PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ମହଙ୍ଗା ହେଲା ଅମୁଲ ଓ ମଦର ଡାଏରୀ କ୍ଷୀର ଦାମ୍, ଲିଟର ପ୍ରତି ବଢିଲା ୨ ଟଙ୍କା
  • ||
  • ଜମ୍ମୁ-କାଶ୍ମୀରରେ ୩୯ ଜଣ ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌ ନଦୀରେ ଖସିଲା, ୭ ମୃତ
  • ||
  • ସୁନ୍ଦରଗଡ଼ : ଲଗାଣ ବର୍ଷାରେ ବେହାଲ ହେମଗିର ବ୍ଲକ, ଭାଙ୍ଗିଗଲା ୧୨ ଘର
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ଵର : ରାଜ୍ୟରେ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ସରକାର, ୭ଦିନ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
  • ||
  • ଭୁବନେଶ୍ଵର : ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବେ ଜିଲ୍ଲାପାଳ- ଏସଆରସି
  • ||
  • ନୟାଗଡ଼ : ନୟାଗଡ଼ର ୩୦ଟି ବିଦ୍ୟାଳୟକୁ ଛୁଟି ଘୋଷଣା
  • ||
  • କଟକ : ମୁଣ୍ଡଳୀ ନିକଟରେ ବିପଦ ସଙ୍କେତ ଟପିଲା ମହାନଦୀର ଜଳସ୍ତର
  • ||
  • ଭଦ୍ରକ : ବୈତରଣୀରେ ବନ୍ୟା, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ୩୫ରୁ ଉର୍ଦ୍ଧ୍ଵ ଗାଁ ଜଳବନ୍ଦୀ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୨୫୫ ପଜିଟିଭ୍ ଚିହ୍ନଟ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ ବିଭତ୍ସ ହତ୍ୟା, ମାଆ ସମ୍ମୁଖରେ ପୁଅକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||

‘ଭାରତୀୟ ଅଲରାଉଣ୍ଡର ନିଜକୁ ବ୍ୟାଟ୍ସମେନ ଭାବୁଛନ୍ତି..’, ଜେମ୍ସ ଆଣ୍ଡରସନଙ୍କ ବୟାନ ଉପରେ ଜବାବ ଦେଲେ ଜାଡେଜା

pic- internet

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳା ଯାଉଥିବା ଏଜବାଷ୍ଟନ ଟେଷ୍ଟରେ ଭାରତ ଦୃଢ଼ ସ୍ଥିତିରେ ରହିଛି। ବ୍ୟାଟରଙ୍କ ଚମତ୍କାର ପ୍ରଦର୍ଶନ ଟିମ୍‌ ଇଣ୍ଡିଆକୁ ମଜବୁତ୍‌ ସ୍ଥିତିକୁ ଆଣିଛି। ଏହାରି ଭିତରେ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତ ପ୍ରଥମ ଦିନରେ ଦମଦାର ଶତକ ଅର୍ଜନ କରିଥିବା ବେଳେ ଦ୍ଵିତୀୟ ଦିନରେ ରବୀନ୍ଦ୍ର ଜାଡେଜା ଶତକ ହାସଲ କରିଛନ୍ତି।ଜାଡେଜା ଲଗାତର ଇନିଂସରେ ଚମତ୍କାର ପ୍ରଦର୍ଶନ କରିଆସୁଛି। ଏଜବାଷ୍ଟନରେ ଖେଳିଥିବା ଇନିଂସ ପରେ ଜାଡେଜା ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କ ଆକ୍ଷେପର ଜବାବ ଦେଇଛନ୍ତି।

ସେ ପ୍ରଥମ ଇନିଂସରେ ୧୦୪ ରନର ଇନିଂସ ଖେଳିଛନ୍ତି। ତାଙ୍କ ଶତକୀୟ ଇନିଂସ ବଳରେ ଭାରତ ୪୧୬ ରନର ବଡ ସ୍କୋର କରିବାରେ ସଫଳ ହୋଇଛି। ଏହି ଇନିଂସକୁ ନେଇ ଇଂଲଣ୍ଡର କିମ୍ବଦନ୍ତୀ ବୋଲର ଜେମ୍ସ ଆଣ୍ଡରସନ ବୟାନ ଦେଇଥିଲେ। ଆଣ୍ଡରସନ କହିଥିଲେ, ଭାରତୀୟ ଦଲର ଅଲରାଉଣ୍ଡର ନିଜକୁ ବ୍ୟାଟସମ୍ୟାନ ଭାବିଲେଣି, ଜାଡେଜା ଏବେ କ୍ରିଜ ଉପରକୁ ଚଢି ବ୍ୟାଟିଂ କରୁଛନ୍ତି। ବଲ୍‌କୁ ଭଲ ଭାବେ ଛାଡୁଛନ୍ତି, ଏଥିରେ ଆମ ପାଇଁ ମୁସ୍କିଲ ପରିସ୍ଥିତି ସୃଷ୍ଟି  ହୋଇଛି।

ତାଙ୍କର ଏହି ବୟାନକୁ ନେଇ ଯେବେ ସାମ୍ବାଦିକ ସମ୍ମିଳନୀରେ ଜାଡେଜାଙ୍କୁ ପ୍ରଶ୍ନ କରାଗଲା, ସେ କହିଛନ୍ତି ଯେବେ କେହି ରନ କରନ୍ତି  ସଭିଏଁ ତାଙ୍କୁ ବ୍ୟାଟସମ୍ୟାନ ଭାବନ୍ତି। କିନ୍ତୁ ମୋର ଉଦ୍ୟମ କ୍ରିଜରେ ଅଧିକ ସମୟ ବିତାଇବା ଉପରେ ରହିଥାଏ। ଭଲ କଥା ଜେମ୍ସ ଆଣ୍ଡରସନ ଜାଣି ପାରିଲେ ଯେ ୨୦୧୪ ପରେ ବ୍ୟାଟିଂ କରୁଛି। ଏହା ଜାଣି ମୁଁ ବହୁତ ଖୁସି ବୋଲି ଜାଡେଜା କହିଛନ୍ତି।

ସମ୍ବନ୍ଧିତ ଖବର