PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ସିଏମ୍ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଣ ରହିଛି ବିଜେପିର ପ୍ଲାନ୍? ଫଡନବୀସ-ସିନ୍ଦେ ମେଣ୍ଟ ସରକାର ଗଠନ ନେଇ ଜୋରଦାର ଚର୍ଚ୍ଚା
  • ||
  • ‘ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବା ଉଚିତ, ଖାସ୍‌ ସେହି ଦଳ ପାଇଁ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହେଲେଣି ମୋଦି’: ଅସଦୁଦ୍ଦିନ ଓଓ୍ବେସୀ
  • ||
  • ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ
  • ||
  • ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୭ ନାମାଙ୍କନର ଶେଷ ତାରିଖ : ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
  • ||
  • ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ମାମଲା, ୨୪ ଘଣ୍ଟାରେ ୧୬୧ କରୋନା ପଜିଟିଭ୍
  • ||
  • ନୟାଗଡ଼ : ଟ୍ରକ୍‌କୁ ପଛପଟୁ ପିଟିଲା କାର୍, ୮ ଆହତ
  • ||
  • କଟକ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ପାଟଣା : ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା, ଝିଅ ବାହାଘର ପାଇଁ ରଖିଥିଲେ ସୁନାଗହଣା
  • ||
  • ମାଲକାନଗିରି : ବିଜାପୁରରେ ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
  • ||

ମୋଦି ଓ ଶାହଙ୍କୁ ଭେଟିଲେ ଜଗନ ମୋହନ,କହିଲେ ବିଜେପି ୨୫୦ ଆସନ ପାଇଥିଲେ…

ନୂଆଦିଲ୍ଲୀ,୨୬।୫: ୱାଇଏସ୍‍ଆର କଂଗ୍ରେସ ଅଧ୍ୟକ୍ଷ ୱାଇଏସ୍‍ ଜଗନ ମୋହନ ରେଡ୍ଡୀ ରବିବାର ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିଛନ୍ତି। ରେଡ୍ଡୀ ମେ’ ୩୦ରେ ବିଜୟୱାଡାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ମୋଦୀଙ୍କୁ ଜଣାଇଥିଲେ। ଏହା ସହ  ଆନ୍ଧ୍ରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦିଆଯିବାର ଦାବି ନେଇ   ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଜଗନ ମୋହନ ରେଡ୍ଡୀ କହିଥିଲେ ଯେ ଏବେ ସମୟ ଓ ପରିସ୍ଥିତି ବଦଳିଯାଇଛି। ଯଦି ବିଜେପି ଆସନ ସଂଖ୍ୟା ୨୫୦ ମଧ୍ୟରେ ସୀମିତ ରହିଥାନ୍ତା ତେବେ ଏହି ସର୍ତ୍ତରେ ଆମେ ସମର୍ଥନ ଦେଇଥାନ୍ତୁ।

ଜଗନ ମୋହନଙ୍କୁ ରବିବାର ସକାଳେ ଅନୁଷ୍ଠିତ ୱାଏସ୍‍ଆର କଂଗ୍ରେସ ବିଧାୟକ ଦଳ ବୈଠକରେ  ବିଧାୟକ ଦଳର ନେତା ବଛାଯାଇଥିଲା। ସେ ନିର୍ବାଚନ ପୂର୍ବରୁ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ଦଳକୁ ସମର୍ଥନ ଦେବେ ବୋଲି କହିଥିଲେ। ଏ ସମ୍ପର୍କରେ ରେଡ୍ଡୀ କହିଛନ୍ତି ଯେ ବିଜେପି ୨୫୦ ଆସନରେ ସୀମିତ ରହିଥିଲେ ଆମକୁ କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର ରହିବାକୁ ପଡ଼ିନଥାନ୍ତା। କିନ୍ତୁ ଏବେ କେନ୍ଦ୍ରକୁ ଆମର ଆବଶ୍ୟକତା ନାହିଁ। ଆମେ ଯାହା କରିପାରିବୁ ତାହା କରିଛୁ। ଆମେ ମୋଦିଙ୍କୁ ଆମ ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଛୁ। ଯଦି ୨୫୦ ଆସନରେ  ବିଜେପି ସୀମିତ ରହିଥାନ୍ତା ତେବେ ସ୍ଥିତି ଭିନ୍ନ ରହିଥାନ୍ତା। ତେବେ ଆମେ ତାଙ୍କୁ ସମର୍ଥନ ଦେଇଥାନ୍ତୁ, ଯେତେବେଳେ ସେ ଆନ୍ଧ୍ରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବା ପାଇଁ  ଦସ୍ତାବିଜ ଉପରେ ଦସ୍ତଖତ କରିଥାନ୍ତେ।

ପ୍ରକାଶ ଯେ ଜଗନ ମୋହନ ମୋଦିଙ୍କ ସହିତ ଏନଡିଏ ସରକାରକୁ ବାହାରୁ ସମର୍ଥନ ଦେବାର ଚର୍ଚ୍ଚା ରହିଛି। ଶାହାଙ୍କୁ ସାକ୍ଷାତ କରିବ ରେହ୍ଡି ଆନ୍ଧ୍ରକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦେବାର ସମର୍ଥନ ଦାବି କରିଛନ୍ତି। ଏହି ଅବସରରେ ଓ୍ବାଇଏସ୍ଆର କଂଗ୍ରେସ ରାଷ୍ଟ୍ରୀୟ ସଚିବ ଭି.ବିଜୟ ସାଇ ରେଡ୍ଡି ଉପସ୍ଥିତ ଥିଲେ। ଉଲ୍ଲେଖନୀୟ ଯେ, ଜଗନ ମୋହନଙ୍କ ନେତୃତ୍ୱରେ ୱାଇଏସ୍‍ଆର କଂଗ୍ରେସ ଆନ୍ଧ୍ରପ୍ରଦେଶର ୨୫ ଲୋକସଭା ଆସନରୁ ୨୨ଟି ଆସନରେ ବିଜୟୀ ହୋଇଛି। ସେହିପରି ୧୭୫ ବିଧାନସଭା ଆସନରୁ ୧୫୧ଟିରେ ୱାଇଏସ୍‍ଆର କଂଗ୍ରେସ ଜିତିଛି। ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ତେଲୁଗ ଦେଶମ ପାର୍ଟି (ଟିଡିପି) ମାତ୍ର ୨୩ ବିଧାନସଭା ଆସନ ଜିତି ପାରିଛି।

ସମ୍ବନ୍ଧିତ ଖବର