PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଜଳେଶ୍ୱରର ଅମିତ କୁମାର ସେଠୀ ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ

ଜଳେଶ୍ୱର ୭/୧୦(ଆପ୍ର): ଆଦିବାସୀ ଅଧ୍ୟୁଷିତ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାଇବଣିଆ ଥାନା ଅନ୍ତର୍ଗତ ଖୁୱାର୍ଡ ପଂଚାୟତର ବାସିନ୍ଦା ଦୀନବନ୍ଧୁ ସେଠୀ ଓ ସୁବର୍ଣ୍ଣ ଦାସଙ୍କ ପୁଅ ଅମିତ କୁମାର ସେଠୀ ଓଏଏସ ପରୀକ୍ଷାରେ ୨୭୫ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ଅମିତ ଖୁୱାର୍ଡ ସ୍ଥିତ ଦୀନକୃଷ୍ଣ ଉଚ୍ଚ ବିଦ୍ୟାଳୟରୁ ୨୦୧୨ ମସିହାରେ ମ୍ୟାଟ୍ରିକ ପାସ କରିବା ପରେ ବାଲେଶ୍ବରର ସୁଲଗ୍ନା ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ କୃତିତ୍ୱ ସହିତ ପାସ କରିଥିଲେ।ପରେ ସେ ଫକୀର ମୋହନ ମହାବିଦ୍ୟାଳୟରୁ ବିଏସ ସି ପାସ କରିବା ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଏମଏସସି (ଉଦ୍ଭିଦ ବିଜ୍ଞାନ)ରେ ପାସ କରି ଅଧୁନା ଉତ୍କଳ ବିଶ୍ଵବିଦ୍ୟାଳୟରେ ପବ୍ଲିକ ଏଡ଼ମିନିଷ୍ଟ୍ରସନରେ ଅଧ୍ୟୟନ କରି ୨୦୨୨ ମସିହାରେ କୃତକାର୍ଯ୍ୟ ହୋଇଛନ୍ତି। ତାଙ୍କର ଏହି ସଫଳତାର ଶ୍ରେୟ ପିତା, ମାତା, ଭାଇ,ଭଉଣୀ ଓ ଭିଣୋଇ ତଥା ପରିବାର ସଦସ୍ୟ ମାନଙ୍କୁ ଅମିତ ଦେଇଛନ୍ତି। ସେ ଶିକ୍ଷା, ସ୍ୱାସ୍ଥ୍ୟ ବିଭାଗ ଉପରେ ଆନ୍ତରିକତା ସହିତ କାର୍ଯ୍ୟ କରିବା ସହିତ କେ.ବି.କେ ଜିଲ୍ଲାରେ କାର୍ଯ୍ୟ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ତାଙ୍କର ଶିକ୍ଷକ ଓ ଅଧ୍ୟାପକ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ତାଙ୍କର ପିତା ଏବେ ରାଜନଗର ଉପ୍ରା ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟ କରୁଥିବା ବେଳେ ମା’ଜଣେ ସୁଗୃହିଣୀ ଅଟନ୍ତି।