ୍ରିଗେଡ୍ କମ୍ବାଟ୍ ଏରିଆରୁ ବେସ ଭିତରକୁ ପ୍ରବେଶ କରିଥିଲେ। ଏହା ପରେ ହଠାତ୍ ଗୁଳିଚାଳନା ଆରମ୍ଭ ହୋଇଗଲା। ବର୍ତ୍ତମାନ, ବେସରେ ଥିବା ତିନୋଟି ସ୍କୁଲକୁ ବନ୍ଦ କରିଦିଆଯାଇଛି। ଏହି ତିନୋଟି ସ୍କୁଲରେ ପ୍ରାୟ ୧୪୦୦ ସୈନିକଙ୍କ ପିଲା ପାଠପଢ଼ନ୍ତି।ଏହି ଘଟଣା ପରେ ଜର୍ଜିଆ ରାଜ୍ୟପାଳ ବ୍ରାଏନ୍ କେମ୍ପ ଏକ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ, ସ୍ଥାନୀୟ ପୁଲିସ ଏବଂ ସମ୍ପୃକ୍ତ ଏଜେନ୍ସିଗୁଡ଼ିକ ଏହାର ତଦନ୍ତ ଆରମ୍ଭ କରିଛନ୍ତି। ପରିସ୍ଥିତି ବହୁତ ଗମ୍ଭୀର ରହିଛି। ଏହି ଆକ୍ରମଣ ପଛରେ କିଏ ଅଛି? ଏହି ଆକ୍ରମଣ କିଏ କରିଛି ଏବଂ କାହିଁକି? ଏହି ସମସ୍ତ ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ମିଳିନାହିଁ।