PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏଟିଏମରେ ଟଙ୍କା ଭରିବା ନେଇ ଗାଡିରେ ଯାଉଥିବା ବେଳେ ୫୭ ଲକ୍ଷ ଟଙ୍କା ଧରି ଡ୍ରାଇଭର ଫେରାର
  • ||
  • ମୃତ ବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି ଘଟଣାରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ନିଲମ୍ବିତ
  • ||
  • କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ମୁକ୍ତାର ଆବ୍ବାସ ନକଭି
  • ||
  • ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ନାଁରେ ରାଜଧାନୀ ମିଡ଼ିଆ ହାଉସ୍ ସିଇଓ ଥାନାରେ କଲେ ଅଭିଯୋଗ , ଯାତ୍ରା ରାଜିନାମା ଅଗ୍ରୀମ ଟଙ୍କା ଫେରସ୍ତ ନକରିବାରୁ ବାଲେଶ୍ୱର ଜିଲ୍ଲା ଔପଦା ଥାନାରେ ରୁଜୁ ହୋଇଛି ମାମଲା, ପାର୍ବତୀ ଗଣନାଟ୍ୟ ଠାରୁ ୧୫ ଲକ୍ଷ ଟଙ୍କା ନେଇଥିଲେ ଅଗ୍ରୀମ
  • ||
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ଆଝାରକୁ ବ୍ଲାକଲିଷ୍ଟ ପାଇଁ ଜାତିସଂଘରେ ଆମେରିକା, ଫ୍ରାନ୍ସ ଓ ବ୍ରିଟେନର ପ୍ରସ୍ତାବ

ନୂଆଦିଲ୍ଲୀ,୨୮।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଉପରେ ଅଙ୍କୁଶ ଲଗାଇବା ପାଇଁ ଭାରତର କୁଟନୀତି ଫଳପ୍ରଦ ହୋଇଛି। ଆତଙ୍କବାଦ ବିରୋଧ ଲଢେଇରେ ଭାରତ ସହିତ ଠିଆ ହୋଇଥିବା ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାରକୁ ବ୍ଲାକଲିଷ୍ଟ ପାଇଁ ଜାତିସଂଘର ସୁରକ୍ଷା ପରିଷଦରେ ପ୍ରସ୍ତାବ ଦେଇଛି। ବୁଧବାର ଦିଆଯାଇଥିବା ପ୍ରସ୍ତାବରେ ଏହି ଦେଶ ୧୫ ସଦସ୍ୟ ସୁରକ୍ଷା କଟକଣା କମିଟି ଆଝାରର ଅନ୍ତର୍ଜାତୀୟ ଯାତ୍ରା ଉପରେ କଟକଣା ଓ ସମ୍ପତ୍ତିକୁ ଜବତ କରିବାର ଦାବି କରିଛି।

source: https://www.timesofisrael.com

ରିପୋର୍ଟ ଅନୁସାରେ ୧୫ ସଦସ୍ୟ ବିଶିଷ୍ଟ ସୁରକ୍ଷା ପରିଷଦ କମିଟି ଏହି ପ୍ରସ୍ତାବ ଉପରେ ଆପତ୍ତି ପ୍ରକାଶ କରିବା ପାଇଁ ୧୩ ମାର୍ଚ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। କମିଟି ନିକଟରେ ଦିଆଯାଇଥିବା ପ୍ରସ୍ତାବରେ ଆମେରିକା, ବ୍ରିଟେନ ଓ ଫ୍ରାନ୍ସ କହିଛି ଯେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖିଆ ମାସୁଦ ଆଝାର ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ୧୪ ଫେବୃଆରୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଏହି ଆକ୍ରମଣରେ ସିଆରପିଏଫର ୪୦ ଯବାନ ଶହୀଦ ହୋଇଛନ୍ତି। ଗତ ୧୦ ବର୍ଷରେ ଜାତିସଂଘରେ ଏହା ୪ର୍ଥ ସୁଯୋଗ ଯେବେ ଏଭଳି କୌଣସି ପ୍ରସ୍ତାବ ଆଗତ କରାଯାଇଛି। ଏହା ପୂର୍ବରୁ ୨୦୦୯ ଓ ୨୦୧୬ ରେ ଭାରତ ଜାତିସଂଘର ସେକ୍ସନ କମିଟି ୧୨୬୭ରେ ଆଝାର ଉପରେ କଟକଣା ଲଗାଇବାର ପ୍ରସ୍ତାବ ଆଗତ କରିଥିଲା। ଏହି ଆତଙ୍କବାଦୀ ସଂଗଠନ ପଠାନକୋଟ ବାୟୁସେନା ଘାଟିରେ ଜାନୁଆରୀ ୨୦୧୬ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା।

ସମ୍ବନ୍ଧିତ ଖବର