PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ
  • ||
  • ଜଳେଶ୍ବର : ରଥଟଣାବେଳେ ଲାଗିଲା ବିଦ୍ୟୁତ ତାର, ଜଣେ ମୃତ ଓ ୭ ଗୁରୁତର
  • ||
  • ସମ୍ବଲପୁର : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ପିଶାଚ ସ୍ଵାମୀ
  • ||
  • ଭୁବନେଶ୍ଵର : ନିଅଣ୍ଟିଆ ଜୁନ, ଆସୁଛି ଦୁଇଟି ଲଘୁଚାପ, ୪ରୁ ବଢ଼ିବ ବର୍ଷା
  • ||
  • ପୁରୀ : ସୁଦର୍ଶନଙ୍କ ବାଲୁକାକଳା ରେକର୍ଡ, ପୁରୀ ବେଳାଭୂମିରେ ତିଆରି କଲେ ୧୨୫ ବାଲି ରଥ
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଲା କରୋନା, ୨୦୦ ଟପିଲା ଦୈନିକ ସଂକ୍ରମଣ
  • ||
  • ଭୁବନେଶ୍ଵର : ଅଧାରେ ରହିଗଲା ପୁରୀ ଯାତ୍ରା, ରଥଯାତ୍ରାରେ ଆରପାରିକୁ ଚାଲିଗଲେ ବରିଷ୍ଠ ଫଟୋଗ୍ରାଫର ଅଶୋକ ପଣ୍ଡା
  • ||
  • ଭୁବନେଶ୍ଵର : ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
  • ||

‘ରାଇଜିଂ ଷ୍ଟାର୍‌’ ଟପ୍‌-୬ରେ ଅନନ୍ୟା

ଭୁବନେଶ୍ୱର,୩୧ା୫(ବ୍ୟୁରୋ): କଲର୍ସ ଟିଭିରେ ପ୍ରସାରିତ ‘ରାଇଜିଂ ଷ୍ଟାର୍‌ ସିଜନ୍‌-୩’ ରେ ଓଡ଼ିଶାର ପ୍ରତିଯୋଗୀ ତଥା ସଙ୍ଗୀତ ଜଗତର ଅନନ୍ୟ ପ୍ରତିଭା ଅନନ୍ୟା ଶ୍ରୀତମ୍‌ ନନ୍ଦଙ୍କୁ ବିପୁଳ ସଂଖ୍ୟାରେ ଭୋଟିଂ କରି ଶୀର୍ଷରେ ପହଞ୍ଚାଇବାକୁ ଆଜି ସାଂସ୍କୃତିକ ଅନୁଷ୍ଠାନ ସ୍ୱରାଭିଷେକ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ନିବେଦନ କରାଯାଇଛି । ଅନନ୍ୟାଙ୍କୁ ଭୋଟ୍‌ କରିବା ପାଇଁ ନିଜ ନିଜ ଫୋନ୍‌ରେ ପ୍ଲେ ଷ୍ଟୋର୍‌ରୁ ଭୋଟ୍‌ ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ ହେବ । ଯେହେତୁ ‘ରାଇଜିଂ ଷ୍ଟାର୍‌’ ହେଉଛି ଏକ ଲାଇଭ୍‌ ରିଆଲିଟି ଶୋ’ ସେଥିପାଇଁ ଅନନ୍ୟା ଗାଉଥିବା ସମୟରେ ହିଁ ଲାଇଭ୍‌ ଭୋଟିଂ କରିବାକୁ ପଡ଼ିବ । ଲାଇଭ୍‌ ଭୋଟିଂ କରିବାକୁ ଭୋଟ୍‌ ଆପ୍‌ରେ ଲଗ୍‌ଇନ୍‌ କରି ପର୍ଫମାନ୍ସ ଆରମ୍ଭ ହେବା ଆଗରୁ ଚେକ୍‌ ଇନ୍‌ କରି ନିଅନ୍ତୁ ଏବଂ ଅନନ୍ୟାର ପର୍ଫମାନ୍ସ ଚାଲୁଥିବା ସମୟରେ ଗ୍ରୀନ୍‌ ସ୍ୱାଇପ୍‌ କରି ଭୋଟ୍‌ ଦେବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି । ବର୍ତ୍ତମାନ ଅନନ୍ୟା ଶ୍ରେଷ୍ଠ ୬ଜଣଙ୍କ ମଧ୍ୟରେ ରହିଛନ୍ତି । ଆଉ ଗୋଟିଏ ସପ୍ତାହ ପରେ ଫାଇନାଲ୍‌ ରାଉଣ୍ଡ୍‌ ଅନୁଷ୍ଠିତ ହେବ । ବର୍ତ୍ତମାନ ଅନନ୍ୟା ଭୋଟ୍‌ ଦ୍ୱାରା ହିଁ ଆଗକୁ ଯାଇପାରିବେ, ସେଥିପାଇଁ ପ୍ରତିଟି ମୋବାଇଲ୍‌ରୁ ଗୋଟିଏ ଭୋଟ୍‌ ଦେଇ ତାଙ୍କୁ ବିପୁଳ ସଂଖ୍ୟାରେ ଭୋଟିଂ କରି ବିଜୟୀ କରାଇବା ପାଇଁ ପଦ୍ମଶ୍ରୀ ପ୍ରଫୁଲ୍ଲ କର, ପ୍ରେମ୍‌ ଆନନ୍ଦ, ସ୍ୱରାଭିଷେକ ସମ୍ପାଦିକା ହରପ୍ରିୟା ପତି ଅନୁରୋଧ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅନନ୍ୟାଙ୍କ ପିତା ପ୍ରସନ୍ନ କୁମାର ନନ୍ଦ, କଣ୍ଠଶିଳ୍ପୀ ଶ୍ରୀନିବାସ ରାଓ, ଅନନ୍ୟାଙ୍କ ଆଦ୍ୟ ଗୁରୁ ନୀଳମଣି ଓଝା ଓ ସନ୍ତୋଷ କୁମାର କର ଉପସ୍ଥିତ ଥିଲେ ।