PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ରୁଟ ଏବଂ ଟୁଇଟ୍: ୫ ବର୍ଷ ତଳେ ବିଗ୍‌-ବି ପଚାରିଥିଲେ କିଏ ସେ ରୁଟ୍? ଏବେ ଫ୍ଲିଣ୍ଟଫ୍ ରଖିଲେ ଉତ୍ତର

https://indianexpress.com/

ଚେନ୍ନାଇ, ୦୬/ ୦୨: ଚେନ୍ନାଇରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଦଳର ଅଧିନାୟକ ଜୋ ରୁଟ୍‌ ଦ୍ବିଶତକୀୟ ଇନିଂସ୍‌ ଖେଳିଛନ୍ତି। ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଶତକୀୟ ଇନିଂସ୍‌ ଖେଳିଥିବା ରୁଟ୍‌ ଦ୍ବିତୀୟ ଦିନରେ ଦ୍ବିଶତକୀୟ ଇନିଂସ୍‌ ଖେଳିଛନ୍ତି। ଜୋ ରୁଟଙ୍କ ଦମଦାର ଇନିଂସ୍‌ ପରେ ଇଂଲଣ୍ଡର ପୂର୍ବତନ ଅଲରାଉଣ୍ଡର ଆଣ୍ଡ୍ର‍୍ୟୁ ଫ୍ଲିଣ୍ଟଫ୍‌ ବହୁତ ଖୁସି ହୋଇଛନ୍ତି। ଏଥିସହିତ ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ଏକ ୫ ବର୍ଷର ପୁରୁଣା ଟୁଇଟକୁ ରିଟୁଇଟ କରି ବିଗ ବିଙ୍କୁ ଉତ୍ତର ଦେଇଛନ୍ତି।

୫ ବର୍ଷ ତଳେ ବିଗ୍‌ ବି ରୁଟଙ୍କ ମଜାକ କରି ଏକ ଟୁଇଟ କରିଥିଲେ। ଚେନ୍ନାଇ ଟେଷ୍ଟରେ ରୁଟ୍‌ ଦ୍ବିଶତକ ହାସଲ କରିବା ପରେ ଫ୍ଲିଣ୍ଟଫ୍‌ ବିଗବିଙ୍କ ସେହି ପୁରୁଣା ଟୁଇଟିକୁ ଖୋଜି ରିଟୁଇଟ କରି ତାର ଉତ୍ତର ରଖିଛନ୍ତି । ଫ୍ଲିଣ୍ଟଫ୍‌ ଅମିତାଭଙ୍କ ସେହି ପୁରୁଣା ଟୁଇଟର ଉତ୍ତର ରଖିଛନ୍ତି। ୨୦୧୬ ମସିହାରେ ବିଗ ବି ଟୁଇଟ କରି କହିଥିଲେ କି, ଜୋ ରୁଟ କିଏ? ରୁଟଙ୍କୁ ମୂଳରୁ ଉପାଡ଼ିଦେବୁ। ସୂଚନାଥାଉକି ସେହି ସମୟରେ ଇଂଲଣ୍ଡ ଦଳ ୪-୦ରେ ପରାଜିତ ହୋଇଥିଲା।

୫ ବର୍ଷ ପରେ ଫ୍ଲିଣ୍ଟଫ୍‌ ବିଗବିଙ୍କ ରି ଟୁଇଟ କରି କହିଛନ୍ତି ସମ୍ମାନର ସହିତ ପ୍ରମାଣିତ ହେଲା ବୋଲି କହିଛନ୍ତି। ଏଥିସହିତ ଏକ ସ୍ଲାଇଲର ଇମୋଜି ଦେଇଛନ୍ତି ଫ୍ଲିଣ୍ଟଫ୍। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ସୋସିଆଲ ମିଡିଆ ୟୁଜର୍ସ କହିଛନ୍ତି ଯେ, ୫ ବର୍ଷର ପୁରୁଣା ଟ୍ବିଟକୁ ଆପଣ ଖୋଜି ବାହାର କରି ଭଲ କାମ କରିଛନ୍ତି।