PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଅମିତାଭ ବଚ୍ଚନ ୭୬ ବର୍ଷ ବୟସରେ କରୁଛନ୍ତି ଏମିତି କାମ; ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଫଟୋ

ମୁମ୍ବାଇ ୧୧।୪: ବଲିଉଡର ମହାନାୟକ ତଥା ବିଗ୍ ବି ଅମିତାଭ ବଚ୍ଚନ, ଯାହାଙ୍କର ଗୋଟେ ଝଲକ ଦେଖିବାକୁ ପ୍ରଶଂସକଙ୍କ ଭିତରେ ଲାଗିଯାଏ ଭିଡ। ପରିଣତ ବୟସରେ ମଧ୍ୟ ତାଙ୍କର ଗୋଟିଏ ପରେ ଗୋଟିଏ ଫିଲ୍ମ ଏବେ ବକ୍ସ ଅଫିସରେ ହିଟ୍ ହେଉଛି। ନିକଟରେ ରିଲିଜ୍ ହୋଇଥିବା ‘ବଦଲା’ ଫିଲ୍ମ ବକ୍ସ ଅଫିସରେ ଖୁବ୍ ଭଲ ବ୍ୟବସାୟ କରିଛି। ତାଙ୍କର ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ବୟସ ଅଧିକ ହେବା ପରେ ବଲିଉଡରେ ସରିନି ତାଙ୍କର କ୍ରେଜ। ହେଲେ ବିଗ୍ ବିଙ୍କ ମନରେ କିଛି ଗୋଟେ ଦୁଃଖ ରହିଯାଇଛି।

ବହୁ ପୂର୍ବରୁ ସେ ଏକ ଟ୍ବିଟ୍ ଯୋଗେ ନିଜ ମନର ଦୁଃଖକୁ ପ୍ରକାଶ କରିଥିଲେ। ଆପଣମାନେ ଭାବୁଥିବେ ହଜାର ହଜାର କୋଟି ଟଙ୍କାର ମାଲିକ ଓ ଏତେ ବଡ ଫିଲ୍ମଷ୍ଟାରଙ୍କ ମନ ଭିତରେ ପୁଣି କ’ଣ ଦୁଃଖ ଥାଇପାରେ ? ଅମିତାଭଙ୍କ ଦୁଃଖ ହେଉଛି ତାଙ୍କର ପରିଣତ ବୟସ। ଯାହାକୁ ନେଇ ସେ ଦୁଃଖର ସହ ଏକ ଟ୍ବିଟ୍ କରିଥିଲେ। କେବଳ ସେତିକି ନୁହେଁ ବିଗ୍ ବି ନିଜର ଟ୍ବିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ‘ବୟସ ବଢିବା ସହ ଗୋଟିଏ କଥାର ଦୁଃଖ ସବୁବେଳେ ରହିଯାଉଛି, ‘ତୁ’ ଡାକିବା ଲୋକମାନେ କମ୍ ହେବାରେ ଲାଗିଛନ୍ତି। ଏହି ଟ୍ବିଟ୍ ସହିତ ବିଗ୍ ବି ଏକ ଫଟୋ ସେୟାର କରିଛନ୍ତି।

ଏବେ ପୁଣି ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। କଥା କ’ଣ କି ଅମିତାଭ ଟ୍ବିଟରରେ ସାହାରୁଖ ଖାନଙ୍କ ସହ କୈାତୁକିଆ ହସ ସହିତ ଝଗଡ଼ା କରୁଥିବାରୁ ନଜର ଆସିଛି। ସାହାରୁଖ ଓ ଅମିତାଭଙ୍କ ମଧ୍ୟରେ ‘ରିଭେଞ୍ଜ୍ ଅଫ୍ ସକ୍ସେସ୍’ ପାର୍ଟିକୁ ନେଇ ଟଣାଓଟରା ହୋଇଥିଲା। ଏହା ମଧ୍ୟରେ ଅମିତାଭଙ୍କ ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଯେଉଁଥିରେ ଅମିତାଭଙ୍କୁ ଏକ ଛେଳି ସାଙ୍ଗରେ ଦେଖିବାକୁ ମିଳୁଛି। ଫଟୋରେ ଅମିତାଭଙ୍କୁ ଧଳା ଧୋତି, କୂର୍ତ୍ତା ଓ ଗାମୁଛାରେ ଦେଖିବାକୁ ମିଳିଛି। ବିଗ୍ ବି ନିଜର ଟ୍ବିଟର ହ୍ୟାଣ୍ଡେଲରେ ଲେଖିଛନ୍ତି, ‘ଓ୍ବାକ୍ ଗୋଟ୍…

ସମ୍ବନ୍ଧିତ ଖବର