ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଉତ୍ପାତ ଚଳାଇଛନ୍ତି ନିଶାଦିଆ ଲୁଟେରା, ଯବାନଙ୍କୁ ଲୁଟି ରାସ୍ତା କଡ଼ରେ ଫିଙ୍ଗିଲେ

ଭୁବନେଶ୍ୱର,୨୨ା୧(ବ୍ୟୁରୋ): ରେଳ ଷ୍ଟେସନ ଓ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଉôପାତ ଚଳାଇଛନ୍ତି ନିଶାଦିଆ ଲୁଟେରା । ଆଜି ଜଣେ ଯବାନଙ୍କୁ ଲୁଟ୍‌ପାଟ କରିବା ପରେ ରାସ୍ତା କଡ଼ରେ ଫିଙ୍ଗି ପଳାଇଛନ୍ତି । ଲୁଟ୍‌ର ଶିକାର ଯବାନଙ୍କ ନାମ ଜିତୁ ବାଲିଆ (୨୫) । ବାପାଙ୍କ ନାମ ପ୍ରଭାତ ବାଲିଆ । ଘର ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିକଟ ଫତେଗଡ଼ ।
ମିଳିଥିବା ସୂଚନା ଅନୁଯାୟୀ, ଜିତୁ ନୌସେନାର ଜଣେ କର୍ମଚାରୀ । ସେ ମୁମ୍ବାଇରେ କାର୍ଯ୍ୟରତ । ଜିତୁ କୋଣାର୍କ ଏକ୍ସପ୍ରେସ୍‌ରେ ଘରକୁ ଫେରୁଥିଲେ । ଆଜି ଭୋର ସମୟରେ ସେ ଭୁବନେଶ୍ୱର ଷ୍ଟେସନରେ ଓହ୍ଲାଇଥିଲେ । ସେଠାରୁ ବରମୁଣ୍ଡା ଯିବା ପାଇଁ ବାହାରିଥିଲେ । ଜଣେ ଅଟୋ ଚାଳକ ତାଙ୍କୁ ବରମୁଣ୍ଡାରେ ଛାଡ଼ିଦେବ ବୋଲି କହିଥିଲା । ଜିତୁ ଅଟୋରେ ବସିବା ପରେ ଚାଳକ ଜଣଙ୍କୁ ତାଙ୍କୁ ପ୍ରଥମେ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଚା’ ପିଇବାକୁ ଦେଇଥିଲା । ତା’ପରେ ସେ କିଛି ଜାଣିପାରି ନଥିଲେ । ଆଚାର୍ଯ୍ୟବିହାର ଛକ ନିକଟ ରାସ୍ତା କଡ଼ରୁ ତାଙ୍କୁ ପିସିଆର୍‌ ପୁଲିସ ଅଚେତ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା । ହସ୍ପିଟାଲ୍‌ରେ ‘ସହାୟ’ ଅନୁଷ୍ଠାନର ସ୍ୱେଚ୍ଛାସେବୀମାନେ ଚିକିତ୍ସାରେ ସହଯୋଗ କରିବା ସହ ତାଙ୍କ ଘର ଲୋକଙ୍କୁ ଖବର କରିଛନ୍ତି । ଜିତୁଙ୍କ ଠାରୁ ୮ ହଜାର ଟଙ୍କା, ମୋବାଇଲ୍‌ ଫୋନ୍‌ ଓ ଲଗେଜ୍‌ ଲୁଟ୍‌ ହୋଇଥିବା ଜଣାପଡ଼ିଛି ।
ସୂଚନା ଥାଉ କି, ନିଶାଦିଆ ଲୁଟେରାମାନେ ୨୦୧୭ରେ ୧୬୪ ଜଣଙ୍କୁ ଲୁଟ୍‌ପାଟ କରିଥିବା ବେଳେ ୨୦୧୮ରେ ୯୮ ଜଣଙ୍କୁ ଲୁଟିଥିଲେ । ଚଳିତ ବର୍ଷ ୨୨ ଦିନ ମଧ୍ୟରେ ୧୪ ଜଣଙ୍କୁ ଲୁଟ୍‌ପାଟ କଲେଣି । ବାରମ୍ବାର ନିଶାଦିଆ ଲୁଟେରା ଲୁଟ୍‌ପାଟ କରି ଆତଙ୍କ ଖେଳାଇ ଚାଲିଥିବା ବେଳେ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ସେମାନଙ୍କ ଉôପାତ ବଢ଼ି ବଢ଼ି ଚାଲିଛି ।

Copyright © 2022 - Summa Real Media Private Limited. All Rights Reserved.