PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଗାଧୋଇ ଯିବାବେଳେ ଦୁର୍ଘଟଣା, ପୋଖରୀରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ

ଛତ୍ରପୁର ୧୭/୧୧ : ଛତ୍ରପୁରଥାନା ବଡ଼ମାଧପୁର ଗ୍ରାମରେ ପୋଖର ରେ ବୁଡ଼ି ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ବୃଦ୍ଧା ଜଣକ ହେଉଛନ୍ତି ୭୫ ବର୍ଷୀୟ ଏସ. ପଦ୍ମାବତୀ ରେଡ୍ଡି । ମୃତଦେହକୁ ଛତ୍ରପୁର ପୋଲିସ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଘଟଣା ପରେ ପୋଲିସ ଏକ ଅପମୃତ୍ୟ ମାମଲା ରୁଜ୍ଜୁ କରିଥିବା ସୂଚନା ଦେଇଛନ୍ତି ଆଇଆଇସି ସତ୍ୟ ରଞ୍ଜନ ପ୍ରଧାନ l

ଆଜି ସକାଳେ ପଦ୍ମାବତୀ ନିଜ ଗାଁ ପୋଖରୀକୁ ଗାଧୋଇ ଯିବା ସମୟରେ ତୁଠରେ ଗୋଡ଼ ଖସି ପାଣିରେ ବୁଡ଼ି ଯାଇଥିଲା । ସମ୍ପର୍କୀୟ ମାନେ ପୋଖରୀରୁ ଉଦ୍ଧାର କରିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ମେଡିକାଲକୁ ଆଣିଥିଲେ l ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ l