ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ପ୍ରତିରକ୍ଷା ସହଯୋଗ ଏକ ନୂତନ ଶିଖର ଛୁଇଁବାକୁ ଯାଉଛି ଟ୍ରମ୍ପଙ୍କ ଟାରିଫ ଧମକ ମଧ୍ୟରେ ଦୁଇ ଦେଶ ପ୍ରତିରକ୍ଷା ଦିଗରେ ଆଗକୁ ବଢ଼ିବାକୁ ଯୋଜନା କରିଛନ୍ତି । ଭାରତୀୟ ନୌସେନା ପାଇଁ ଟି ଅତିରିକ୍ତ P-8I ସାମୁଦ୍ରିକ ପାଟ୍ରୋଲ ବିମାନ ପାଇଁ ୪ ବିଲିୟନ୍‌ ଡଲାରର ଚୁକ୍ତି ପ୍ରାୟ ଚୂଡ଼ାନ୍ତ ହୋଇଛି।  ଏଥିପାଇଁ ଏକ ଆମେରିକୀୟ ପ୍ରତିନିଧି ଦଳ ସେପ୍ଟେମ୍ବର ୧୬ ରୁ ୧୯ ମଧ୍ୟରେ ଦିଲ୍ଲୀ ପହଞ୍ଚିବେ ଏହି ପ୍ରତିନିଧିମଣ୍ଡଳୀରେ ଆମେରିକା ପ୍ରତିରକ୍ଷା ବିଭାଗ ଏବଂ ବୋଇଂର ଅଧିକାରୀମାନେ ସାମିଲ ହେବେ । ଏହା ବ୍ୟତୀତ ନୀତି ପାଇଁ ପ୍ରତିରକ୍ଷା ସଚିବଙ୍କ କାର୍ଯ୍ୟାଳୟ, ନୌସେନା କାର୍ଯ୍ୟାଳୟ (NIPO), ସାମୁଦ୍ରିକ ପାଟ୍ରୋଲ୍ ଏବଂ ପ୍ରତିରକ୍ଷା ସୁରକ୍ଷା ସହଯୋଗ ଏଜେନ୍ସି (DSCA)ର ଅଧିକାରୀମାନେ ମଧ୍ୟ ଅଂଶଗ୍ରହଣ କରିବେ ଏନଆଇପିଓ ବିଶ୍ୱ ସାମୁଦ୍ରିକ ସହଭାଗୀତା ପରିଚାଳନା କରୁଥିବା ବେଳେ ପିଏମଏ ବିମାନ ଅଧିଗ୍ରହଣ କରେ।

ଭାରତୀୟ ନୌସେନା ପାଖରେ ବର୍ତ୍ତମାନ ୧୨ଟି P-8I ବିମାନ ଅଛି । ଭାରତ ମହାସାଗରରେ ଚୀନର ବର୍ଦ୍ଧିତ ସାମରିକ ପ୍ରଭାବକୁ ଦୃଷ୍ଟିରେ ରଖି ନୌସେନାକୁ ଏହାର ନିରୀକ୍ଷଣ ଏବଂ ବୁଡ଼ାଜାହାଜ ବିରୋଧୀ କ୍ଷମତାକୁ ସୁଦୃଢ଼ ​​କରିବା ପାଇଁ ଆହୁରି ଟି ବିମାନର ଆବଶ୍ୟକତା ରହିଛି। ଏହା ବ୍ୟତୀତ ନୌସେନା MQ-9B ଡ୍ରୋନ ମଧ୍ୟ ବ୍ୟବହାର କରୁଛି

P-8I ବିମାନ ଦୀର୍ଘ ଦୂରତା ନିରୀକ୍ଷଣ ଏବଂ ବୁଡ଼ାଜାହାଜ ଚିହ୍ନଟ କରିବାରେ ସକ୍ଷମ । ଏହା ୪୧୦୦୦ ଫୁଟ ଉଚ୍ଚତାରେ ଉଡିପାରିବ ଏବଂ ୮,୩୦୦ କିଲୋମିଟର ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିପାରିବ । ଏହା ଜାହାଜ ବିରୋଧୀ କ୍ଷେପଣାସ୍ତ୍ର, କ୍ରୁଜ୍ କ୍ଷେପଣାସ୍ତ୍ର, ହାଲୁକା ଟର୍ପେଡୋ ମଧ୍ୟ ବହନ କରିପାରିବ। MQ-9B ଡ୍ରୋନ ଭାରତ ମହାସାଗରରେ ପ୍ରକୃତ ସମୟ (ରିୟଲ ଟାଇମ୍‌) ନିରୀକ୍ଷଣ କରିବାରେ ସହାୟକ ହେବ

ରୁଷରୁ ତେଲ କିଣିବା ପାଇଁ ଆମେରିକା ଦ୍ୱାରା ଭାରତ ଉପରେ ଲଗାଯାଇଥିବା ଉଚ୍ଚ ଶୁଳ୍କ ଏହି ପ୍ରତିରକ୍ଷା ଚୁକ୍ତି ଉପରେ କୌଣସି ପ୍ରଭାବ ପକାଇ ନାହିଁ ଫେବୃଆରୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଜାରି ହୋଇଥିବା ମିଳିତ ବିବୃତ୍ତିରେ ସ୍ପଷ୍ଟ କରାଯାଇଥିଲା ଯେ, ଏହି ଚୁକ୍ତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।