PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ପାକିସ୍ତାନକୁ ସାହାଯ୍ୟ ନେଇ ଏସ୍‌.ଜୟଶଙ୍କରଙ୍କ କଡ଼ା ମନ୍ତବ୍ୟ,ଜବାବ୍‌ରେ ଆମେରିକା କହିଲା-ଦୁଇ ଦେଶ…

ଓ୍ବାଶିଂଟନ୍‌,୨୭।୯: ପାକିସ୍ତାନର ସୁରକ୍ଷା ଉପକରଣ ରକ୍ଷଣାବେକ୍ଷଣ କରିବା ନାମରେ ୪୫୦ ମିଲିୟନ ଡଲାର ସହାୟତା ପ୍ରଦାନ କରିଥିଲା। ଆମେରିକାର ଏଭଳି ସହାୟତାକୁ ନେଇ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କଡା ପ୍ରତିକ୍ରୀୟା ଦେଇଛନ୍ତି, ଯାହାକୁ ନେଇ ଆମେରିକା ପକ୍ଷରୁ କଡା ପ୍ରତିକ୍ରିୟା ମିଳିଛି। ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ନେଡ୍‌ ପ୍ରାଇସ୍‌ କହିଛନ୍ତି, ଆମେ ଭାରତ ଓ ପାକିସ୍ତାନ ଦୁହିଁଙ୍କୁ ଅଲଗା ଅଲଗା ସହଯୋଗୀ ରୂପରେ ଦେଖୁ। ନେଡ୍‌ ପ୍ରାଇସ୍‌ କହିଛନ୍ତି, ଆମେ ଭାରତ ଓ ପାକିସ୍ତାନ ସମ୍ପର୍କକୁ ସେ ଦୃଷ୍ଟିରୁ ଦେଖିୁନୁ ଯେ, ଦୁହିଁଙ୍କର ସମ୍ପର୍କ କିଭଳି ରହିଛି। ପ୍ରାଇସ୍‌ କହିଛନ୍ତି, ଦୁଇ ଦେଶ ଆମର ସହଯୋଗୀ ଓ ଆମେରିକା ଦୁହିଁଙ୍କୁ ସହଯୋଗୀ ରୂପରେ ଦେଖୁଛୁ। ଏହି ଦୁଇ ପଡୋଶୀ ଦେଶର ସମ୍ପର୍କରେ ସକାରତ୍ମକତା ଦିଗକୁ ନେଇ ସବୁ ପ୍ରକାର ଚେଷ୍ଟା କରିବା ଦରକାର। ଓ୍ବାଶିଂଟନ୍‌ରେ ଭାରତ-ଆମେରିକା ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଫ୍‌ ୧୬ ମେଣ୍ଟନାନ୍ସ ପ୍ୟାକେଜ୍‌କୁ ନେଇ ପ୍ରଶ୍ନର ଜବାବ ଦେଇ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି, ସମସ୍ତଙ୍କୁ ଜଣାଅଛି ଏଫ୍‌୧୬ ଫାଇଟର ବିମାନର ବ୍ୟବହାର କେଉଁଠି ଓ  କାହା ପାଇଁ ହୁଏ।  ଏଭଳି କଥା କହି ଆପଣ କାହାକୁ ବୋକା କରି ପାରିବେ ନାହିଁ।

ଆଫଗାନିସ୍ତାନରେ କ୍ଷମତାରେ ରହିବାକୁ ନେଇ ପାକିସ୍ତାନ ପକ୍ଷରୁ ତାଲିବାନକୁ କରାଯାଇଥିବା ସାହାଯ୍ୟକୁ ନେଇ ଭାରତ ପ୍ରଶ୍ନ ଉଠାଇଥିଲା। ଏହାକୁ ନେଇ ମୁଖପାତ୍ର ନେଡ୍‌ ପ୍ରାଇସ୍‌ କହିଛନ୍ତି, ଯେତେବେଳେ ବି କଥା ଆମର ସୁରକ୍ଷା ଓ ସହଯୋଗକୁ ନେଇ ଆସିଛି, ସେତେବେଳେ ଆମେ ତାଙ୍କ ଗତିବିଧି ଉପରେ ନଜର ରଖିଥାଉ। ନେଡ୍‌ ପ୍ରାଇସ୍‌ ଆହୁରି କହିଛନ୍ତି ଯେ, ଆମେ ଏହି କଥାକୁ ବିସ୍ତାର ଭାବରେ କହିବାର ସ୍ଥିତିରେ ନାହୁଁ, ପାକିସ୍ତାନ ତାଲିବାନକୁ ସାହାଯ୍ୟ କରିବାକୁ ନେଇ ଯାଞ୍ଚରେ ଆମେରିକାକୁ କ’ଣ ମିଳିଛି, କିନ୍ତୁ ଯେତିକି ତାଙ୍କର ମାନିବାର ଅଛି, ଏହି ମାମଲାରେ ପୂର୍ବରୁ ଯେଉଁ ସେକ୍ରେଟରୀ କହିଛନ୍ତି, ତାହା ଏପର୍ଯ୍ୟନ୍ତ ଠିକ୍ ଅଛି, ଆଫଗାନିସ୍ତାନରେ ହିଂସା ଓ ଅସ୍ଥିରତା ସୃଷ୍ଟି କରିବା ପାକିସ୍ତାନର ହିତରେ ନଥିଲା।

ଆମେରିକା ନିଜର ପାକିସ୍ତାନୀ ସହଯୋଗୀଙ୍କୁ ଆଫଗାନିସ୍ତାନର ଲୋକଙ୍କୁ ସାହାଯ୍ୟ ପାଇଁ ସବୁବେଳେ କଥା ହେଉଥିଲା। ଆମେରିକା ଲଗାତାର ଚେଷ୍ଟା କରୁଛି ଯେ, ସେଠାରେ ମାନବୀୟ ପରିସ୍ଥିତିରେ ସୁଧାର ଅଣାଯାଉ। ଆମେ ଏହା ମଧ୍ୟ ଦେଖୁଛୁ ଯେ, ତାଲିବାନ ଯେଉଁ ପ୍ରତିଶୃତି ଦେଇଛି, ତାକୁ ପୂରଣ କରୁଛି କି ନାହିଁ ?ନେଡ୍‌ ପ୍ରାଇସ୍‌ କହିଛନ୍ତି, ଏଭଳି ଭାବରେ କିଛି ପ୍ରତିଶୃତିରେ ପାକିସ୍ତାନ ବନ୍ଧା ହୋଇଛି, ଯେଉଁଥିରେ ଆତଙ୍କବାଦ ବିରୋଧରେ ଲଢେଇ, ଆଫଗାନିସ୍ତାନର ଲୋକଙ୍କ ପାଇଁ କରାଯାଇଥିବା ପ୍ରତିଶୃତି ସାମିଲ ରହିଛି। ଏଭଳି ସ୍ଥିତିରେ ଯଦି ପାକିସ୍ତାନ ଏହି ପ୍ରତିଶୃତିକୁ ପୂରା କରିପାରେନି, ତେବେ ଏହାର ପ୍ରଭାବ ପାକିସ୍ତାନ ଉପରେ ମଧ୍ୟ ପଡିବ।

ନିକଟରେ ଆମେରିକା ପକ୍ଷରୁ ପାକିସ୍ତାନକୁ ୪୫୦ ମିଲିୟନ ଡଲାର ଆର୍ଥିକ ସହାୟତାକୁ ମଞ୍ଜୁରୀ ଦିଆଯାଇଥିଲା। ଆମେରିକାର କହିବା ଅନୁସାରେ, ଏହି ସହାୟତା ପାକିସ୍ତାନକୁ ଏଫ୍‌-୧୬ ଫାଇଟର ଜେଟ୍‌ ଫ୍ଲିଟ୍‌ ସହିତ ଅନ୍ୟ ସୁରକ୍ଷା ଉପକରଣ ରକ୍ଷଣା ବେକ୍ଷଣ ପାଇଁ ଦିଆଯାଇଥିଲା। ଆମେରିକା ପକ୍ଷରୁ କୁହାଯାଇଛି ଯେ, ଏଭଳି ଆର୍ଥିକ ପ୍ୟାକେଜ୍‌ରେ କୌଣସି ନୂତନ ପ୍ରକାର ଅସ୍ତ୍ରଶସ୍ତ୍ର କିମ୍ବା ସୁରକ୍ଷା ସାମିଲ ନାହିଁ। ପାକିସ୍ତାନକୁ ଆମେରିକା ଆର୍ଥିକ ସହାୟତା ଦେବା ନେଇ ଭାରତ ପକ୍ଷରୁ କଡା ପ୍ରତିକ୍ରିୟା ମିଳିଥିଲା। କିଛି ଦିନ ପୂର୍ବରୁ ଆମେରିକା ଏହି ମାମଲାରେ ସଫେଇ ମଧ୍ୟ ଦେଇଥିଲା ଓ କହିଥିଲା ଆମେରିକା ପକ୍ଷରୁ ପାକିସ୍ତାନକୁ ଏହି ସହାୟତା, ଭାରତକୁ କୌଣସି ପ୍ରକାର ବାର୍ତ୍ତା ଦେବା ପାଇଁ କରାଯାଇନଥିଲା, କାରଣ ତା’ର ରୁଷ ସହିତ ସମ୍ପର୍କ ରହିଛି। ହ୍ବାଇଟ ହାଉସ୍‌ ପକ୍ଷରୁ ଦିଆଯାଇଥିବା ବୟାନରେ ଆଗକୁ କୁହାଯାଇଛି ଯେ, ଏହି ସାହାଯ୍ୟ କେବଳ ରକ୍ଷଣାବେକ୍ଷଣ ପାଇଁ ଦିଆଯାଇଥିଲା।

ସମ୍ବନ୍ଧିତ ଖବର