୧ରେ ଶାହ, ୨ରେ ଆସିବେ ମୋଦି

source:zeenews.india.com
ଭୁବନେଶ୍ୱର,୨୭ା୩(ବ୍ୟୁରୋ): ବିଜେପି ଷ୍ଟାର ପ୍ରଚାରକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ପ୍ରଚାରରେ ଆସନ୍ତା ୧ ତାରିଖରେ ଓଡ଼ିଶା ଆସିବାର ଥିଲା । ମାତ୍ର ମୋଦିଙ୍କ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି । ପ୍ରଧାନମନ୍ତ୍ରୀ ୧ ତାରିଖ ପରିବର୍ତ୍ତେ ୨ ତାରିଖ ପ୍ରଚାରରେ ଓଡ଼ିଶା ଆସିବେ ।
କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଆୟୋଜିତ ସଭାରେ ସେ ଯୋଗଦେବେ ବୋଲି ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ୧ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିବେ । ଦିନ ୧୧ଟାରେ ସେ ପାରଳାଖେମୁଣ୍ଡିରେ ଆୟୋଜିତ ସଭାକୁ ସମ୍ବୋଧିତ କରିବେ । ପରେ ଉମରକୋଟରେ ଆୟୋଜିତ ସଭାରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଉଲ୍ଲେଖଯୋଗ୍ୟ, ୨ ତାରିଖ ପୂର୍ବରୁ ଆସନ୍ତା ୨୯ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ । କୋରାପୁଟ ଜିଲ୍ଲା ଜୟପୁରରେ ଆୟୋଜିତ ବିଜେପିର ସାଧାରଣ ସଭାକୁ ସେ ସମ୍ବୋଧିତ କରିବେ । ପ୍ରକାଶଥାଉକି, ମୋଦି ଏବଂ ଶାହ ଓଡ଼ିଶାର ସମସ୍ତ ୨୧ଟି ଲୋକସଭା କ୍ଷେତ୍ରରେ ପ୍ରଚାର କରିବାକୁ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଏବଂ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ଉଭୟ ପ୍ରଚାର କରିବେ ।