ଧାରଣା ସ୍ଥଳରେ ମାଣ ବସାଇଲେ ଅଙ୍ଗନବାଡି ଦିଦି, ହୁଳହୁଳିରେ ପ୍ରକମ୍ପିତ ହେଲା ଧାରଣା ସ୍ଥଳ

ଖୋର୍ଦ୍ଧା, ୧/୧୨ : ଧାରଣା ସ୍ଥଳରେ ମାଣ ବସାଇଲେ ଅଙ୍ଗନବାଡି କର୍ମୀ। ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ୨୪୫ ଅଙ୍ଗନବାଡ଼ି କେନ୍ଦ୍ର ଦିଦିମାନେ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଆଜି ମାର୍ଗଶୀର ମାସ ଗୁରୁବାର ହୋଇଥିବା ବେଳେ ମହିଳାମାନେ ଘରେ ଘରେ ମାଣ ବସାଇ ପୂଜା କରୁଛନ୍ତି। ହେଲେ ଅଙ୍ଗନବାଡି କର୍ମୀମାନେ ଧାରଣାରେ ବସିଥିବାରୁ ସେମାନେ ଧାରଣା ସ୍ଥଳରେ ମାଣ ବସାଇଛନ୍ତି। ଲକ୍ଷ୍ମୀ ପୁରାଣ ପଢ଼ିବା ସହ ହୁଳହୁଳି ଦେଇ ପୂଜା କରିଥିବା ଦେଖିବାକୁ ମିଳିଛି।
୨୦୧୮ ମସିହା ଠାରୁ ବହିଷ୍କୃତ ଅଙ୍ଗନବାଡି କର୍ମୀଙ୍କୁ ନିଯୁକ୍ତିଦେବା, କର୍ମୀଙ୍କୁ ୧୮ ହଜରେ ଟଙ୍କା ଦରମା, ସହାୟକଙ୍କୁ ୯ ହଜାର ଟଙ୍କା, ସରକାରୀ ମାନ୍ୟତା, ପେନସନ ଆଦି ୮ ଦାବି ରଖି ଧାରଣା ଦେଇଛନ୍ତି। ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ଖୋର୍ଦ୍ଧା ବ୍ଲକ ସମ୍ପାଦିକା ହରପ୍ରିୟା ମହରଥା ଚେତାବନୀ ଦେଇଛନ୍ତି।