PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରଚଣ୍ଡ ଶବ୍ଦରେ ଥରିଲା ବଣାଇଁ, ଲୋକଙ୍କ ମଧ୍ୟରେ କୋକୁଆ ଭୟ

ବଣାଇଁ, ୧୩/୩: ଆଜି ଦିନ ପ୍ରାୟ ୧୧ ଟା ସମୟରେ ବଣାଇଁ ଅଞ୍ଚଳରେ ହଠାତ୍ ଏକ ଶବ୍ଦ ଶୁଣା ଯାଇଥିଲା । ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ । ଏଭଳି ଶବ୍ଦ ଆଗରୁ କିଛି ଅଞ୍ଚଳରେ ଶୁଣାଯାଇଥିଲେ ମଧ୍ୟ ବଣାଇଁ ଅଞ୍ଚଳରେ ଏହା ପ୍ରଥମ ଥର ଶୁଣିବାକୁ ମିଳିଛି । ଶବ୍ଦର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ଥିବାବେଳେ ଲୋକମାନେ ଏବେ ବି ଆତଙ୍କିତ ଅବସ୍ଥାରେ ଅଛନ୍ତି ।