୧୫ରେ ସମ୍ବଲପୁର ଆସିବେ ଶାହ

source:www.indiatoday.in
ଭୁବନେଶ୍ୱର,୫ ।୨(ବ୍ୟୁରୋ): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ପୁଣି ଆସିବେ ଓଡ଼ିଶା । ଶାହଙ୍କ ଫୋକସରେ ଏଥର ପଶ୍ଚିମ ଓଡ଼ିଶା । ଆସନ୍ତା ୧୫ରେ ସମ୍ବଲପୁର ଆସି ୪ ଜିଲ୍ଲାର କାର୍ଯ୍ୟକର୍ତ୍ତାଙ୍କୁ ଭୋଟମନ୍ତ୍ର ପଢ଼ାଇବେ । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶା ଗସ୍ତ କରିଥିଲା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ବୁଧବାର ପଶ୍ଚିମ ଓଡ଼ିଶା ଗସ୍ତରେ ଆସୁଛନ୍ତି । ତେଣୁ ଶାହଙ୍କ ଗସ୍ତକୁ ବିଜେପି ଶିବିର ବେଶ୍ ଗୁରୁତ୍ୱ ଦେଉଛି ।
ଶାହ ସାଲେପୁର ଓ ପୁରୀ ଗସ୍ତ ନିକଟରେ ସାରିଛନ୍ତି । ବିଜେପିର ମିଶନ ୧୨୦କୁ ସଫଳ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତର ୩ ଥର ଓଡ଼ିଶା ଗସ୍ତ ସାରିଛନ୍ତି । ଶାହ ବି ସମ୍ବଲପୁର ଆସି ବୁଥ କର୍ମକର୍ତ୍ତାଙ୍କୁ ଲଢ଼େଇ ପାଇଁ ପ୍ରସ୍ତୁତ କରିବେ । ଏହି ଅବସରରେ ଶ୍ରୀ ଶାହ ବୁଥ୍ ସଭାପତି, ସଂପାଦକ, ପ୍ରଭାରୀ, ସହ-ପ୍ରଭାରୀଙ୍କ ସହ ସାଙ୍ଗଠନିକ ଋଣନୀତି ସଂପର୍କରେ ଆଲୋଚନା କରିବେ । ଏହି ସମାବେଶରେ ଢେଙ୍କାନାଳ, ବରଗଡ, ସମ୍ବଲପୁର, ସୁନ୍ଦରଗଡ ଜିଲ୍ଲାର ସମସ୍ତ ବୁଥ୍ସ୍ତରୀୟ କାର୍ଯ୍ୟକର୍ତାଙ୍କ ସମେତ ପାଖାପାଖି ୬୦ ହଜାର କାର୍ଯ୍ୟକର୍ତାଙ୍କୁ ସେ ଉଦବୋଧନ ଦେବେ ବୋଲି ରାଜ୍ୟ ସଭାପତି ବସନ୍ତ ପଣ୍ଡା ସୂଚନା ଦେଇଛନ୍ତି ।