ମୁମ୍ୱାଇ : ବଲିଉଡର ମହାନାୟକ ଅମିତାଭ ବଚ୍ଚନ ୮୩ ବର୍ଷ ବୟସରେ ମଧ୍ୟ ଖୁବ୍‌ ସକ୍ରିୟ। ସେ ଏବେ ନାଗ ଅଶ୍ୱିନଙ୍କ ଫିଲ୍ମ ‘ କଲ୍କି ୨୮୯୮ ଏଡି’ର ସିକ୍ୱେଲ ପାଇଁ ଶୁଟିଂ ଆରମ୍ଭ କରି ଦେଇଛନ୍ତି। ଫିଲ୍ମ  ‘କଲ୍କି’ରେ ଅମିତାଭ ବଚ୍ଚନ ପୌରାଣିକ ଚରିତ୍ର ଅଶ୍ୱତ୍ଥାମାର ଭୂମିକାରେ ନଜର ଆସିଥିଲେ। ଏବେ ଅମିତାଭ ‘କଲ୍କି-୨’ ର ଶୁଟିଂ ଆରମ୍ଭ କରିଦେଇଛନ୍ତି।

ଅମିତାଭ ବଚ୍ଚନ ଫିଲ୍ମ ‘କଲ୍କି-୨’ର ସେଟ୍‌ରୁ ତାଙ୍କର ଅନେକ ସୁ୍ଦର ଫଟୋ ସେୟାର କରିଛନ୍ତି। ଏହି ଫଟୋ ଗୁଡ଼ିକରୁ ଗୋଟିଏ ସେ କମଲ ହାସନଙ୍କୁ ଆଲିଙ୍ଗନ କରିବାର ନଜର ଆସୁଛନ୍ତି। ପରଦା ପଛରେ ଏହି ସବୁ ଫଟୋକୁ ସେୟାର କରି ସେ ୪୦ ବର୍ଷ ପରେ କମଲ ହାସନଙ୍କ ସହ ପୁଣି କାମ କରିବା ନେଇ ଖୁସି ବ୍ୟକ୍ତ କରିଛନ୍ତି।

​​​​​​​

ଅମିତାଭ ପାଖାପାଖି ୪ ଦଶନ୍ଧି ପରେ ପୁଣି ଥରେ କମଲ ହାସନଙ୍କ ସହ ସ୍କ୍ରିନ ସେୟାର କରିବେ। ଅମିତାଭ ଏହି ସବୁ ଝଲକ ଗୁଡ଼ିକୁ ସେୟାର କରି ଲେଖିଛନ୍ତି ,ମହାନ କମଲ ହାସଲଙ୍କ ସହ ସାକ୍ଷାତ୍‌... ଆମେ ଅନେକ ବର୍ଷ ପରେ ଏକାଠି କାମ କରିବୁ। ସେ  କହିଛନ୍ତି ଯେ,ଶେଷ ଥର ଫିଲ୍ମ ‘ଗିରଫତାର’ରେ ଦୁହେଁ ଏକାଠି କାମ କରିଥିଲେ। ଅର୍ଥାତ୍‌ ଏହା ସ୍ପଷ୍ଟ ଯେ, ଗତ ଫିଲ୍ମର ସୁଟିଂ ବେଳେ ଉଭୟ ଆକ୍ଟରଙ୍କ ସାକ୍ଷାତ୍‌ ହୋଇ ପାରି ନାହିଁ।

ଆହୁରି ମଧ୍ୟ ପଢନ୍ତୁ : ସମସ୍ତଙ୍କ ସାମ୍ନାରେ ନିଜର ବ୍ୟକ୍ତିଗତ କଥା କହି ଦେଲେ ଅକ୍ଷୟ କୁମାର, କ୍ରସ୍ ସହ ଥିବା ସଂପର୍କ ବିଷୟରେ ଜଣାଇଲେ

ଅମିତାଭ ଫିଲ୍ମକୁ ନେଇ କହିଛନ୍ତି , କଲ୍କି-୨ କାମ ଆରମ୍ଭ କରି ଦେଇଛନ୍ତି ...ଏବଂ ରବିବାର ତାଙ୍କର ଉପସ୍ଥିତିର ପ୍ରତୀକ୍ଷାରେ ସର୍ବଦା ଭଲ ପାଇବା ଓ ଶ୍ରଦ୍ଧାକୁ ସଜେଇ ରଖିବା ...କିନ୍ତୁ ଆଶା ଯେ, ଆଗାମୀ ରବିବାର ଆମେ ସମସ୍ତଙ୍କ ସାଥିରେ ଥିବା। କହି ରଖୁଛୁ କି ଏହି ସୁଟିଂ କାରଣରୁ ଗତ ରବିବାର ଅମିତାଭ ନିଜର ପ୍ରଶଂସକଙ୍କୁ ଭେଟିବା ପାଇଁ ଘରୁ ବାହାରି ନଥିଲେ ଏବଂ ବର୍ଷ ବର୍ଷର ପରମ୍ପରା ଭାଙ୍ଗି ଯାଇଥିଲା।

ସୂଚନା ଯେ, କମଲ ହାସନ ଓ ଅମିତାଭ ବଚ୍ଚନ ଦୁହେଁ ’ କଲ୍କି ୨୮୯୮ ଇଡି’ରେ ଅଭିନୟ କରିଥିଲେ।ଫିଲ୍ମରେ କମଲ ହାସଲ ମୁଖ୍ୟ ଭିଲେନ ସୁପ୍ରିମ ୟାସ୍କିନର ଭୂମିକାରେ ରହିଥିଲେ। ଫିଲ୍ମରେ ସେ କମ୍ପ୍ଲେକ୍ସ ନାମକ ସହରର ଜଣେ ରୋଗାଗ୍ରସ୍ଥ , ବୟସ୍କ ଓ ଏକଛତ୍ରବାଦୀ ରାଜା , ଯିଏ ଅମର ଓ ଯବାନ ରହିବା ପାଇଁ ଯୁବତୀଙ୍କ ଭ୍ରୁଣର ବ୍ୟବହାର ଟେକ୍ନୋଲଜି ସାହାଯ୍ୟରେ କରୁଛି।

ସେ ଏହି ଭ୍ରୁଣର ସାହାଯ୍ୟରେ ‘ପ୍ରୋଜେକ୍ଟ କେ ’ ଅର୍ଥାତ୍‌ କୃତ୍ରିମ ଉପାୟରେ ଜୀବନ ବୃଦ୍ଧି କରୁଥିବା ସିରମ୍‌ ନିର୍ମିତ କରିବାକୁ ଚେଷ୍ଟା କରେ। ଉକ୍ତ ଫିଲ୍ମରେ ପ୍ରଭାସଙ୍କ ସହ ଦୀପିକା ପାଦୁକୋଣ , ଅମିତାଭ ବଚ୍ଚନ , କମଲ ହାସନ ମଧ୍ୟ ମୁଖ୍ୟ ଭୂମିକାରେ ଥିଲେ। ହେଲେ ଏବେ ଦୀପିକା ପାଦୁକୋଣ ଏହି ସିକ୍ୱେଲର ସଦସ୍ୟ ହେବେ ନାହିଁ। ରିପୋର୍ଟ ମୁତାବିକ , ଅଭିନେତ୍ରୀ ଓ ଫିଲ୍ମ ମେକରଙ୍କ ମଧ୍ୟରେ ତାଙ୍କର କହିଥିବା ଆଠ ଘଣ୍ଟାର ୱାର୍କ ଶିଫ୍ଟର ଦାବି ଓ ୨୫ ପ୍ରତିଶତ ଫି' ବୃଦ୍ଧି ନେଇ ମତଭେଦ କାରଣରୁ ସେ ଫିଲ୍ମରୁ ବାହାରି ଯିବାର ଖବର ରହିଛି।