PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଧାରଣାସ୍ଥଳରେ ମାଣବସା ଗୁରୁବାର ପାଳନ କଲେ ଅଙ୍ଗନବାଡ଼ି ଦିଦି, ଲକ୍ଷ୍ମୀ ପୁରଣା ଗୀତ ବୋଲି କଲେ ପ୍ରତିବାଦ

କୋକସରା ୨୪/୧୧: ଧାରଣାସ୍ଥଳରେ ମାଣବସା ଗୁରୁବାର ପାଳନ କଲେ ଅଙ୍ଗନବାଡ଼ି ଦିଦି। ଧାରଣ ରହି ନିଜର ହକ୍ ପାଇଁ ସରକାରଙ୍କୁ ପ୍ରତିବାଦ କରିଛନ୍ତି ଅଙ୍ଗନବାଡ଼ି କର୍ମୀ । ଆଜିକୁ ୩ ଦିନ ହେବ ଭାରତୀୟ ମଜଦୁର ସଙ୍ଘ ସଂଲଗ୍ନ ଅଲ ଓଡିଶା ଲେଡିସ ଅଙ୍ଗନବାଡ଼ି ୱର୍କର ପକ୍ଷରୁ ଧାରଣା ଜାରି ରହିଛି। ୮ ଦଫା ଦାବି ପୂରଣ ନେଇ ରାଜ୍ୟ ସରକାରଙ୍କୁ ନିଜର ହକ ପାଇଁ ଆନ୍ଦୋଳନ କରୁଛନ୍ତି ଅଙ୍ଗନବାଡ଼ି କର୍ମୀ।

ଗୁରୁବାର କୋକସରା ବ୍ଲକ ସମନ୍ୱିତ ଶିଶୁ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଅଙ୍ଗନବାଡ଼ି କର୍ମୀ ।ତେବେ ଆଜି ମାର୍ଗଶୀର ତୃତୀୟ ଗୁରୁବାର ଥିବା ରାସ୍ତାରେ ଧରାଣା ବସିବା ସହ ମାଣବସା ପାଳନ କରି ଅଙ୍ଗନବାଡ଼ି କର୍ମୀ ମାନେ ଅଭିନବ ଭାବେ ସରକାରଙ୍କୁ ପ୍ରତିବାଦ କରିଛନ୍ତି। ଧାରଣାସ୍ଥଳରେ ଅଙ୍ଗନବାଡ଼ି କର୍ମୀମାନେ ମା ଲକ୍ଷ୍ମୀଙ୍କୁ ପୂଜା କରିବା ସହ ଲକ୍ଷ୍ମୀ ପୁରଣା ଗୀତ ବୋଲି ପ୍ରତିବାଦ କରଛନ୍ତି। ମା’ ଲକ୍ଷ୍ମୀ ସରକାରଙ୍କୁ ସତବୁଦ୍ଧି ଦିଅନ୍ତୁ ଓ ଆମର ଦାବିକୁ ଶୀଘ୍ର ସରକାର ମାନି ନିଅନ୍ତୁ ବୋଲି ଗୁହାରୀ କହିଛନ୍ତି।