ମୁମ୍ୱାଇ : ଅକ୍ଷୟ କୁମାର ଏହି ସମୟରେ ‘ହ୍ୱିଲ ଅଫ୍ ଫର୍ଚ୍ୟୁନ୍’ ଶୋ’କୁ ପରିଚାଳନା (ହୋଷ୍ଟ) କରୁଛନ୍ତି।ଏଥିରେ ଅଭିନେତା ତାଙ୍କର ପର୍ସନାଲ ହେଉ କି ପ୍ରଫେସନାଲ , ସବୁ କଥାକୁ ନେଇ କହୁଛନ୍ତି। ଏବେ ସମ୍ପ୍ରତି ଅକ୍ଷୟ କୁମାର ଏକ ଏପିସୋଡ୍ରେ ପୂରା ନ୍ୟାସନାଲ ଟିଭିରେ ସମସ୍ତଙ୍କ ସାମ୍ନାରେ ଗୋଟେ କଥା କହିବାକୁ ପଛେଇ ନଥିଲେ। କହିଥିଲେ , କେମିତି ସେ ଥରେ ତାଙ୍କର କ୍ରସ୍ ଥିବା ଝିଅକୁ ଆକର୍ଷିତ କରିବା ପାଇଁ ଲୋକଙ୍କ ଠାରୁ ମାଡ଼ ଖାଇଥିଲେ।

ପ୍ରକୃତ କଥା ହେଲା , ପ୍ରତିଯୋଗୀ ଆଦର୍ଶ ଆସନ୍ତି ଏବଂ ଏହି ସମୟରେ ଆଲୋଚନା ଆରମ୍ଭ ହୁଏ ଯେ, ପୁଅମାନେ କଣ ରିଲେସନସିପ୍‌କୁ ଆସିବା ପାଇଁ ଚେଷ୍ଟା କରନ୍ତି ନା କାହାର ହୃଦୟ ଜିଣିବା ପାଇଁ। ଏହା ଉପରେ ଅକ୍ଷୟ ତାଙ୍କର ଏକ୍ସପେରିୟନ୍ସ ସେୟାର କରନ୍ତି , ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।

ଅକ୍ଷୟ କୁହନ୍ତି, ମୋର ମନେଅଛି, ମୁଁ ନିଜ ସମୟର କଥା କହୁଛି । ଆଜିଠାକୁ ପାଖାପାଖି ୪୦ ବର୍ଷ ପୂର୍ବେ କଲେଜ୍ରେ ଥିଲି ତ ମୁଁ ଜଣେ ଝିଅକୁ ବହୁତ ଚାହୁଁ ଥିଲି। ମୁଁ ତାଙ୍କ ପାଇଁ ଗୀତ ଶିଖିଲି ଏବଂ ମୋର ଜଣେ ବନ୍ଧୁ ଥିଲେ ଯାହାଙ୍କୁ ଗିଟାର ଚଲାଇବା ଆସୁଥିଲା।ମୁଁ ସତ କହୁଛି , ମୁଁ ତାଙ୍କ ଘର ବାହାରେ ଯାଇ ଗୀତ ଗାଇଲି ଏବଂ ସେହି ଗିଟାର ବଜାଉ ଥିଲି। ମୁଁ ଗୀତ ଗୀତ ଗାଇଲି , ଏହାପରେ ଜାଣିଛ କଣ ହେଲା ?

ଅକ୍ଷୟ କୁହନ୍ତି , ତାଙ୍କର ଯେତେ ବି ପଡୋଶୀ ଥିଲେ , ସେମାନେ ମୋଟେ ମାଡ଼ ମାରିଲେ। ଆମେ ଦୁହେଁ ମାଡ଼ ଖାଇଲୁ। ଅକ୍ଷୟଙ୍କର କଥା ଶୁଣ ସମସ୍ତେ ଜୋରରେ ହସିଲେ। ଅକ୍ଷୟ ପୁଣି ଆହୁରି କହୁଛନ୍ତି , ପରିଶ୍ରମ ଅଧିକ ହେବାରୁ ମାଡ଼ ମଧ୍ୟ ଖାଇବାକୁ ହୁଏ।

କହି ରଖୁଛୁ କି , ଅକ୍ଷୟ ଓ ଟ୍ୱିଙ୍କଲ ଖାନ୍ନା କିଛି ଦିନର ରିଲେସନ ପରେ ପରସ୍ପରକୁ ବିବାହ କରିଥିଲେ । ଉଭୟ ୨୦୦୧ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ , ଯେଉଁଥିରେ କେବଳ ପରିବାର ଲୋକ ଏବଂ ନିକଟତମ ବନ୍ଧୁ ସାମିଲ ଥିଲେ। ଏହି ସମୟରେ ଅକ୍ଷୟ ଜଣେ ଷ୍ଟେବଲ ଆକ୍ଟର ଥିଲେ। ଦୁହିଁଙ୍କର ପୁଣି ୨୦୦୨ ମସିହାରେ ଏକ ପୁତ୍ର ସନ୍ତାନ ଆରବ ଜନ୍ମ ହେଲା ଏବଂ ୨୦୧୨ରେ ଝିଅ ନିତାରା ଆସିଲା।