PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

2ରୁ ଭୁବନେଶ୍ବରରେ ବିଜେପି ଜନଜାତି ରାଷ୍ଟ୍ରୀୟ ମହାଅଧିବେଶନ

ଭୁବନେଶ୍ବର,13।1(ବୁୟରୋ): ଆସନ୍ତା ଫେବ୍ରୁଆରୀ 2 ଓ 3 ରେ ସ୍ଥାନୀୟ ନହରକଣ୍ଟାଠାରେ  ବିଜେପି ଜନଜାତି ରାଷ୍ଟ୍ରୀୟ ମହାଅଧିବେଶନ ଅନୁଷ୍ଠିତ ହେବ। ଜନଜାତିଙ୍କ ନିଯୁକ୍ତି, ଶିକ୍ଷା ଓ ଜଙ୍ଗଲ ଅଧିକାର ନେଇ ଏଠାରେ ଆଲୋଚନା ହେବ। ଏ ଅଧିବେଶନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ଯୋଗଦେବେ। ଏହାଛଡ଼ା ସମଗ୍ର ଦେଶରୁ ଏହି ଅଧିବେଶନରେ 5 ହଜାରରୁ ଅଧିକ ପ୍ରତିନିଧି ସାମିଲ୍ ହେବେ ବୋଲି ମୋର୍ଚ୍ଚ।ର ରାଜ୍ୟ ସଭାପତି ତଥା ବିଧାୟକ ରବି ନାଏକ କହିଛନ୍ତି।

ଏହି ମହାଅଧିବେଶନକୁ ସଫଳ କରିବାକୁ ଏକ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ରାଜ୍ୟ ବିଜେପି କାର୍ଯ୍ୟ।ଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନରେ ଦେଶର ପ୍ରମୁଖ ଆଦିବାସୀ ନେତା, ମନ୍ତ୍ରୀ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହା ସହ ଫେବ୍ରୁଆରୀ 3 ରେ  ‘ଆଦିବାସୀଙ୍କ ହକ୍ ପାଇଁ ଭୁବନେଶ୍ବର ଚାଲ’ ଅଭିଯାନ ରାଲି ଆୟୋଜିତ ହେବ। ରାଜ୍ୟ ସରକାର ଆଦିବାସୀଙ୍କ ଅଧିକାର ଛଡ଼ାଇ ନେବା, କେନ୍ଦ୍ର ସରକାର ପ୍ରଣୟନ କରିଥିବା ଯୋଜନାକୁ ସଠିକ୍ ଭାବରେ ଲାଗୁ କରାଇ ନଦେବା ଏବଂ ଜନଜାତ ଆଦିବାସୀମାନଙ୍କର ବିଭିନ୍ନ ପ୍ରସଙ୍ଗକୁ ନେଇ ଏହି ଅଧିବେଶନରେ ଚିଠା ପ୍ରସ୍ତାବ ଆଗତ ହେବ। ଏହି ରାଲିରେ ବିଜେପି ରାଷ୍ଟ୍ରୀୟ ସଭାପତି ଶାହଙ୍କ ସମେତ 1 ଲକ୍ଷରୁ ଉର୍ଦ୍ଧ୍ବ ଆଦିବାସୀ ଯୋଗଦେଇ ନିଜ ଅଧିକାର ସୁରକ୍ଷା ପାଇଁ ଦାବି କରିବେ। ରାଜ୍ୟ ସରକାରଙ୍କ ଜନଜାତି ବିରୋଧୀ ନୀତିକୁ ବିରୋଧ କରିବେ ବୋଲି ଶ୍ରୀ ନାଏକ କହିଛନ୍ତି।

ସେ କହିଛନ୍ତି, ରାଜ୍ୟରେ ସବ ସମୟରେ ଆଦିବାସୀମାନେ ଉପେକ୍ଷିତ ହୋଇ ଆସୁଛନ୍ତି। ରାଜ୍ୟ ସରକାର ଆଦିବାସୀଙ୍କୁ ସେମାନଙ୍କ ଅଧିକାର ଦେବାରେ ସପୂର୍ଣ୍ଣ ରୂପେ ବିଫଳ ହୋଇଛନ୍ତି। ଜମି ନଥାଇ ଜମି ପଟ୍ଟା ଦେବେ ବୋଲି ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଜାତି ପ୍ରମାଣପତ୍ର ପାଇଁ ବିଭିନ ଆଇନ କରି ଜନଜାତି ଲୋକଙ୍କୁ ହଇରାଣ କରୁଛନ୍ତି। ଜନଜାତି ବର୍ଗଙ୍କ ଷ୍ଟାଇପେଣ୍ଡ ରାଶି ବକେୟା ରହିଛି। ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ନାଁରେ 9ଟି ପରିଷଦ କରି ନିର୍ବ।ଚିତ ପ୍ରତିନିଧିଙ୍କ ଅଧିକାରକୁ ଛଡ଼ାଇ ନେଇଛନ୍ତି। ରାଜ୍ୟ ସରକାରଙ୍କ ଆଦିବାସୀମାରଣ ନୀତିକୁ ବିରୋଧ ସହ ଆଦିବାସୀଙ୍କୁ ସେମାନଙ୍କ ହକ୍ ଦେବା ଏହି ଅଧିବେଶନରେ ପ୍ରମୁଖ ଉଦ୍ଦେଶ୍ୟ ବୋଲି ଶ୍ରୀ ନାଏକ କହିଛନ୍ତି।