ନୂଆଦିଲ୍ଲୀ, ୧୯/୨ : କ୍ରିକେଟରେ କରିଛନ୍ତି ଅନେକ ରେକର୍ଡ । ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଣ୍ଡ୍ରୁ ଫ୍ଲିଣ୍ଟଫ୍ କ୍ରିକେଟ ଜଗତରୁ ଅବସର ଘୋଷଣା କରିବା ପରେ WWEଫାଇଟରହୋଇଥାନ୍ତେ । ଏମିତିକି ସେ ଜଣାଶୁଣା WWEଫାଇଟରଅଣ୍ଡରଟେକରଙ୍କ ସହ ଲଢ଼ିଥାନ୍ତେ । କିନ୍ତୁ ପରବର୍ତ୍ତୀ ସମୟରେ ଏହା ସମ୍ଭବ ହୋଇପାରିନଥିଲା । ତେବେ ଏହା ପଛରେ କଣ ରହିଥିବା କାରଣ ସେ ଏକ ପୋଡକାଷ୍ଟରେ କହିଛନ୍ତି ।

କ୍ରିକେଟ ଦୁନିଆ ଛାଡ଼ିବା ପରେ ରେସଲିଂରେ ପାଦ ଥାପିବା ପାଇଁ କରିଥିଲେ ଯୋଜନା । ପିଲାଟି ଦିନରୁ ରେସଲିଂରେ ମଧ୍ୟ ରୁଚି ରଖିଥିଲେ ଫ୍ଲିଣ୍ଟଫ୍ । ରୟାଲ ରମ୍ବଲ ଏବଂ ରେସଲମାନିଆ ଭଳି ଇଭେଣ୍ଟରେ ଲଢ଼ିବା ପାଇଁ ମଧ୍ୟ ତାଙ୍କୁ ଅଫର୍ ରହିଥିଲା । ୨୦୧୦ ମସିହାରେ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଅଣ୍ଡଟେକରଙ୍କ ସହ ଲଢ଼ିବା ପାଇଁ ଏକ ଚୁକ୍ତି ମଧ୍ୟ ସ୍ବାକ୍ଷର କରିବାର ଶେଷ ପର୍ଯ୍ୟାୟରେ ରହିଥିଲେ । ଯେଉଁଥି ପାଇଁ ଫ୍ଲିଣ୍ଟଫ୍ ମଧ୍ୟ ପ୍ରସ୍ତୁତ ହେଉଥିବା କହିଛନ୍ତି । କିନ୍ତୁ ଯେତେବେଳେ ଦୁବାଇରେ ରହିଥିଲେ ହଠାତ ମୋର ଓଜନ ବଢ଼ି ଯାଇଥିବା କହିଥିଲେ ।

ଏହି ପୋଡକାଷ୍ଟରେ କହିଛନ୍ତି, ମୋ ଓଜନ ବଢ଼ିବା ପରେ ମୁଁ ଅଯୋଗ୍ୟ ହୋଇଗଲି । ପୁଣିଥରେ ଫିଟନେସକୁ ଫେରିବା ପାଇଁ ସଂଘର୍ଷ କରିଥିଲି । ଏହି ସମୟରେ ମୋତେ ପ୍ରେରଣା ଦରକାର ହେଉଥିଲା । କିନ୍ତୁ ମୋତେ ମିଳିନଥିଲା । ସ୍କାଏ ନେଟଓ୍ବର୍କ ସହିତ ‘ଲିଗ୍ ଅଫ୍ ଦେୟାର ଓନ୍’ କରୁଥିଲି । ମାଞ୍ଚେଷ୍ଟରରେ ଦି ଅଣ୍ଡରଟେକରଙ୍କ ସହ ମଧ୍ୟ ଲଢ଼ିଛି । WWE ଏକାଡେମୀରେ ଦୁଇ ସପ୍ତାହର ଟ୍ରେନିଂ ମଧ୍ୟ ନେଇଥିବା ପ୍ରକାଶ କରିଛନ୍ତି । ଏହାସହ WWEରୁ ଏକ ଇମେଲ୍ ମଧ୍ୟ ଆସିଥିଲା । ଯେଉଁଥିରେ ୩ ବର୍ଷର ଚୁକ୍ତିନାମା ପାଇଁ ପ୍ରଦାନ କରାଯାଇଥିଲା । କିନ୍ତୁ ପରିବାର ଆମେରିକା ଯିବାକୁ ଚାହୁଁନଥିଲେ । ଯେଉଁ କାରଣରୁ ମଧ୍ୟ ମୋର ନିଷ୍ପତ୍ତି ବଦଳାଇବାକୁ ପଡ଼ିଥିଲା ।

ଏହାସହ ପଢ଼ନ୍ତୁ : ଟି-୨୦ ବିଶ୍ବକପ ୨୦୨୬ : ନଜର ପକାନ୍ତୁ ସୁପର-୮ରୁ ବାଦ୍ ପଡ଼ିଥିବା ଦଳଙ୍କୁ ମିଳିବ କେତେ ପ୍ରାପ୍ୟ ?