PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ବିଜେପିକୁ ୫ ବର୍ଷ ସମୟ ଦିଅନ୍ତୁ, ନୂଆ ଓଡି଼ିଶା ତିଆରି କରିବୁ: ଶାହ

ବରଗଡ ୭/୪: ବରଗଡରେ ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ଅମିତ ଶାହ । ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ଅମିତ ଶାହ ଯୋଗଦାନ କରି ଉଦବୋଧନ ଦେଇଛନ୍ତି । ମା ସମଲେଶ୍ୱରୀ, ଅଷ୍ଟଶମ୍ବୁ ଓ ନୃସିଂହନାଥଙ୍କୁ ପ୍ରଣାମ କଲେ । ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଓଡିଶାର ୨ ଯବାନଙ୍କୁ  ଶ୍ରଦ୍ଧାଞ୍ଜଳୀ ଦେଇ ଅଭିଭାଷଣ ଆରମ୍ଭ କଲେ  ଶାହ ।

କଂଗ୍ରେସ ଓ ବିଜେଡି ଉପରେ ବର୍ଷିଲେ ଶାହ । ବିରୋଧୀଙ୍କ ମେଣ୍ଟକୁ ସମାଲୋଚନା କରି ରାହୁଲଙ୍କ ମଜା ଉଡାଇଲେ । ମେଣ୍ଟକୁ ବହୁମତ ମିଳିଲେ କିଏ ପ୍ରଧାନମନ୍ତ୍ରୀ ହେବ ରାହୁଲ କହିପାରୁନାହାନ୍ତି । ତାଙ୍କ ପାଖରେ ସେମିତି ନେତା ହିଁ ନାହାନ୍ତି ଯିଏ ପ୍ରଧାନମନ୍ତ୍ରୀ ହୋଇପାରିବ । ଚନ୍ଦ୍ରବାବୁ ନାଇଡୁ, ଅଖିଳେଶ ଯାଦବ, ଲାଲୁ ପ୍ରସାଦ ଯାଦବ ସମସ୍ତେ ଗୋଟେ ଗୋଟେ ଦିନ ପ୍ରଧାନମନ୍ତ୍ରୀ ହେବେ ବୋଲି କହି ମେଣ୍ଟକୁ ସମାଲୋଚନା କଲେ ଶାହ ।

ବିଜେଡିକୁ ମଧ୍ଯ ଟାର୍ଗେଟ୍ କଲେ । ବିଜେଡିକୁ ପୁଣି ପୋଡା ଟ୍ରାନ୍ସଫର୍ମର ସହ ତୁଳନା କଲେ ଅମିତ ଶାହା । ଆଗରେ ନବୀନ କିନ୍ତୁ ପଛରେ ବାବୁମାନେ ଶାସନ କରୁଛନ୍ତି । ବିଜେପି ଶାସନକୁ ଆସିଲେ ଓଡିଶାକୁ ମଡେଲ ରାଜ୍ଯରେ ପରିଣତ କରାଯିବ । କେନ୍ଦ୍ରରେ ମୋଦି ସରକାର ନିଶ୍ଚୟ ଆସିବ । ଓଡିଶାରେ ମଧ୍ଯ ବିଜେପି ସରକାର ଆସିଲେ ରାଜ୍ଯର ଦ୍ରୁତ ବିକାଶ ହେବ । ଡବଲ ଇଞ୍ଜିନ ହେଲେ ଦ୍ରୁତ ବେଗରେ ବିକାଶ ଗଡିବ । ଓଡିଶାରେ ସ୍ୱଚ୍ଛ ପାନୀୟ ଜଳ ଲୋକଙ୍କୁ ମିଳୁନି  । ଓଡିଶାରେ ସମସ୍ତ ଘରକୁ ବିଜୁଳି ପହଞ୍ଚିନି । ଏବ ପୋଡା ଟ୍ରାନ୍ସଫର୍ମରକୁ ବଦଳାଇବାର ସମୟ ଆସିଛି । ବିଜେପିକୁ ୫ ବର୍ଷ ସମୟ ଦେଲେ ନୂଆ ଓଡିଶା ତିଆରି କରିବୁ ବୋଲି କହିଲେ ଶାହ ।