ଜିଲ୍ଲାର ନାଁ ବଦଳାଇବା ନେଇ ହିଂସାକାଣ୍ଡ , ବିକ୍ଷୋଭକାରୀ ଜାଳି ଦେଲେ ମନ୍ତ୍ରୀଙ୍କ ଘର

ଅମଲାପୁରମ୍ : ଆନ୍ଧ୍ର ପ୍ରଦେଶର ଅମଲାପୁରମ୍ରେ ମଙ୍ଗଳବାର ଏକ ଭୟଙ୍କର ବିରୋଧ ପ୍ରଦର୍ଶନ ହୋଇଛି । ଉତ୍ତେଜିତ ବିକ୍ଷୋଭକାରୀ ମାନେ କୋନସୀମା ଜିଲ୍ଲାର ନାମ ପରିବର୍ତ୍ତନ ନକରିବା ଦାବି ନେଇ ପୁଲିସ ସହ ଲଢ଼େଇ କରିଛନ୍ତି । ପରିବହନ ମନ୍ତ୍ରୀ ପି ବିଶ୍ୱରୂପଙ୍କର ଘରେ ନିଆଁ ଲଗେଇ ଦେଇଛନ୍ତି। ସଂପୃକ୍ତ ଅଞ୍ଚଳରେ ସେହି ସମୟରେ ଅଶାନ୍ତ ବାତାବରଣ ଖେଳିଯାଇଛି , ଯେବେ କୋନସୀମା ଜିଲ୍ଲାର ସାଧନା ସମିତିର ସଦସ୍ୟ କ୍ଲବ୍ ଟାୱର ସେଣ୍ଟରରେ ବିରୋଧ ପ୍ରଦର୍ଶନ ପାଇଁ ଏକାଠି ହୋଇଛନ୍ତି ବିକ୍ଷୋଭକାରୀ ।
ମିଳିଥିବା ସୂଚନା ଆଧାରରେ , ଖୁବ୍ ଶୀଘ୍ର ସ୍ଥିତି ଆହୁରି ଗମ୍ଭୀର ହୋଇଥିଲା , ଯେବେ ବିକ୍ଷୋଭକାରୀ ମାନେ ପୁଲିସକର୍ମୀଙ୍କ ଉପରେ ପଥର ମାଡ଼ କରିଥିଲେ ଏବଂ ସର୍ବସାଧାରଣ ସଂପତ୍ତିର କ୍ଷତି ଘଟାଇ ଥିଲେ। ଯେବେ ସ୍ଥିତି ବେକାବୁ ହୋଇଥିଲା ତ ମାମଲାକୁ ଆୟତ୍ତ କରିବା ପାଇଁ ପୁଲି, ଲାଠିଚାର୍ଜ କରିଥିଲା ।
#WATCH | People staged a protest in Andhra Pradesh over renaming the Konaseema district.
— ANI (@ANI) May 24, 2022
Severals resorted to stone-pelting and set fire to vehicles targeting police, 20 police personal injured. pic.twitter.com/3pHqcB0PBC
ସୂଚନା ମୁତାବତ, ବିକ୍ଷୋଭକାରୀମାନେ ପୁଲିସ୍ ଜିପ୍ ଉପରେ ମଧ୍ୟ ଆକ୍ରମଣ କରିଥିଲେ ଏବଂ ଅମଲାପୁରମ ହସ୍ପିଟାଲ ଉପରେ ପଥର ମାଡ଼ କରିଥିଲେ । ଏହି ଗଣ୍ଡଗୋଳରେ ଅନେକ ପୁଲିସ୍କର୍ମୀ ଓ ବିକ୍ଷୋଭକାରୀ ଆହତ ହୋଇଥିଲେ ।