PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଅମିତାଭ ବଚ୍ଚନଙ୍କ ଭଏସ୍‌, ନାଁ ଏବଂ ଫଟୋକୁ ବିନା ଅନୁମତିରେ କେହି ବ୍ୟବହାର କରିପାରିବେନି, ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୧୧: ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଅମିତାଭ ବଚ୍ଚନଙ୍କୁ ଦେଇଛନ୍ତି ବଡ ଆଶ୍ବସ୍ତି। କୋର୍ଟ ବିଗ୍‌ ବିଙ୍କ ବ୍ୟକ୍ତିଗତ ଅଧିକାରର ଉଲଂଘନ କରିବା ଉପରେ ରୋକ୍ ଲଗାଇଛନ୍ତି। କୋର୍ଟ କହିଛନ୍ତି, ଅମିତାଭଙ୍କ ଭଏସ୍‌, ଫଟୋ କିମ୍ବା ତାଙ୍କର ନାଁ ବିନା ଅନୁମତିରେ ବ୍ୟବହାର କରିହେବନି। ଏହି କଥାରେ କୌଣସି ଭିନ୍ନମତ ନୁହେଁ ଯେ ଅମିତାଭ ବଚ୍ଚନ ଜଣେ ପ୍ରସିଦ୍ଧ ବ୍ୟକ୍ତି ଓ ସେ ବହୁତ ଗୁଡିଏ ବିଜ୍ଞାପନରେ କାମ କରିସାରିଛନ୍ତି। ସେ ଏହି କଥାକୁ ନେଇ ଚିନ୍ତାରେ ଅଛନ୍ତି। ବିନା ଅନୁମତିରେ ଲୋକମାନେ ନିଜର ସର୍ଭିସ ଓ ପ୍ରଡକ୍ଟକୁ ବିକ୍ରି କରିବା ପାଇଁ ତାଙ୍କ ଫଟୋ, ଭଏସ୍‌ ଓ ନାଁର ବ୍ୟବହାର କରନ୍ତି।

କୋର୍ଟ କହିଛନ୍ତି, ଅମିତାଭ ବଚ୍ଚନ ଏହା ଉପରେ ଆପତ୍ତି ପ୍ରକାଶ କରିଛନ୍ତି। ଆମେ ମଧ୍ୟ ତାଙ୍କର ଏହି କଥାରେ ସହମତି ପ୍ରକାଶ କରୁଛୁ। ଏଭଳି କରିବା ଫଳରେ ଅମିତାଭ ବଚ୍ଚନଙ୍କୁ କ୍ଷତି ହୋଇପାରେ ଓ ତାଙ୍କର ଛବି ମଧ୍ୟ ଖରାପ ହେବାର ଆଶଙ୍କା ରହିଛି। ଏହା ସହିତ କୋର୍ଟ ଅମିତାଭ ବଚ୍ଚନଙ୍କ ପକ୍ଷରେ ରାୟ ଦେଇ କହିଛନ୍ତି, ବିନା ଅନୁମତିରେ ତାଙ୍କର ଫଟୋ, ନାଁ କିମ୍ବା ଭଏସ୍‌ର ବ୍ୟବହାର କରାଯିବା ଉପରେ ରୋକ ଲଗାଇ ଦିଆଯାଇଛି। ଅମିତାଭ ବଚ୍ଚନ ପର୍ସନାଲ ରାଇଟସ୍‌ ଦର୍ଶାଇ କୋର୍ଟରେ ଆବେଦନ କରିଥିଲେ।

ସମ୍ବନ୍ଧିତ ଖବର