PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ସିଭିଲ୍ ସର୍ଭିସ ପରୀକ୍ଷା ଟପ୍ -୩ ରାଙ୍କରେ ଅନନ୍ୟା ସୃଷ୍ଟି ଶତପଥୀ

ଭବାନୀପାଟଣା ୭/୧୦: ଶୁକ୍ରବାର ଓପିଏସସି ପକ୍ଷରୁ ୨୦୨୦-୨୧ ବର୍ଷର ସିଭିଲ୍ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ଓପିଏସସି ପରୀକ୍ଷାରେ ଟପ୍ପର ତାଳିକାର ଟପ୍ -୩ ରାଙ୍କରେ ଅଛନ୍ତି ଅନନ୍ୟା ସୃଷ୍ଟି ଶତପଥୀ । ପାଠ ପଢ଼ିବା ସମୟରେ ଓଡ଼ିଶା ପ୍ରଶାସନିକ ସେବାରେ କାମ କରିବାକୁ ଚାହୁଁଥିଲେ । ପ୍ରଶାସିନକ ସେବାରେ ଚାକିରୀ ପାଇବା ଲାଗି ଛୋଟ ବେଳୁ କଠିନ ପରିଶ୍ରମ କରିଥିବା କହିଛନ୍ତି । କଠିନ ପରିଶ୍ରମ କଲେ ଯେକୌଣସି କାର୍ଯ୍ୟରେ ସଫଳତା ହାସଲ ହୋଇଥାଏ । କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଭାବେ କାର୍ଯ୍ୟ କରନ୍ତି ମାଆ ବନ୍ଦନା କର । ସେ ହଁ ପ୍ରେରଣାର ଉର୍ତ୍ସ । ସୋସିଓଲୋଜି ଏବଂ ଗୃହ ବିଜ୍ଞାନ ଅପ୍ସନାଲ ରଖିଥିଲି । ଟପ୍ ୩ରେ ରହିବି ବୋଲି ଭାବି ନଥିଲି । କିନ୍ତୁ ପରୀକ୍ଷା ଭଳ ହୋଇଥିବାରୁ ଭଳ ରାଙ୍କ ଆସିବ ବୋଲି ନିଶ୍ଚିତ ଥିଲି । ମୋ ପରିବାର , ମାମୁଁ ଘରରୁ ସମସ୍ତେ ଉତ୍ସାହିତ କରିଥିଲେ । ଭଲ ରାଙ୍କ ଆସିବ ବୋଲି କହୁଥିଲେ । ସ୍କୁଲ ପଢା ଦିନରୁ ପ୍ରସ୍ତୁତି ଚଳାଇଥିଲି । ପ୍ରସ୍ତୁତି କରିବା ପାଇଁ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନସ୍ ଭଲ ପରିବେଶ ଦେଇଥିଲା ବୋଲି କହିଛନ୍ତି।