ବାଇକ୍କୁ ପଛପଟୁ ଧକ୍କା ଦେଲା କାର୍, ଦୁଗ୍ଧ ବ୍ୟବସାୟୀ ଗୁରୁତର

ଆନନ୍ଦପୁର, ୨୭/୧୧ : କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର। ୨୦ ନମ୍ଵର ଜାତୀୟ ରାଜପଥ ଘସିପୁରା ବାଇପାସ୍ ଠାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗୁରୁତର ବାଇକ୍ ଆରୋହୀଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ପରେ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନାନୁଯାୟୀ, ଘଷିପୁରା ଥାନା ହାତୀବନ୍ଧା ଗାଁର ରବିନ୍ଦ୍ର ସେଠୀ ଜଣେ ଦୁଗ୍ଧ ବ୍ୟବସାୟୀ। ରବିବାର ସକାଳେ ସେ ଦୁଗ୍ଧ ନେଇ ବାଇକ୍ ଯୋଗେ ବ୍ୟବସାୟ କରିବାକୁ ବାହାରିଥିଲେ। ଘସିପୁରା ବାଇପାସ୍ ଠାରେ ତାଙ୍କୁ ଏକ କାର ପଛପଟୁ ଧକ୍କା ଦେଇଥିଲା। ଫଳରେ ରବିନ୍ଦ୍ର ଗୁରୁତର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରୁ କଟକ ସ୍ଥାନାନ୍ତର କରାଯାଇଛି। ସେପଟେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାର୍ ଜବତ କରିଛି। ଡ୍ରାଇଭର୍ ଫେରାର୍ ହୋଇଯାଇଛି।