ଭୁବନେଶ୍ୱର, ୦୮/୦୨: ଜାମିନ ପାଇଁ ଏଥର ହାଇକୋର୍ଟରେ ଆବେଦନ କଲେ ଅନିଲ ଏବଂ ହଂସିକା । ଭୁବନେଶ୍ୱର ଅତିରିକ୍ତ ଦୌରା ଜଜ୍ ଜାନୁଆରୀ ୧୮ ତାରିଖରେ ଜାମିନ ଖାରଜ କରିଥିଲେ । ଏହା ପରେ ଉଭୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ପୁଣି ଥରେ ଜାମିନ ପାଇଁ ଆବେଦନ କରିଛନ୍ତି । ଇନ୍‌ଫୋସିଟି ଥାନାରେ ରୁଜୁ ହୋଇଥିବା ମାମଲାରେ ଉଭୟ ପୃଥକ ପୃଥକ ଜାମିନ ଆବେଦନ କରିଛନ୍ତି । 

ଗାଁ ଲୋକଙ୍କୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ କଲେ ଯୁବକ, ଅଭିଯୁକ୍ତ ଗିରଫ

କହିରଖୁ କି, ହାଇ ପ୍ରୋଫାଇଲ୍‌ ଠକେଇ ମାମଲାରେ ଅନିଲ-ହଂସିକାଙ୍କ ଜାମିନ ଖାରଜ କରିଥିଲେ ଭୁବନେଶ୍ଵର ଏଡିଜେ ୨ କୋର୍ଟ । ଜାନୁଆରୀ ୧୮ ତାରିଖରେ ଉଭୟଙ୍କ ଶୁଣାଣି ହୋଇଥିଲା । ଶୁଣାଣି ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ଉଭୟଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଏଡିଜେ ୨ କୋର୍ଟରେ ଆବେଦନ କରିଥିଲା କମିଶନରେଟ ପୋଲିସ ।