PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

ନୂତନ ସଂସଦ ଭବନରେ ଶୋଭା ପାଇବ ‘ସେଙ୍ଗୋଲ୍’: ଇଂରେଜଙ୍କଠାରୁ ନେଇଥିଲେ ନେହରୁ, କ୍ଷମତା ପରିବର୍ତ୍ତନର ପ୍ରତୀକ ଏହି ରାଜଦଣ୍ଡ

ନୂଆଦିଲ୍ଲୀ,୨୪।୫: ଉଦଘାଟନ ହେବାକୁ ଯାଉଛି ଦେଶର ନୂତନ ସଂସଦ ଭବନ। ଏ ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ ମିଶି ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୮ ମେ’ ମଧ୍ୟାହ୍ନ ୧୨ଟା ବେଳେ ନୂତନ ସଂସଦ ଭବନର ଉଦଘାଟନ କରି​‌ବେ। ପ୍ରଧାନମନ୍ତ୍ରୀ ନୂତନ ଭବନରେ କ୍ଷମତା ହସ୍ତାନ୍ତରଣର ପ୍ରତୀକ ଚିହ୍ନ  ‘ସେଙ୍ଗୋଲ୍’ ମଧ୍ୟ ସ୍ଥାପିତ କରିବେ। ‘ସେଙ୍ଗୋଲ୍’ ହେଉଛି ଚୋଳ ସାମ୍ରାଜ୍ୟର ପରମ୍ପରା। ଯେତେବେଳେ କେହି ରାଜା ହୁଅନ୍ତି, ତାଙ୍କୁ ଏହି ରାଜଦଣ୍ଡ ଦିଆଯାଉଥିଲା। ‘ସେଙ୍ଗୋଲ’ର ଅର୍ଥ ହେଉଛି-ସମ୍ପଦରେ ସମ୍ପନ୍ନ।’ ଶାହ କହିଛନ୍ତି, ୧୪ ଅଗଷ୍ଟ ୧୯୪୭ ରାତି ୧୦ଟା ୪୫ ମିନିଟରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହରୁ ‘ସେଙ୍ଗୋଲ’ ଇଂରେଜମାନଙ୍କଠାରୁ ନେଇଥିଲେ। ସେବେଠାରୁ ଏହାକୁ ତାମିଲନାଡୁରୁ ମଗାଯାଇଥିଲା। ଏବେ ଏହାକୁ ପ୍ରୟାଗରାଜର ଏକ ମ୍ୟୁଜିୟମରେ ରଖାଯାଇଛି।

ନୂତନ ସଂସଦ ଭବନରେ ‘ସେଙ୍ଗୋଲ୍’  (ଅଳଙ୍କୃତ ରାଜ-ଦଣ୍ଡ) ବାଚସ୍ପତିଙ୍କ ଆସନ ପାଖରେ ରଖାଯିବ। ଏହା ‘ଆଜାଦୀ କି ଅମୃତ ମହୋତ୍ସବ’ର ପ୍ରତିବିମ୍ବ ହେବ। ଗୃହମନ୍ତ୍ରୀ କହିଛନ୍ତି, ଯଦିଓ ୧୯୪୭ ପରେ କଂଗ୍ରେସ ପାର୍ଟି ଏହାକୁ ଭୁଲି ଯାଇଥିଲା। କେଉଁଠି ମଧ୍ୟ ଏନେଇ ଆଲୋଚନା ହୋଇନି। ପରେ ୨୪ ବର୍ଷ ପରେ ଜଣେ ତାମିଲ ବିଦ୍ବାନ ଏହାର ଚର୍ଚ୍ଚା କରିଥିଲେ। ସରକାରୀ ଡାଟାରେ ୨୦୨୧-୨୨ରେ ଏନେଇ ଆଲୋଚନା କରାଯାଇଛି। ଶାହ କହିଛନ୍ତି,୯୬ ବର୍ଷର ଯେଉଁ ତାମିଲ ବିଦ୍ବାନ ପଣ୍ଡିତ ନେହରୁଙ୍କୁ ‘ସେଙ୍ଗୋଲ୍’ ଦେବା ବେଳେ ଉପସ୍ଥିତ ଥିଲେ ସେ ୨୮ ମେ’ ରେ ମଧ୍ୟ ନୂତନ ସଂସଦ ଭବନରେ ‘ସେଙ୍ଗୋଲ୍’ ସ୍ଥାପନା କରିବା ବେଳେ ଉପସ୍ଥିତ ରହିବେ।

‘ସେଙ୍ଗୋଲ୍‌’ ଶବ୍ଦ ସଂସ୍କୃତର ‘ସଙ୍କୁ’ରୁ ନିଆଯାଇଛି। ଏହାର ଅର୍ଥ ହୋଇଥାଏ ‘ଶଙ୍ଖ’। ‘ସେଙ୍ଗୋଲ୍’ର ସବୁଠାରୁ ଉପରେ ନଦୀ ରହିଛି ଓ ପାଶ୍ବରେ କିଛି କଳାକୃତ୍ତି ରହିଛି। ଏହା ସୁନା ଓ ରୂପରେ ତିଆରି ହୋଇଛି। ଭାରତରେ ‘ସେଙ୍ଗୋଲ୍’ର ଇତିହାସ ଖୁବ୍ ପୁରୁଣା। ସବୁଠାରୁ ପ୍ରଥମେ ମୋର୍ଯ୍ୟ ସାମ୍ରାଜ୍ୟ (୩୨୨-୧୮୫ ଖ୍ରୀଷ୍ଟ ପୂର୍ବ) ଦ୍ବାରା ଏହାର ଉପଯୋଗ କରାଯାଇଥିଲା। ଏହାପରେ ଗୁପ୍ତ ସାମ୍ରାଜ୍ୟ (୩୨୦-୫୫୦) ପରେ ଚୋଳ ବଂଶରେ ଆସିଥିଲା। ଯେଉଁଠି ଏହାର ବ୍ୟବହାର ଅଧିକ କରାଯାଏ। ପରେ ଏହା ମୋଗାଲଙ୍କ ପାଖକୁ ଆସିଥିଲା ଓ ଯେତେବେଳେ ଇଂରେଜମାନେ ଭାରତ ଆସିଥିଲେ ବ୍ରିଟିସ ଇଷ୍ଟ ଇଣ୍ଡିଆ କମ୍ପାନୀ ଏହା ଉପରେ ନିଜର ଅଧିକାରୀ ସାବ୍ୟସ୍ତ କରିଥିଲା।

ସମ୍ବନ୍ଧିତ ଖବର