ପ୍ରମୁଖ ଖବର
  • କଟକ: ରତ୍ନଭଣ୍ଡାର ମରାମତି ମାମଲା: ମଙ୍ଗଳବାର ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି
  • ||
  • ନୂଆଦିଲ୍ଲୀ: ରୋଜଗାର ମେଳା: ଆଜି ୫୧,୦୦୦ ନିଯୁକ୍ତିପତ୍ର ବାଣ୍ଟିବେ ମୋଦି, ଦେଶର ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ
  • ||
  • ପୁରୀ: ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ବଳିବାମନ ବେଶ ନୀତି, ବାମନରୂପୀ ବ୍ରାହ୍ମଣ ଭାବେ ଧରାବତରଣ ପ୍ରଭୁ
  • ||

ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ

ଗୌହାଟୀ, ୨୯/୫ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ। ସୋମବାର ସକାଳ ୮ଟା ୩ ମିନିଟ୍‌ରେ ଆସାମର ସୋନିତପୁର ନିକଟରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ରେକର୍ଡ କରାଯାଇଛି। ଏହି ସମୟରେ ଲୋକମାନେ ଘର ଭିତରୁ ବାହାରକୁ ଚାଲି ଆସିଥିଲେ। ତେବେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ। ଏନେଇ ନ୍ୟାସନାଲ ସିସ୍ମୋଲୋଜୀ ସେଣ୍ଟର ପକ୍ଷରୁ ସୂଚନା ମିଳିଛି।

wp:html /wp:html

ଏହା ପୂର୍ବରୁ ମେ ୨୮ରେ ଦେଶର ବହୁ ସ୍ଥାନରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଜାମ୍ମୁ, ପୁଁଛ, ରାଜୋରୀ, ଶ୍ରୀନଗର, ଦିଲ୍ଲୀ, ହରିୟାଣାରେ ଭୂମିକମ୍ପ ହୋଇଥିଲା। ଆଫଗାନିସ୍ତାନ ଠାରୁ ୭୦ କି.ମି ଦକ୍ଷିଣ-ପୂର୍ବ ଫୈଜାବାଦ ସହରରେ ସକାଳ ୧୦ଟା ୧୯ରେ ଭୂମିକମ୍ପ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୯ ରେକର୍ଡ ହୋଇଥିଲା। ଯାହାର ପ୍ରଭାବ ଭାରତରେ ଦେଖିବାକୁ ମିଳିଥିଲା। ତେବେ ଭୂକମ୍ପର ତୀବ୍ରତା କମ୍ ଥିବାରୁ କୌଣସି ରାଜ୍ୟରେ କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ, ମେ ୨୭ରେ ମହାରାଷ୍ଟ୍ରର ପାଲଗରରେ ଦୁଇଥର ଭୂକମ୍ପ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ସେଣ୍ଟର ଅନୁଯାୟୀ, ମହାରାଷ୍ଟ୍ରର ପାଲଘର ଅପରାହ୍ନ ୫ଟା ୧୫ରେ ୩.୫ ମ୍ୟାଗ୍ନିଚ୍ୟୁଡର ପ୍ରଥମ କମ୍ପନ ଏବଂ ଅପରାହ୍ନ ୫ଟା ୨୮ରେ ୩.୩ର ଦ୍ୱିତୀୟ କମ୍ପନ ଅନୁଭୂତ ହୋଇଥିଲା।

Copyright © 2022 - Summa Real Media Private Limited. All Rights Reserved.