ଆନ୍ଧ୍ର ଅଧିକାରୀଙ୍କ ପୁଣି କୋଟିଆରେ ଅନୁପ୍ରବେଶ : ଗଠନକଲେ କ୍ରୀଡା ସଂଗଠନ , ଯୁବକଙ୍କୁ ବଣ୍ଟନ କଲେ କ୍ରୀଡ଼ା ଉପକରଣ

କୋଟିଆ, ୨୯।୧୧ କୋଟିଆରେ ରାଜ୍ୟ ସରକାର ପକ୍ଷରୁ ସ୍ମାର୍ଟ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ ପରେ ପୁଣି ଅନୁପ୍ରବେଶ କରିଛି ଆନ୍ଧ୍ର।କୋଟିଆର ଯୁବକଙ୍କୁ ଆକୃଷ୍ଟ କରିବାକୁ ନୂଆ ଉଦ୍ୟମ କରିଛି ଆନ୍ଧ୍ର।କୋଟିଆରେ ଅନୁପ୍ରବେଶ କରି ଯୁବକମାନଙ୍କ ସହ ବୈଠକ କରିବା ସହ କ୍ରୀଡା ଉପକରଣ ବଣ୍ଟନ କରିଛି ଆନ୍ଧ୍ର । ଏହି ଗସ୍ତ କାର୍ଯ୍ୟକ୍ରମରେ ବିଜୟନଗରମ ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ସଂଯୋଜକ ବିକ୍ରମଦିତ୍ୟଙ୍କ ସମେତ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ଆର,କୁର୍ମାନାଥ ଏବଂ ଆନ୍ଧ୍ର ଏଜେଣ୍ଟମାନେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ରାଜନୈତିକ ସ୍ତରରେ କୋଟିଆ ସୀମା ବିବାଦର ସମାଧାନ ପାଇଁ ୨ୟଥର ପାଇଁ ସୁପ୍ରିମ୍ କୋର୍ଟ ନିର୍ଦେଶ ଦେଇଛନ୍ତି ।ଆନ୍ଧ୍ର ଏବଂ ଓଡିଶା ମୁଖ୍ୟମନ୍ତ୍ରୀ ଙ୍କ ମଧ୍ୟରେ ଆଲୋଚନା ହୋଇଛି।ଓଡିଶା ସରକାର ସୀମା ବିବାଦର ସମାଧାନ ସକାଶେ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି ।ଅନ୍ୟପକ୍ଷରେ ଅନୁପ୍ରବେଶକୁ ଜୋରଦାର କରିଛି ଆନ୍ଧ୍ର ।