PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଟାର୍ଗେଟରେ ଆଇସିସି,ଟ୍ବିଟରରେ ଏଭଳି କଟାକ୍ଷ କଲେ ଅମିତାଭ ବଚ୍ଚନ

ନୂଆଦିଲ୍ଲୀ,୧୬।୭: ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଗତ ରବିବାର ହୋଇଥିବା ବିଶ୍ବକପ ଫାଇନାଲକୁ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ମନେରଖି ହେଲା ଭଳି ମ୍ୟାଚ ବୋଲି କୁହାହଯାଉଛି। ଏଥର ଏହି ଟୁର୍ଣ୍ଣାମେଣ୍ଟରେ ବହୁତ କିଛି ନୂଆ କଥା ଦେଖିବାକୁ ମିଳିଥିଲା। ଏହାପରେ ଯାଇ ଇଂଲଣ୍ଡ ବିଶ୍ବକପ ନିଜ ନାମରେ କରିପାରିଥିଲା। ଫାଇନାଲରେ ଦୁଇ ଦଳ ମଧ୍ୟରେ ମ୍ୟାଚ ଡ୍ର ଏବଂ ପରେ ସୁପରଓଭରରେ ସମାନ ପରିସ୍ଥିତି ପରେ ଆଇସିସି ଯେଉଁଭଳି ଭାବରେ ଛକା-ଚୌକାକୁ ହିସାବ କରି ଇଂଲଣ୍ଡକୁ ବିଜୟୀ ଘୋଷଣା କରିଥିଲା ତାକୁ ନେଇ ଏ​‌ବେ ଚାରିଆଡେ ସମାଲୋଚନାର ପାତ୍ର ହୋଇଛି। ବଡ ବଡ କ୍ରିକେଟରମାନେ ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଆଇସିସିର ନିମୟକୁ ନେଇ ଟ୍ବିଟରରେ କଟାକ୍ଷ କରିଛନ୍ତି।

ଅମିତାଭ ବଚ୍ଚନ ଟ୍ବିଟରରେ ହ୍ୟାସଟ୍ୟାଗ ଆଇସିସି ରୁଲ୍ସ ସହିତ ଲେଖିଛନ୍ତି, ଆପଣଙ୍କ ପାଖରେ ୨୦୦୦ ଟଙ୍କା, ମୋ ପାଖରେ ୨୦୦୦ ଟଙ୍କା, ଆପଣଙ୍କ ପାଖରେ ୨୦୦୦ଟଙ୍କାର ଗୋଟେ ନୋଟ, ମୋ ପାଖରେ ୫୦୦ ଟଙ୍କିଆ ୪ଟି ନୋଟ୍…କିଏ ଅଧିକ ଧନୀ??? ଆଇସିସି- ଯାହା ପାଖରେ ୫୦୦ ଟଙ୍କିଆ ୪ଟି ନୋଟ୍ ରହିଛି ସେ ସବୁଠୁ ଧନୀ… ପ୍ରଣାମ ଗୁରୁଦେବ.

ଏହାବ୍ୟତୀତ ସେ ଏକ କାର୍ଟୁନ ମଧ୍ୟସେୟାର କରିଛନ୍ତି, ଯେଉଁଥିରେ ନ୍ୟୁଜିଲାଣ୍ଡର ଜଣେ ଖେଳାଳି ଇଂଲଣ୍ଡଠାରୁ ବଡ କପ୍ ଧରିକି ଠିଆ ହୋଇଛି।