ଅମିତାଭ ବଚ୍ଚନଙ୍କ ମର୍ସିଜିଡ୍-ବେଞ୍ଜ-ଏସ୍-କ୍ଲାସ୍ କାର୍ ଚଲାଇବାକୁ ଚାହୁଁଛନ୍ତି କି? ଦେବାକୁ ପଡ଼ିବ ମାତ୍ର ଏତିକି ଲକ୍ଷ ଟଙ୍କା

ମୁମ୍ବାଇ ୧୨।୬: ବଲିଉଡର ପ୍ରଖ୍ୟାତ ଅମିତାଭ ବଚ୍ଚନ ଗ୍ୟାରେଜରେ ଗୋଟିଏ କି ଦୁଇଟି ନୁହେଁ ଅନେକ ବିଳାସପୂର୍ଣ୍ଣ କାର ରହିଛି। ଯେମିତିକି ଲେକ୍ସସ୍ ଏଲ୍ଏକ୍ସ୫୭୦, ମରସିଡିଜ୍ ମେବାଚ୍ ଏସ୍୫୦୦, ବେଣ୍ଟଲେ କଣ୍ଟିନେଣ୍ଟାଲ ଜିଟି, ଏସ୍-କ୍ଲାସ୍, ମରସିଡିଜ୍ ବେଞ୍ଜ ଭି-କ୍ଲାସ୍, ଲ୍ୟାଣ୍ଡ ରୋଭର ରେଞ୍ଜ୍ ରୋଭର ଭଳି ଅନେକ କାର ରହିଛି। ଏହାପୂର୍ବରୁ ତାଙ୍କ ପାଖରେ ଲ୍ୟାଣ୍ଡ କ୍ରେଜର ଏବଂ ରୋଲ୍ସ ରାୟସ ଭଳି କାର ବିଳାସପୂର୍ଣ୍ଣ କାର୍ ଥିଲା। ତେବେ ଅମିତାଭ ବଚ୍ଚନଙ୍କର ନୂଆ ନୂଆ କାର୍ ସଂଗ୍ରହ କରିବାରେ ବିଶେଷ ସଉକ ରହିଛି । ଏମିତି କି ବିଗ ବି ଯେ ପାର୍ଟି ଉତ୍ସବକୁ ଯାଆନ୍ତି ଲୋକେ ତାଙ୍କ କାର୍କୁ ଘୂରି ଘୂରି ଦେଖିଥାନ୍ତି।

ତେବେ ଯଦି କୁହାଯାଏ ଅମିତାଭ ବଚ୍ଚନ ତାଙ୍କର ଏହି ବିଳାସପୂର୍ଣ୍ଣ କାର ମଧ୍ୟରୁ ଗୋଟିଏ କାର ଆପଣଙ୍କୁ ଦେବାକୁ ଚାହୁଁଛନ୍ତି ତେବେ ଆପଣ ତାଙ୍କ ଏହି କାର ନେଇ ଚଲାଇବାକୁ ଚାହିଁବେ କି? ଏହି କଥା ଆମେ କହୁନୁ। ଓଏଲ୍ଏକ୍ସରେ ଏଭଳି ଏକ ବିଜ୍ଞାପନ ଦେଖିବାକୁ ମିଳିଛି। ଯେଉଁଥିରେ ବିଗ୍ ବିଙ୍କ ପୁରୁଣା ମର୍ସିଜିଡ୍-ବେଞ୍ଜ-ଏସ୍-କ୍ଲାସ୍ ମାତ୍ର ୯.୯୯ ଲକ୍ଷ ଟଙ୍କାରେ ମିଳୁଛି ବୋଲି ଉଲ୍ଲେଖ କରାଯାଇଛି। ଯାହାକି ସିଆଜର ଟପ୍ ମଡେଲ ଠାରୁ ବି କମ୍ ମୂଲ୍ୟ ରହିଛି। ବଚ୍ଚନ ପରିବାର ପାଇଁ ଏହି କାର ସବୁଠୁ ଲକି କାର ବୋଲି କୁହାଯାଇଛି।
