ସାଧୁ ବେଶରେ ଦିଲ୍ଲୀ ପହଞ୍ଚିଥିଲା ଅମ୍ରୁତପାଲ ସିଂହ! କାଶ୍ମୀର ଗେଟ୍ ISBTରେ ପୋଲିସ୍ର ସର୍ଚ୍ଚ ଅପରେସନ୍

Image Courtesy: India Today
ନୂଆଦିଲ୍ଲୀ,୨୫/୦୩: ପଞ୍ଜାବରୁ ଖସିଯାଇ ଯାଇ ଅମୃତପାଲ ଦିଲ୍ଲୀରେ ପହଞ୍ଚିଥିବା ଖବର ଆସୁଛି। ନିକଟରେ ପଞ୍ଜାବ ପୋଲିସ ଦାବି କରିଛି ଯେ ପଞ୍ଜାବରୁ ପଳାଇଥିବା ଅମୃତପାଲ ସିଂଙ୍କୁ ହରିୟାଣାରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନର ଖବର ଅନୁସାରେ, ଅମୃତପାଲ ଦିଲ୍ଲୀରେ ପହଞ୍ଚିବା ଖବର ପରେ ପଞ୍ଜାବ ଏବଂ ଦିଲ୍ଲୀ ପୋଲିସ କାଶ୍ମୀର ଗେଟ୍ ଆଇଏସବିଟିରେ ସର୍ଚ୍ଚ ଅପରେସନ କରୁଛନ୍ତି। କୁହାଯାଉଛି ଯେ ଅମୃତପାଲ ହୁଏତ ନିଜର ପରିଚୟ ଲୁଚାଇବା ପାଇଁ ସାଧୁର ରୂପ ନେଇଥିବ।
ସୂଚନାନୁସାରେ, ଅମୃତପାଲ ସିଂ ଗୁପ୍ତଭାବରେ ଦିଲ୍ଲୀରେ ପହଞ୍ଚିଛି। ଦିଲ୍ଲୀରେ ପହଞ୍ଚିବାର ଖବର ପାଇବା ମାତ୍ରେ ପୋଲିସ ସତର୍କ ରହିଛି। ଦିଲ୍ଲୀ ପୋଲିସ ଏବଂ ପଞ୍ଜାବ ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ ଚଳାଉଛନ୍ତି ଏବଂ ଦିଲ୍ଲୀ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି। ଗୁଇନ୍ଦା ସୂଚନା ମୁତାବକ, ଅମୃତପାଲ ସିଂ ଜଣେ ସାଧୁଙ୍କ ବେଶରେ ଲୁଚି ରହିଥାଇ ପାରେ। ତେବେ ପପଲପ୍ରୀତ ସିଂ ନାମକ ଜଣେ ବ୍ୟକ୍ତି ମଧ୍ୟ ତା ସହ ଯାତ୍ରା କରୁଛନ୍ତି।
ଗୁଇନ୍ଦା ଖବର ମୁତାବକ, ଅମୃତପାଲ ଦିଲ୍ଲୀର କାଶ୍ମୀର ଗେଟ୍ ଆଇଏସବିଟିରେ ପହଞ୍ଚିଛି। ଦିଲ୍ଲୀ ଏବଂ ପଞ୍ଜାବ ପୋଲିସ ବସଷ୍ଟାଣ୍ଡରେ ପହଞ୍ଚି ସିସିଟିଭି ଫୁଟେଜ ସଂଗ୍ରହ କରିବା ପରେ ଫେରି ଆସିଥିଲେ। ସୂଚନାଥାଉକି ନିକଟରେ ହରିୟାଣାରେ ପହଞ୍ଚିଥିବା ଅମୃତପାଲଙ୍କୁ ଆଶ୍ରୟ ଦେଇଥିବା ମହିଳା ବଲଜୀର କହିଥିଲେ ଯେ, ସେ ଅମୃତପାଲଙ୍କୁ ଜାଣି ନାହାଁନ୍ତି କିନ୍ତୁ ପପାଲପ୍ରୀତଙ୍କୁ ଜାଣିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ, ସେ ତାଙ୍କ ମାସ୍କ ହଟାଇବା ପରେ ଅମୃତପାଲଙ୍କୁ ଚିହ୍ନିଥିଲେ।
ବଲଜିତ ଏହା ମଧ୍ୟ କହିଛନ୍ତି ଯେ, ଅମୃତପାଲ ତାଙ୍କ ଫୋନ ମଧ୍ୟ ବ୍ୟବହାର କରିଛନ୍ତି। ଏହା ପରେ ଅମୃତପାଲ ଏବଂ ପପଲପ୍ରୀତ ତାଙ୍କ ଘରୁ ଚାଲିଗଲେ। ବର୍ତ୍ତମାନ ପଞ୍ଜାବ ପୋଲିସ ଏହି ମାମଲାରେ ଦୁଇଶହରୁ ଅଧିକ ଲୋକଙ୍କୁ ଗିରଫ କରିଛି, କିନ୍ତୁ ଅମୃତପାଲ ଏବେବି ଫେରାର ରହିଛି। ଗତ ଶୁକ୍ରବାର ଠାରୁ ସେ ଫେରାର ହୋଇଥିବା ବେଳେ ବର୍ତ୍ତମାନ ପଞ୍ଜାବ ଏବଂ ହରିୟାଣା ପାର ହେବା ପରେ ସେ ଦିଲ୍ଲୀରେ ମଧ୍ୟ ପହଞ୍ଚିଥିବା ଚର୍ଚ୍ଚା ହେଉଛି।