ନୂଆଦିଲ୍ଲୀ ୨୫/୦୫: ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ବିଶ୍ୱରେ ଖୁବ୍ ଚର୍ଚ୍ଚା । ଅନେକ ଏଆଇ ସଫ୍ଟୱେର ବଜାରକୁ ଆସୁଛି, ଯାହା ଅତି ସହଜରେ ବିଭିନ୍ନ ପ୍ରକାର କାର୍ଯ୍ୟ ସମ୍ପାଦନ କରୁଛି । ନିକଟରେ ଜଣେ ଉଦ୍ଭାବକ ପ୍ରମୁଖ ଭାରତୀୟ ସହରମାନଙ୍କରେ ମେଟ୍ରୋ ରେଳ ନେଟ୍ୱର୍କର ଚିତ୍ର (ପ୍ରମୁଖ ଖାଦ୍ୟ ସହିତ) ବାହାର କରିବା ଲାଗି ଏଆଇ ପ୍ରୟୋଗ କରିଥିଲେ । ଏବେ ଆଉ ଏକ ଏଆଇ ଆଧାରିତ ରୋବୋ ଟେକ୍ନୋଲୋଜି ସାମ୍ନାକୁ ଆସିଛି, ଯାହା ମାତ୍ର ଗୋଟିଏ ବଟନ୍ ସ୍ପର୍ଶରେ ଆପଣଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିପାରିବ । ଶେନାଜ୍ ଟ୍ରେଜରି ନାମ୍ନୀ ଜଣେ ଅଭିନେତ୍ରୀ ତଥା ଇନ୍ଫ୍ଲୁଏନ୍ସର ଏକ ଭିଡିଓ ଇନ୍ଷ୍ଟାଗ୍ରାମ୍ରେ ଶେୟାର କରିଛନ୍ତି, ଯାହା ଏବେ ଭାଇରାଲ ହେଉଛି ।
wp:html/wp:html
ଭିଡିଓରେ ସେ କ୍ୟାପ୍ସନ ଲେଖିଛନ୍ତି ‘ରୋବୋ/ଏଆଇ ଏବେ ଭାରତୀୟ ରୋଷେଇ ଘରେ ପ୍ରବେଶ କରୁଛନ୍ତି ।’ ଭିଡିଓକୁ ୨୭ ଲକ୍ଷରୁ ଅଧିକ ୟୁଜର୍ ଦେଖିସାରିଲେଣି । ଏଥିରେ ଏକ ଏଆଇ ଆଧାରିତ ଉପକରଣ ଦେଖିବାକୁ ମିଳିଛି । ରୋଷେଇ ପ୍ରକ୍ରିୟାକୁ ଏହା କିଭଳି ଭାବେ ସହଜ କରିଛି, ତାହା ମଧ୍ୟ ଦେଖିବାକୁ ମିଳିଛି । ଟ୍ରେଜରି ଏଆଇ ମେସିନ୍ ପାଇଁ ପେଷ୍ଟୋ ପନୀର ବ୍ୟଞ୍ଜନ ଚୟନ କରିଥିଲେ । ଏଥିରେ ସବୁ ସାମଗ୍ରୀ ପାଇଁ ଅଲଗା ଅଲଗା ବିଭାଗ ରହିଛି । ମେସିନ୍ ଭିତରେ ଏକ ଛୋଟ ଫ୍ରାଇଙ୍ଗ୍ ପ୍ୟାନ୍ ଅଛି । ଉପାଦାନଗୁଡ଼ିକ ଆପଣାଛାଏଁ ମିଶିବା ପରେ କୌଣସି ହସ୍ତକ୍ଷେପ ବିନା ଆପଣାଛାଏଁ ରାନ୍ଧିହେଲା । ମାତ୍ର କିଛି ମିନିଟ୍ରେ ଖାଦ୍ୟ ପ୍ରସ୍ତୁତ ହୋଇଗଲା । ଖାଦ୍ୟ ପ୍ରସ୍ତୁତି ଶେଷ ହେବାର ସୂଚନା ଏକ ମୋବାଇଲ ଆପ୍ ନୋଟିଫିକେସନ୍ ଜରିଆରେ ମିଳିବ ଏବଂ ସଙ୍ଗେସଙ୍ଗେ ଖାଦ୍ୟ ପରସିହେବ ବୋଲି ଟ୍ରେଜରି କହିଛନ୍ତି ।
ଟ୍ରେଜରି କହିଛନ୍ତି, ଏହି ଏଆଇ ମେସିନ୍ର ପ୍ରତିଷ୍ଠାତା ହେଉଛନ୍ତି ଗୁଜୁ । ବେଙ୍ଗାଲୁରୁରେ ସେ ନିଜର ପ୍ରିୟ ଖାଦ୍ୟ ନ ପାଇବାରୁ ରୋବୋ ଉଦ୍ଭାବନ ବିଷୟରେ ଚିନ୍ତା କଲେ । ଲକ୍ଷାଧିକ ୟୁଜର ଗୁଜୁଙ୍କର ଏହି ଅନନ୍ୟ ଉଦ୍ଭାବନକୁ ପସନ୍ଦ କରୁଛନ୍ତି ।